ଜଳେଶ୍ବର:( ସଂଜୟ ଦାସ ) ଦିନକୁ ଦିନ ଶିକ୍ଷାର ଅଗ୍ରଗତି ପାଇଁ ସରକାର ବିଭିନ୍ନ ନୀତିନିୟମ ଅଙ୍କ କସୁଥିବା ବେଳେ ଖୋଦ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପୁଣି ପାଦେଟିଏ ଝୁଣ୍ଟିଛି । ଗାଁରୁ ସହର ଯାଏଁ “ସଭିଏଁ ପଢ଼ନ୍ତୁ , ସଭିଏଁ ବଢ଼ନ୍ତୁ ” ଡିଣ୍ଡିମର ନାରା ସରକାର ପିଟୁଥିବା ବେଳେ କୋମଳ ମୋତୀ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କୁ ନେଇ ଖେଳୁଛି ଶିକ୍ଷା ବିଭାଗ । ଯାହାର ଏଭଳି ଅପାରଗତାର ଚିତ୍ର ସାମ୍ନାକୁ ଆସିଛି। ପ୍ରଥମଥର କରି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଶିକ୍ଷାର ବିକାଶ ଓ ଛାତ୍ର ଛାତ୍ରୀଙ୍କ ମନବଳକୁ ସଂଗଠିତ କରିବା ଦିଗରେ ଯେଉଁ ନୂଆ ନୀତି ନିୟମ ଆପଣାଇଛନ୍ତି ଅର୍ଥାତ ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକ କାଳୀନ ପରୀକ୍ଷା ଗତ ତା: ୦୭/୦୯/୨୦୧୯ ଚିଠି ନଂଓପି ଇପିଏ-୬୮୭୫ ମୂଳେ ରାଜ୍ୟର ସମସ୍ତ ଜିଲ୍ଲାଶିକ୍ଷା ପ୍ରକଳ୍ପ ସଂଯୋଜକ ବିଭାଗକୁ ନିର୍ଦେଶ ଦିଆଗଲା । ତେବେ ଏହି ଏକକାଳୀନ ପରୀକ୍ଷା ସରକାରଙ୍କ ନିଷ୍ପତି ଚୂଡାନ୍ତ ପାଇବାପରେ ଗତ ୨୫/ ୧୦/୨୦୧୯ରେ ପରୀକ୍ଷା ହେବ ବୋଲି ଏକ ଚିଠି ନଂ ଦର୍ଶା ଯାଇଥିବା ବେଳେ ପୁଣି ପରିବର୍ତନ କରାଯାଇର ତା :୨୪/୧୦/୨୦୧୯ ଚିଠି ନଂ୮୦୫୦ ଆଧାରରେ ଏକକାଳୀନ ପରୀକ୍ଷାର ପ୍ରଗ୍ରାମ ଓ ତାରିଖ ଧାର୍ଯ୍ୟ କରାଯାଇ ୨୯/୧୦/୨୦୧୯ରୁ ୦୨/୧୧/୨୦୧୯ପର୍ଯ୍ୟନ୍ତ ପରୀକ୍ଷା ହେବାର ବିଷୟବସ୍ତୁ ତାଲିକା ଚୂଡ଼ାନ୍ତ ପାଇବାପରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବାପାଇଁ ପ୍ରସ୍ତୁତି ସାରିଛନ୍ତି। ଠିକ ପରୀକ୍ଷାର ୨୪ଘଣ୍ଟା ପୂର୍ବରୁ ଅର୍ଥାତ ୨୮/୧୦/୨୦୧୯ ସୋମବାର ବିଦ୍ୟାଳୟ ଗୁଡିକୁ ସଠିକ ଭାବେ ପ୍ରଶ୍ନପ୍ରତ୍ର ଗୁଡିକ ପହଂଚି ପାରିଲା ନାହିଁ । ୨୯/୧୦/୨୦୧୯ ମଙ୍ଗଳବାର ହେବାକୁଥିବା ପ୍ରଥମ ଭାଷା (ଓଡ଼ିଆ) ପ୍ରଶ୍ନପ୍ରତ୍ର ନ ଆସି ପ୍ରଥମରୁ ପଞ୍ଚମ ପରୀକ୍ଷାର୍ଥୀଙ୍କ ପାଇଁ ଚିତ୍ରାଙ୍କନ ଆସିଥିବା ଷଷ୍ଠରୁ ଅଷ୍ଟମ ପରୀକ୍ଷାର୍ଥୀଙ୍କ ପାଇଁ ଇତିହାସ ଓ ଭୂଗୋଳ ପହଞ୍ଚିଥିଲା । ପହଁଚିଥିବା ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ଦେଖି ଶିକ୍ଷକ ,ଛାତ୍ରଛାତ୍ରୀ ଓ ଅବିଭାବକ ପଡ଼ିଥିଲେ ଦ୍ଵନ୍ଦରେ। ତେବେ ଖୋଦ ସରକାରଙ୍କ ଗଣଶିକ୍ଷା ବିଭାଗର ଅପାରଗତା ପାରିବାପଣିଆ ଉପରେ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି ଅବିଭାବକ ଓ ବୁଦ୍ଧିଜୀବୀ। ନିଜର ପରିବାପାଣିଆ ଦୋଷକୁ ଘଣ୍ଟଘୋଡାଇବା ପାଇଁ ଆଜି ପୁଣି ଅର୍ଥାତ ୨୮/୧୦/୨୦୧୯ ଚିଠି ନଂ-୮୧୯୬ ଟି ଟି/୧୯ମୂଳେ ପରୀକ୍ଷା ତାରିଖ ଓ ବିଷୟବସ୍ତୁ ପରିପବର୍ତନ କରାଯାଇ ଆସନ୍ତା ତା:୦୧/୧୧/୨୦୧୯ରୁ୦୬/୧୧/୨୦୧୯ ନୂଆ ତାଲିକା ଧାର୍ଯ୍ୟ କରିଛନ୍ତି ଗଣଶିକ୍ଷା ବିଭାଗର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ । ତେବେ ସବୁଠାରୁ ବଡ କଥାଜେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କୁ ନେଇ ମାସକ ଭିତରେ ତିନି,ତିନିଥର କେମିତି କିପର ସରକାର ଛାକପଞ୍ଝା ଖେଳଖେଳୁଛନ୍ତି ପିଲାଙ୍କଶିକ୍ଷା ଓ ବିଭାଗର ଅଗ୍ରଗତି କେତେ ଆଗକୁ ମାଡିବ ଦେଖିବାକୁ ବାକି ରହିଲା ।
