ଜଳେଶ୍ୱର : ( ସଂଜୟ ଦାସ ) ମଣିଷ ଭୂଲିଲା ମଣିଷ ପଣିଆ , ଅମାନୁସିକତା , ଅଭଦ୍ରାମି , ଦାଦାଗିରିର ଲଙ୍ଗଳା ଛବିର ଲଙ୍ଗଳା ଚିତ୍ର ଦେଖିଲା ସମାଜ ା ତେବେ ଆଇନର ଭୂମିକାକୁ ନେଇ ରହିଛି ପ୍ରଶ୍ନ ା ଆଇନ୍ ତା ବାଟରେ ଯାଉଛି ନା ବାଟ ଭାଙ୍ଗି ଅବାଟକୁ ଯାଉଛି ା
ପ୍ରେମ ପରେ ଝିଅ ଘରଛାଡି କୁଆଡେ ପଳାଇଯିବା ଘଟଣାକୁ କେନ୍ଦ୍ର କରି ଝିଅ ପରିବାର ଲୋକେ ଆରମ୍ଭ କରିଛନ୍ତି ଦବଙ୍ଗ ଗିରି । ଆଉ ଏପରି ଦବଙ୍ଗ ଗିରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶାସନବାଡ଼ ଗାଁ ରେ । ତେବେ ସେହି ଗାଁର ଯୁବକ ଇମତାଜ ସାହା ତାଙ୍କ ଝିଅକୁ ନେଇଯାଇଥିବାର ସନ୍ଦେହ କରି ଇମତାଜ ର ମାଉସୀ ଝିଅ ଭଉଣୀ ବୈତୁଲ ବିବିଙ୍କୁ ଝିଅ ପରିବାର ଲୋକେ ଘରୁ ଟେକିନେଇ ଖୁଣ୍ଟ ରେ ବାନ୍ଧି ନିର୍ଧୁମ ଛେଚିଥିଲେ । ତେବେ ଖୁଣ୍ଟରେ ବାନ୍ଧି ମାଡ ମାରିବା ଘଟଣା ସୋସିଆଲ ମିଡିଆରେ ପ୍ରଘଟ ପରେ ବୈତୁଲ ବିବିଙ୍କ ଜଣେ ସମ୍ପର୍କୀୟ ଥାନାରେ ପହଂଚି ତାଙ୍କୁ ଉଦ୍ଧାର କରିବା ପାଇଁ ଗୁହାରି କରିଥିଲେ । ପରେ ଘଟଣା ସ୍ଥଳକୁ ଜଳେଶ୍ୱର ପୋଲିସ ପହଞ୍ଚି ଖୁଣ୍ଟରେ ବନ୍ଧା ଯାଇଥିବା ବୈତୁଲ ବିବିଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଆହତ ମହିଳାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ପ୍ରଥମେ ଜଳେଶ୍ୱର ଜି.କେ. ଭୋଟ୍ଟର ହସ୍ପିଟାଲ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ଆହାତ ମହିଳାଙ୍କ ପକ୍ଷରୁ ଝିଅ ପରିବାର ଲୋକଙ୍କ ଉପରେ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ତେବେ କଥାହେଉଛି ଯଦି ମହିଳା ଜଣକ କିଛି ଅପରାଧ କରିଥିଲେ ତାହାଲେ ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ ନକରି ମହିଳା ଜଣକୁ ଖୁଣ୍ଟରେ ବାନ୍ଧି ମାଡ଼ମାରି ଗୁରୁତ୍ୱର କରିପକାଇବା କେତେଦୂର ଯଥାର୍ଥ ଓ ମାଡ଼ମାରିଥିବା ଲୋକଙ୍କ ଉପରେ ଜଳେଶ୍ୱର ପୋଲିସ କିପ୍ରକା ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକିରହିଲା ା
