ଡକାୟତଙ୍କ କବଜ୍ଜାରେ ବାଗୁଡି ବୋଇତା ପାହାଡ : ନପୁଂଷକ ସାଜିଛି ପ୍ରଶାସନ

ସୋର : ଇତିହାସ ହୋଇଯିବ ବାଗୁଡି ପାହାଡ ପଥର କଣ ମାଟିବି ମିଳିବନି । ବାଗୁଡି ପାହାଡକୁ ଧ୍ୱଂସ ବିଧ୍ୱଂସ କରି ପଥର ଓ ମାଟି ବହିଚାଲିଛନ୍ତି ଦଲାଲମାନେ । ଦିନକୁ ଦିନ ପାହାଡ ଲିଭି ଲିଭି ଚାଲିଥିବା ବେଳେ ଅତ୍ୟାଧୁନିକ ମେସିନ ସହାୟତାରେ ମାଫିଆଙ୍କ ପାହାଡ ଲୁଟ୍ ତୀବ୍ର ହେବାରେ ଲାଗିଛି । ଶହଶହ ଟ୍ରକ ପାହାଡ ମାଟି ଓ ପଥର ବିନା ପରମିଟ୍ରେ ବୁହାଯାଡିଥିବା ବେଳେ ପ୍ରଶାସନ ନପୁସଂକ ସାଜି ବସିଛି । ମାତ୍ର କେତେଗୋଟି ଖାଦାନର ପରମିଟ୍ ଥିବା ବେଳେ ସମସ୍ତ ଖାଦାନରୁ ପଥର ଉତ୍ତୋଳନ କଉ ସ୍ୱାର୍ଥରେ ଚାଲିଛି । କାହିଁକି ପ୍ରଶାସନ ଜାଣି ନିରବ ? ଏ ପ୍ରଶ୍ନ ଆମେ ପଚାରିବାଟା ବୋକାମି । କିଛିଦିନ ପୂର୍ବରୁ ଯେତେବେଳେ ଖାଦାନ ବନ୍ଦଥିଲା କିଛି ଦଲାଲ ଖାଦାନ ଚଲାଇ ମାଲେ ମାଲ ହେବା ପାଇଁ ଅଣ୍ଟା ଭିଡିଥିଲେ ସେଥିରେ ଖୁଦ ଆମ ବିଧାୟକ ଆମ ଏମ.ପି.ଙ୍କ ସହଯୋଗର ହାତ ମଧ୍ୟ ବଢିଥିଲା । ସେମାନଙ୍କର ଦାଇତ୍ୱ ନାହିଁକି ପାହାଡର ସୁରକ୍ଷା ସେମାନେ ଆଗାମି ଭବିଷ୍ୟତକୁ ଆଖିଆଗକୁ ନନେଇ କଉ ଆଧାରରେ ଦଲାଲମାନଙ୍କୁ ଖାଦାନ ଦେବାରେ ସହଯୋଗ କଲେ । ଆଉ ଗୋଟେ, ଦିନେ ପାହାଡ ବଞ୍ଚାଅ ସମିତି କରିଥିଲା ଖାଦାନ ପାଇଲା ପରେ ନେତା ହୋଇ ଲୁଟୁଛି ଏଭଳି କଲେ ନର୍କରେ ପଡିବ ଫାଇନାଲ । ସେ ଯିଏବି ହେଉ ଆଉ ଜଣେ ଆଗରୁ ଠିକାଦାରି କରି ଲୁଟୁଥିଲା ଏବେ ନେତା-କମ-ଖାଦାନ ଦଲାଲ ସାଜିଛି ଅଯୋଗ୍ୟ ଲୋକଙ୍କ ଟଙ୍କା ଦେଇପାରୁନି ଲାଷ୍ଟକୁ ଲୋକ ତାକୁ କହିଲେ ଭଡା ଲାଗୁନୁ , ଛି ଛି ଛି

। ବାଗୁଡିର ଅଧିକାଂଶ ଲୋକଙ୍କ କାନ୍ଥକୁ ଦେଖିଲେ ଜଣା ପଡେ ଖାଦାନ ପାଇଁ କାହାର କେତେ ଲାଭ ହୋଇଛି କାହାର କେତେ କ୍ଷତି ହୋଇଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ପକ୍କା ଘର ଫାଟିକି ଆଁ କରିଛି । କିଛି ଦଲାଲ ନିଜ ଯୁକ୍ତିରେ କୁହନ୍ତି ଖାଦାନ ନଚାଲିଲେ ଲୋକ ଖାଇତେ ପାଇବେନି , ବେ ଭ.. ବର୍ଷେରୁ ଉର୍ଦ୍ଧକାଳ ଯେତେବେଳେ ଖାଦାନ ବନ୍ଦଥିଲା ସେତେବେଳେ ବାଗୁଡିର କେତେଜଣ ଲୋକ ନଖାଇକି ମରିଥିଲେ । ହଁ ଲସ ହଉଥିଲା କାହାର କୋଟିପତି ମଦବେପାରିଙ୍କର, ଲକ୍ଷପତି ଟ୍ରକବାଲାଙ୍କର , ଡକାୟତ ଖାଦାନ ଚୋରଙ୍କର , ସରକାରୀ ସ୍ୱିକୃତି ପ୍ରାପ୍ତ ସରକାରୀ ଚାକିରିଆ କମ ଦଲାରିଙ୍କର । ଲୋକଙ୍କ ଇମୋସନକୁ ଟଚକରି ପଥର ଚୋରି କରି ଦେଶସେବକ ଦେଖଉଛ । ଆମ ପଥର ଆମ ପାହାଡକୁ କାଟି ପଶ୍ଚିମ ବଙ୍ଗଳା ଚାଲାଣ କରୁଛ । ସାଧାରଣ ଲୋକ ବୁଝି ପାରୁନି କାହିଁକି ନାଁ ସେମାନେ ସାଧାରଣ ତମଭଳି ଅସାଧାରଣକୁ ବୁଝିବା ପାଇଁ ଲେଟ ହେବ । ନିଶ୍ଚିତ ହେଲେ ଯଉଦିନ ବୁଝିବେ ସେଦିନ ନିଜକୁ ରକ୍ଷା କରିପାରିବତ ! ଚମଡା ଖାଞ୍ଚିଦେବେ ।

a

Leave a Reply

Your email address will not be published. Required fields are marked *