ଜ୍ୟୋତି,ସୁକାନ୍ତ ମାଇନସ : ଶଶି,ସୁଷମା ବିଜେଡି ପ୍ରାର୍ଥୀ

ବାଲେଶ୍ୱର: ଓଡିଶା ରାଜନୀତିର ରଙ୍ଗ ବଦଳୁଛି । ନିର୍ବାଚନ ସମୟ ଜେତେ ପାଖଉଛି ସେତେ ନୂଆ ନୂଆ କଥା ସମ୍ନାକୁ ଆସୁଛି । ତେବେ ନରେନ୍ଦ୍ର ମୋଦି ଏବଂ ଧର୍ମେନ୍ଦ୍ରଙ୍କ ପବନ କାମ କରୁନି ଓଡିଶାରେ । ଯାହା ଏବେ ସିଧା ସିଧା ଦେଖିବାକୁ ମିଳୁଛି । ତେବେ ଏପରି ସ୍ଥିତିରେ ବାଲେଶ୍ୱର ଜିଲ୍ଲାର ଦୁଇଗୋଟି ନିର୍ବାଚନ ମଣ୍ଢଳିରେ ବିଜେପିର ଜିତିବା ଆଶା କରାଯାଉଥିବା ବେଳେ ତାହା ଲିଭି ଲିଭି ଯାଉଛି ।

ଶୁଣିବାକୁ ମିଳୁଛି ବହୁ ଶିଘ୍ର ଶୁସମା ବିଶ୍ୱାଳ ଓ ଶଶି କୁମାର ସାହୁ ଦଳ ଛାଡିବେ ତେବେ ଏ ଦୁଇଜଣ ଯାକ ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବା ଏକରକମ ଫାଇନାଲ । ମିଳିଥିବା ତଥ୍ୟ ମୁଳେ ଦିଲ୍ଲିପ୍ ରାଏ ଏବଂ ବିଜୟ ମହାପାତ୍ର ବିଜେଡିରେ ମିଶିଲେ ୧୫ଗୋଟି ବିଧାୟକ ଆସନରେ ତାଙ୍କ ସମର୍ଥକ ମାନଙ୍କୁ ବିଜେଡି ବିଧାୟକ ଟିକେଟ ଦେବେ । ତେବେ ଏହା ଜଦି ହୁଏ ବାଲେଶ୍ୱର ଜିଲ୍ଲାର ଦୁଇଟା ଯାକ ଜିତିବା ଆସନ ହରେଇବ ବିଜେପି ଏବଂ ବିଜେଡି ପୁଣି ଉକ୍ତଦୁଇଆସନରେ ଜିତି ତାର ପୂର୍ବାବସ୍ତା ବଯାଇରଖିବ । ଅନ୍ୟପଟେ ବିଜେଡିର ବର୍ତ୍ତମାନର ଦୁଇବିଧାୟକ ତଥା ଜ୍ୟୋତି ପ୍ରକାଶ ପାଣିଗ୍ରାହି ଏବଂ ସୁକାନ୍ତ ନାୟକ ମାଇନସ ହୋଇଜିବେ । ଏମିତିବି ଜ୍ୟୋତି ପ୍ରକାଶ ବୈଜୟନ୍ତଙ୍କ ଦୃଢ ସମର୍ଥକ ହୋଇଥିବା ବେଳେ ତାଙ୍କୁ ନାକ ଟେକୁଛନ୍ତି ଦଳର ବହୁ ପୁରୁଖା । ସେପଟେ ସୁକାନ୍ତ ତାଙ୍କ ବ୍ୟବହାର ପାଇଁ ବଦ୍ନାମ । ତେବେ ଆଗାମି ଦିନରେ କଣ ହେବ ଯାହା ସମୟ କହିବ ।

Leave a Reply

Your email address will not be published. Required fields are marked *