ମିଛ ଲୁଚିଲାନି : ସତହେଲା ବିକ୍ରିହେବ ଭାରତ ମାତା

ଭୁବନେଶ୍ବର (ସତୀଶ ମିଶ୍ର) : ବହୁ ଲୁଚା ଛପା ଗାଲୁ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କଲେଯେ ଆସନ୍ତା ମାର୍ଚ୍ଚ ମାସ ଭିତରେହିଁ ବିକ୍ରି ହେବ ଭାରତ ପେଟ୍ରୋଲିୟମ ଏବଂ ଏଆର ଇଣ୍ଡିଆ।      ବିଜେପି ନେତୃତ୍ୱରେ ଥିବା ଏନ ଡି ଏର ଡି ଏନ ଏ ରେ ବେମାର ଅଛି।୨୦୦୩ ମସିହାରେ ଅଟଳ ବିହାରୀଙ୍କ ବେଳୁ ମହାରତ୍ନ କମ୍ପାନୀ ଭାରତ ପେଟ୍ରୋଲିୟମ ବିକିବାକୁ ଲାଗିଲେଣି।ସେତେବେଳର ନିୟମ ଅନୁସାରେ ଏ ଉଦ୍ୟମ ସଫଳ କରିବାକୁ ହେଲେ ସଂସଦର ଅନୁମୋଦନ ଦରକାର ଥିଲା।ସୁପ୍ରିମ କୋର୍ଟଙ୍କ ଛାଟରେ ତୁନି ପଡିଥିଲା ସେ ବେଳର ସରକାର। ପ୍ରକାଶ ଥାଉକି ଅଟଳ ବିହାରୀ ବାଜପେୟୀ ସରକାରୀ କମ୍ପାନୀ ବିକ୍ରି କରିବା ଉଦ୍ଦେଶ୍ୟରେ ପୁଞ୍ଜି ପ୍ରତ୍ୟାହାର ମନ୍ତ୍ରାଳୟ ଗଠନ କରିବାରେ ଦେଶର ପ୍ରଥମ ଏ ଯାବତ ଶେଷ ପ୍ରଧାନମନ୍ତ୍ରୀ। ସେତେବେଳେ ସୁପ୍ରିମ କୋର୍ଟ ଛାଟରେ ଅସହାୟ ହୋଇ ତତ୍କାଳୀନ ପୁଞ୍ଜି ପ୍ରତ୍ୟାହାର ମନ୍ତ୍ରୀ ଅରୁଣ ସୌରୀ କହି ଥିଲେ ଯେ”ମକୁଟରେ ହୀରା ପରି ଶୋଭା ପାଉଥିବା ଦେଶର ଲାଭକାରୀ ତେଲ କମ୍ପାନୀ ଗୁଡିକ ପେଟ ଭିତରେ ଅଲସର୍ ବା ଘା ସଦୃଶ ଅଟନ୍ତି”

ତେଣୁ ୨୦୧୬(Repelling & Amending Act 2016) ମସିହାରେ ପୁରୁଣା ଆଇନରେ ମୋଦି ସରକାର ଆଗ ସଂଶୋଧନ ଆଣିଲେ।କୁହା ଗଲା ପୁରୁଣା କାଳିଆ ଆଇନ ଗୁଡା ବିକାଶର ବାଧକ;ଏଣିକି ହୋଗା ବିକାଶ-ରଖୋ ବିଶ୍ୱାସ।
ତହୁଁ ସହଜ ହେଇ ଗଲା ଲାଭ ଜନକ କମ୍ପାନୀ BPCL ବିକ୍ରିର ରାସ୍ତା। ପ୍ରକାଶ ଥାଉକି BPCL ହାତରେ ରହିଛି ୧୫,୦୭୮ଟି ପେଟ୍ରୋଲ ପମ୍ପ,୬୦୦୦୪ ଗ୍ୟାସ ଆଉଟ ଲେଟ।୪ ଗୋଟି ବିଶାଳ ତେଲ ବିଶୋଧନ ରିଫାଇନାରୀ।

●BPCLକମ୍ପାନୀ ୨୦୧୪-୧୫ରୁ ଦେଉ ଥିବା ଲାଭାଂଶ
୫୦୮୪,୫୧ କୋଟି
୭,୪୩୧.୮୮ କୋଟି
୮,୦୩୯.୩୦ କୋଟି
୭,୯୭୬.୩୦ କୋଟି
୭,୧୩୨.୦୨ କୋଟି
ଏବେ ମୋଦି ସରକାର ଏହାର ୫୩%ଅଂଶଧନକୁ ୬୮ ହଜାର କୋଟିରେ କୌଣସି ଏକ ଘରୋଇ କମ୍ପାନୀକୁ ବିକିଦେବେ। ବର୍ତ୍ତମାନ ସମୟରେ ସରକାର ଲାଭଜନକ କମ୍ପାନୀ କାହିଁକି ବିକିବେ ଯେତେ ବଡ଼ ପ୍ରଶ୍ନ ନୁହେଁ ତହୁଁ ବଡ଼ ପ୍ରଶ୍ନ ହେଉଛି-କାହାକୁ ବିକିବେ!
ଏଆର ଇଣ୍ଡିଆ ଏକ ଲକ୍ଷ କୋଟି ଟଙ୍କା କ୍ଷତିରେ ଚାଲୁଛି ବୋଲି ସରକାର ହିସାବ ଦେଉଛନ୍ତି। ସୁନା ଅଣ୍ଡା ଦିଆ ବି ପି ସି ଏଲ ସହ ସଂଯୁକ୍ତ ଭାବେ ଏଆର ଇଣ୍ଡିଆକୁ ବିକ୍ରି ଘୋଷଣା ପଛର ଉଦ୍ଦେଶ୍ୟ ହେଉଛି-ଅତି ତୁଚ୍ଛା ଦରରେ ଏହା ବିକ୍ରି ହେବ। କିନ୍ତୁ ଏଆର ଇଣ୍ଡିଆ ଏବେବି ଏକ ସମ୍ପୂର୍ଣ କାର୍ଯ୍ୟକ୍ଷମ କମ୍ପାନୀ।ଏହା ପାଖରେ ଅନୁଭବ,ଅଭିଜ୍ଞତା, ଏଆର ବସ, ବ୍ୟବସାୟ ନେଟୱାର୍କର ଅଭାବ ନାହିଁ।

ଜନ୍ମ ଦିନରେ ନିଜ ମାଙ୍କ ହାତ ପରସା ଖାଇବା,ଭାରତ ମାତା ନାଁ ଶୁଣିଲେ ଲୁହ ଗଡେଇ କ୍ୟାମେରା ଆଗରେ ଭାବପ୍ରବଣ ହେବାରେ ମୋଦିଜି ଚାର୍ଲି ଚ୍ୟାପ୍ଲିନଙ୍କ କାନ କାଟିଦେବେ।
କିନ୍ତୁ ଭାରତ ମାତାକୁ ବିକ୍ରି କରିବାରେ ଏ ସରକାର ସାମାନ୍ୟ ସୁଯୋଗ ହାତ ଛଡା କରିବେନି-ବୋଧେ ଏହାହିଁ ଦେଶ ଭକ୍ତି!

Leave a Reply

Your email address will not be published. Required fields are marked *