ପୁଣି ଅଲୋଡା ହେଲା ଶିଶୁ କନ୍ୟା : ସୋର

ପୁଣି ଅଲୋଡା ହେଲା ଶିଶୁ କନ୍ୟା
ସୋର : ସୋର ଡାକ୍ତରଖାନା ପରିସରରେ କୁକୁର ଖାଉଥିବା ମୃତ ଶିଶୁ ଭୃଣ ଉଦ୍ଧାର । ସୋର ଡାକ୍ତରଖାନା ପରିସରରେ ଏକ ଶିଶୁ କନ୍ୟା ଭୃଣ ପଡିଥିବାର ଲୋକେ ଦେଖି ପୁଲିସ ଓ ଡାକ୍ତରଖାନାକୁ ଖବର ଦେଇଥିଲେ ପରେ ମୃତ ଶିଶୁ କନ୍ଯାକୁ ପୁଲିସ ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ଦୀର୍ଘ ସମୟ ଶିଶୁ କନ୍ଯାଟି ସୋର ଡାକ୍ତରଖାନା ସମ୍ମୁଖରେ ପଡିଥିବାର ଏବଂ ପୁଲିସ କୁ ଖବର ଦେବା ପରେ ପୁଲିସ ନଆସିବରୁ ଭୃଣ ଶିଶୁ କନ୍ୟାର ଗୋଟିଏ ଗୋଡକୁ କୁକୁର ଖାଉ ଥିବାର ଦେଖି ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ ପାଇଥିଲା । ଡାକ୍ତରଖାନା କତୃପକ୍ଷଙ୍କ ଠାରୁ ପ୍ରକାଶ ଗତ ୧୫ ଦିନ ହେବ ଡାକ୍ତରଖାନାରେ ପ୍ରସବ ହୋଇନାହିଁ ବାହାରୁ କିଏ ଭୃଣ ପକାଇଥିବାର କହିଛନ୍ତି । ସୋର ପୁଲିସ ଏ ସମ୍ପକରେ ତଦନ୍ତ ଅାରମ୍ଭ କରିଛି ।

Leave a Reply

Your email address will not be published. Required fields are marked *