ବିଜେପିକୁ ମହଙ୍ଗା ପଡିଲା ବେଇମାନି । ନୀଳଗିରିରେ ବୁଡିଯାଉଥିବା ବିଜେପିକୁ କୁଟା ଖଣ୍ଡିଏ ଭଳି ସାହା ହୋଇ ମୁକୁଳାଇଥିବା ସନ୍ତୋଶ ଖଟୁଆଙ୍କ ପ୍ରତି ଦଳ ବେଇମାନି କରିବା ବିଜେପିରେ ଗଣତନ୍ତ୍ର ନାହିଁ ଅଗଣ ତାନ୍ତ୍ରୀକଦଳ ଅଭିଯୋଗରେ ଦଳ ଛାଡିଲେ ହଯାର ହଯାର କର୍ମୀ ଓ ନେତା । ଧୂଳିସାତ ହୋଇଗଲା ନୀଳଗିରି ବିଜେପି । ତେବେ ସନ୍ତୋଶ କେଉଁ ଦଳରେ ମିଶିବେ ସେ କଥା କହିନଥିବା ବେଳେ ସେ ବିଜେଡିରେ ମିଶିବା ଚର୍ଚା ସତହେବା ଦେଖିବାକୁ ମିଳୁଛି ।
ଆସନ୍ତା କାଲି ସେ ବିଜେଡିରେ ମିଶିବାର ରହିଥିଲା ବେଳେ ଆଜି ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେବା ସିଧାସଳଖ ପ୍ରମାଣିତ କରୁଛି କି ସନ୍ତୋଶ କାଲି ବିଜେଡିରେ ମିଶିବେ । ତେବେ ସନ୍ତୋଶ ବିଜେଡିରେ ମିଶିବା ପରେ ବିଜେପି ନୀଳଗିରିରେ ନିଦରେ ଶୋଇଜିବ ବୋଲି ରାଜନୈତିକ ବ୍ୟକ୍ତି ମାନେ କହୁଛନ୍ତି । ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳିରେ ବିଜେପି ଜିତିବା ଥୟ କୁହାଯାଉଥିବା ସିମୁଳିଆ ଏବଂ ନୀଳଗିରିରେ ବିଜେପି ଧୂଳିସାତ ହୋଇଗଲା ବୋଲି ଚର୍ଚା ହେଉଛି ।
