ପୂର୍ବତନ ସୈନିକ ସଂଘ ର ୧୦ମ ବାର୍ଷିକ ଉତ୍ସବ

ବାଲେଶ୍ବର : ଜିଲ୍ଲା ବାଲିଆପାଳ ଠାରେ ପୂର୍ବତନ ସୈନିକ ସଂଘ ର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର ,ରାଜ୍ଯ ସେନାନୀ ସଂଘ ର ସମ୍ପାଦକ ବିଦ୍ୟାଧର ନାୟକ ,ବକ୍ତା ଭାବରେ ସ୍ତମ୍ଭକାର ପ୍ରଶାନ୍ତ ଦାସ ପ୍ରମୁଖ ଯୋଗ ଦେଇ ,ସୈନିକ ମାନେ ଦେଶର ଜଣେ ଜଣେ ଭିନ୍ନ ଧରଣର ମଣିଷ ବୋଲି କହିଥିଲେ ,କାରଣ ସେମାନଙ୍କରସାହସ,ତ୍ୟାଗ ,କଷ୍ଟ,ପାଇ ଦେଶ ଗର୍ବିତ ହେଉଛି ।

ଏବଂ ଚାକିରୀ ସରିଗଲା ପରେ ସମାଜ ପାଇଁ ଅନ୍ୟାୟ ବିରୋଧରେ ଲଢେ଼ଇ ଜାରି ରଖିବା ,କୈାଣସି ରାଜନୈତିକ ଦଳ ସହିତ ସାମିଲ ନହୋଇ ଏଦେଶ ପାଇଁ ,ଏ ଜାତି ପାଇଁ ଉଦାହରଣ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ ।କର୍ଣ୍ଣେଲ ମହାପାତ୍ର ତାଙ୍କ ବକ୍ତବ୍ୟରେ ରାଜ୍ଯ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନ ମନ୍ତ୍ରୀଙ୍କୁ ସେମାନଙ୍କର କାର୍ଯ୍ୟକଳାପକୁ ପ୍ରଶସା କରିଥିଲେ ।ଏବଂ ବକ୍ତବ୍ୟ ରେ ଉଭୟ ସରକାର କାର୍ଯ୍ୟରତ ସୈନିକ ଓ ରିଟାୟାଡ ସୈନିକ ମାନଙ୍କ ପ୍ରତି ଅଧିକ ଦୃଷ୍ଟି ଦେବାକୁ ନିବେଦନ କରିଥିଲେ ।ଦେଶବାସି ମଧ୍ଯ ସୈନିକ ମାନଙ୍କୁ ସମ୍ମାନ ଦିଅନ୍ତୁ ,ଦେଶ ପାଇଁ ଲଢି ମୃତ ଜବାନ ର ପରିବାରକୁ ସହଯୋଗର ହାତ ବଢ଼ାଇବାକୁ କହିଥିଲେ ।

Leave a Reply

Your email address will not be published. Required fields are marked *