ସିମୁଳିଆ: (ଅନିତା ପଟ୍ଟନାୟକ)- ଦିନେ ନୁହେଁ କି ଦୁଇଦିନ ନୁହେଁ, ଦୀର୍ଘ ୫ମାସ ପୂର୍ବରୁ, ସିମୁଳିଆ ବ୍ଳକ ବଣା ଠାରେ ବେଆଇନ୍ ଭାବେ ଚାଲିଥିବା କରତକଳକୁ ସିଜ୍ କରିବାକୁ ଯାଇ ବନବିଭାଗ ଓ ସିମୁଳିଆ ପୋଲିସ ହଟହଟା ହୋଇ ଫେରିବା ପରେ ବର୍ତ୍ତମାନ ସୁଧା ବେଆଇନ୍ କରତକଳ ମାଲିକର ଗୋଟିଏ ଡ୍ୟାସ୍ ବି ବଙ୍କା କରିପାରିନାହିଁ ବନ ବିଭାଗ କିମ୍ବା ସିମୁଳିଆ ପୋଲିସ । ସିମୁଳିଆ ବ୍ଲକର ବଣା ଗ୍ରାମରେ ବେଆଇନ୍ ଭାବେ ଚାଲିଥିବା କରତକଳ ଉପରେ, ତା.୨୮.୦୨.୨୦୨୦ରିଖରେ ଔପଦା ରେଞ୍ଜର ବବିତା ସୁରେନ୍, ଏସିଏଫ ସମୀର ସାହୁ, ଡେପୁଟି ରେଞ୍ଜର ତପନ ପରିଡ଼ା ଓ ତାଙ୍କ ଟିମ୍ ଚଢ଼ାଓ କରି କରତକଳର ଯନ୍ତ୍ରାଂଶ ଖୋଲି ଗାଡ଼ିରେ ଆଣିବା ସମୟରେ କରତକଳର ମାଲିକ ଦୀନବନ୍ଧୁର ପ୍ରରୋଚନା କ୍ରମେ କେତେକ ଗ୍ରାମବାସୀ ବନବିଭାଗ ଟିମ୍ ଠାରୁ ଜୋର ଜବରଦସ୍ତ ସିଜ୍ କରାଯାଇଥିବା ସମସ୍ତ ଯନ୍ତ୍ରାଂଶ ନେଇଯାଇଥିଲେ । ଏହି ଘଟଣାରେ ବନ ବିଭାଗ ସିମୁଳିଆ ପୋଲିସର ସହାୟତା ନେଇଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ କେବଳ ଦର୍ଶକ ସାଜିଥିଲା । ଯାହା ଫଳରେ ଉଭୟ ବନବିଭାଗ ଓ ସିମୁଳିଆ ପୋଲିସ ଶିଶୁପାଳ ହୋଇ ସେଠାରୁ ଫେରିଥିଲେ । ଏହି ଘଟଣାରେ ସିମୁଳିଆ ପୋଲିସ ଗୋଟିଏ ମାମଲା ରୁଜୁ କରିଥିବା ବେଳେ ବନବିଭାଗ ଜଙ୍ଗଲ ଆଇନ୍ ଅନୁସାରେ ଅନ୍ୟ ଏକ କେସ୍ ରୁଜୁ କରିଥିଲା । କିନ୍ତୁ ଏହା ମଧ୍ୟରେ ଘଟଣାକୁ ୫ମାସ ବିତି ଯାଇଥିଲେ ମଧ୍ୟ ବେଆଇନ୍ କରତକଳର ମାଲିକ ତା’—-ରେ ଫୁଲମାଳ ପକାଇ ବୁଲୁଛି । ସ ମିଲ୍ ମାଲିକକୁ ଗିରଫ କରିବା ତ ଦୂରର କଥା, ସିମୁଳିଆ ପୋଲିସ ଓ ବନ ବିଭାଗ କେହି ତାର ଗୋଟିଏ ବି ବଙ୍କା କରିପାରି ନାହାନ୍ତି । ଏହା ପ୍ରମାଣିତ କରୁଛିଯେ, ବର୍ତ୍ତମାନ ସମୟରେ “ଯୋର ଜାର ମୂଲକ ତାର” । ଗୁଣ୍ଡା ଗର୍ଦ୍ଦି କରିପାରୁଥିବା ବ୍ୟକ୍ତି ପାଖରେ ପୋଲିସ ବି ମୁଣ୍ଡ ନଇଁ ଦେଉଛି ।
ଅପରପକ୍ଷରେ, ପୋଲିସ ଓ ବନ ବିଭାଗ ଭୟରେ ଦୀନବନ୍ଧୁ ନିକଟରେ ଆତ୍ମସମର୍ପଣ କରିଦେଲେ ନାଁ’ ବିକ୍ରୀ ହୋଇଗଲେ? ଯଦି ଏହିଭଳିି ଭାବରେ ପୋଲିସ ଓ ବନ ବିଭାଗ କାର୍ଯ୍ୟକରେ ତେବେ ସାଧାରଣ ଜନତା କରିବେ କଣ? ସେମା ନଙ୍କୁ ସୁରକ୍ଷା ଦେବ କିଏ? ଏଥିପ୍ରତି ବନବିଭାଗ ଓ ପୋଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଦୃଷ୍ଟି ଦେବେକି ? ଅନ୍ୟପଟେ ମୋଶଢୁ ପୋଲିସ କିଏ ମୋର କଣ କରିବ ଦେଖିବା କହିବୁଲୁଥିବା ବେଆଇନ ସମିଲ ମାଲିକ ବା କାଠ ମାଫିଆ ଏବେ ନିଶରେ ଜଡାତେଲ ମାରି ବୁଲୁଛି ା ଏ ବାବଦରେ ଏସଡିପିଓଙ୍କୁ ଯୋଗା ଯୋଗ କରିଥିଲେବି ସେ କୈଣସି ମତ ରଖିନାହାନ୍ତି ା ଏଠି ବଡପ୍ରଶ୍ନ ରହିଛିକି ସରକାରୀ କାମରେ ବାଧା ଦେବା ଭଳି ସଙ୍ଗୀନ ଅଭିଯୋଗରେ ପୁଲିସ ନିରବ ବସିବା ଏବଂ ବନବିଭାଗ ଚୁପହୋଇଜିବା ପଛରେ କିରହଶ୍ୟଅଛି ? ମନ୍ତ୍ରି ଏବାବଦରେ ଯାଣିଛନ୍ତି କି ? ଏସବୁପଛରେ ସଢୁ କିଏ ? ସଢୁ ପାଇଁ ନିରବି ଯାଉଛିକି ପୋଲିସ ? ତେବେ ଆଗାମି ଦିନରେ ଏ ଘଟଣାର ସମ୍ପୁର୍ଣ ଖୁଲାସା କରାଜିବ ତାପୁର୍ବରୁ ଜଦି ଦମ ଅଛି ପ୍ରଶାସନ ସେ ବେଆଇନ ସମିଲ ମାଲିକକୁ ଗିରଫ କରୁ ା
ବିଦ୍ର : ସେଦିନର ସମସ୍ତ ଭିଡିଓ ଆମ ପାଖରେ ଅଛି ପୋଲିସ ମାଗିଲେ ଦେଇହେବ କେଉଁ ମାନେ ସରକାରି କାମରେ ବାଧାଦେଇଥିଲେ ସେ ଭଡିଓରୁ ସ୍ପଷ୍ଟ ପ୍ରମାଣିତ ହୋଇଜିବ ା
