ଜଳେଶ୍ୱର : ( ସଂଜୟ ଦାସ ) ପ୍ରେମରେ ପଡିଲେ କେମିତି ହୁଏ ଯାହା ଏବେ ଜେଲରେ ରହି ତରଣି ଭୂୟାଁ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣୀ ମହୋଦୟ ବୁଝୁଥିବେ । ଗତ କିଛିଦିନ ପୂର୍ବରୁ ବିଧାୟକଙ୍କ ନାମରେ ପିସି ମାଗୁଥିବା ତରଣୀ ଭୂୟାଁ ଆୟବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଗତ ତା ୨୪/୦୭/୨୦୧୯ ରିଖରେ ବାଲେଶ୍ବର ଭିଜିଲାନ୍ସ ହାତରେ ଧରା ପଡି ଜେଲ ଭିତରେ ରହିଛନ୍ତି । ତେବେ ଏକଦା ବିଧାୟକଙ୍କ ଡାହାଣ ହାତ ବା ଏଟିଏମ ସାଜିଥିବା ତରଣୀଙ୍କୁ ବିଧାୟକ ସୁରକ୍ଷା ଦେଇନପାରିବା ଏବେ ତାଙ୍କୁ ହତାସ ନିଶ୍ଚିତ କରିଥିବ । ସାଧାରଣରେ ଯାହା ଆଲୋଚନା ହୁଏ ବିଧାୟକ ପାତ୍ର ତରଣିଙ୍କ ନାମରେ କିଛିସମ୍ପତି ରଖିଥିଲେ ଯାହାର ସ୍ପଷ୍ଟ ଚିତ୍ର ଏବେ ସାମ୍ନାକୁ ଆସିଛି । ଖୁଦ ବିଧାୟକ ଚଢୁଥିବା ଓଡି୦୧ଟି୦୯୩୨ ଟଏଟା ଇନୋଭା କ୍ରିଷ୍ଟା ଯାହା ୨୦୧୭ ମସିହାରେ କିଣାଯାଇଥିଲା ଉକ୍ତ ଗାଡିକୁ ଅଶ୍ବିନୀ ପାତ୍ର ବ୍ୟବହାର କରୁଥିଲେ । ଖାଲି ସେତିକି ନୁହଁ ସେଇଗାଡିରେ ମଧ୍ୟ ଖୁଦ ମୁଖ୍ୟମନ୍ତ୍ରୀ ବସିକି ବୁଲିଛନ୍ତି । ଏଭଳି କିଛି କଥା ତରଣି ଏବଂ ବିଧାୟକଙ୍କ ସମ୍ପର୍କର ନିବିଡତାକୁ ସାମ୍ନାକୁ ଆଣିଥିବା ବେଳେ ତରଣିଙ୍କ ନାମରେ ବିଧାୟକଙ୍କର କିଛି ସମ୍ପତି ରହିଥିବା ଅଭିଯୋଗର ଥିବା ସତ୍ୟାସତ୍ୟକୁ ସାମ୍ନାକୁ ଆଣୁଛି । ୧୯୯୦ ମସିହା ଠାରୁ କିରାଣୀ ତରଣୀ ଓ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ସହ ଏମିତି କଉକାରଣରୁ ମଧୁର ସଂପର୍କ ରହିଛି କି, ଦଳର କର୍ମୀଙ୍କ ସହ ବି ଏମିତି ନିବିଡ଼ ସଂପର୍କ ରଖିନାହାନ୍ତି । କିରାଣୀ ତରଣୀ ଭୂୟାଁ ଭିଜିଲାନ୍ସ ହାତରେ ଧରା ପଡିବା ପରେ ସବୁଆଡେ ଶୁଣିବାକୁ ମିଳୁଛି ଯେ କିରାଣୀ ତରଣୀ ଭୂୟାଁ ଜଳେଶ୍ୱର ମହିଳା କଲେଜ ପାଖରେ ରହୁଥିବା ନିଜ ଘରେ ଏକ ଘରୋଇ ଛାତ୍ରୀନିବାସ ଖୋଲିଛନ୍ତି । ବିଧାୟକ ଅଶ୍ୱିନୀ ପାତ୍ର ମଝିରେ ମଝିରେ ଉକ୍ତ ଘରକୁ ମଧ୍ୟଯିବା ଆସିବା କରନ୍ତି । ଯାହା କିରାଣୀ ତରଣୀ ଓ ବିଧାୟକ ଅଶ୍ୱିନୀଙ୍କ ମଧ୍ୟରେ ଥିବା ସମ୍ପର୍କର ନିବିଡତାକୁ ସାମ୍ନାକୁ ଆଣିଛି । ସବୁଠାରୁ ବଡ଼ କଥା ଯେ ଖୁଦ ମୁଖ୍ୟମନ୍ତ୍ରୀଙ୍କୁ ଏବେ ବଦନାମ କରିଦେଇଛନ୍ତି ଜଳେଶ୍ବର ବିଧାୟକ । ଅନ୍ୟପଟେ ବିଜେଡିର ଜିଲ୍ଲା ମୁଖିଆ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ନିରବ ରହିବା ସାଧରଣରେ ଅଶନ୍ତୋଷକୁ ବଢାଉଛି ।
