ଜଳେଶ୍ବର : ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଜଳେଶ୍ବର ରାଜନୀତି ସେତିକି ଗୋଳିଆ ହେବାକୁ ଯାଉଛି । ସମସ୍ତେ କହୁଛନ୍ତି ଦିନ କେଇଟା ଭିତରେ ଦେବୀ ପଢି ପାରନ୍ତି ମୋଦି ମନ୍ତ୍ର । ଜଳେଶ୍ବର ପୂର୍ବତନ କଂଗ୍ରେସ ବିଧାୟକ ଦେବୀପ୍ରସନ୍ନ ଚାନ୍ଦଙ୍କୁ ମୋଦିଙ୍କ ପ୍ରେମ ଲାଗିଲାଣି ।

ଜାହାକି ଗତ ୨୦୧୪ ନିର୍ବାଚନରେ ଦେବୀ ଜଳେଶ୍ବର ରୁ କଂଗ୍ରେସ ବିଧାୟକ ଭାବେ ପରାସ୍ତ ହେବାପରେ ଦେବୀ କୁଆଡ଼େ ପଦ୍ମ ପୋଖରୀର ସ୍ୱପ୍ନ ଦେଖୁଛନ୍ତି । ମଝିରେ ମଝିରେ କଳା କାଚ ଗାଡ଼ିରେ ଭୁବନେଶ୍ୱର ଯାଇ ରାଜ୍ୟ ବିଜେପିର ବଡ଼ ବଡ଼ିଆ ମନ୍ତ୍ରୀ ଓ ନେତାଙ୍କୁ ମୁଣ୍ଡିଆ ମାରି ବଜେପି ରୁ ନିର୍ବାଚନ ଲଢ଼ିବାପାଇଁ ମନ ବଳାଇଲେଣି ବୋଲି ଦେବୀଙ୍କ ପାଖଲୋକ ଚର୍ଚ୍ଚା କରୁଛନ୍ତି । ମାତ୍ର ଦେବୀ ବାବୁଙ୍କ କିଛି ସର୍ଥକୁ ନେଇ ରାଜ୍ୟ ବିଜେପି ଶିବିରରେ ଅଙ୍କକଷା ଚାଲିଛି ବୋଲି କୋୖଣସି ସୂତ୍ରରୁ ଜଣାପଡ଼ିଛି । ତେବେ କଂଗ୍ରେସର କିଛି ଆଗଧାଡ଼ି ନେତାଙ୍କୁ ଦେବୀ ବାବୁ ପଦ୍ମ ପୋଖରୀର ସ୍ବପ୍ନ ଦେଖୁଥିବା କଥା ସମ୍ପର୍କରେ ଜାଣିବା ପାଈଁ ଯୋଗା ଯୋଗ କରିଥିଲେ ମଧ୍ୟ ସେମାନେ ମୁହଁ ଖୋଲୁ ନାହାନ୍ତି । ତେବେ ଆଉ ଦିନ କେଇଟା ମଧ୍ୟରେ ଚର୍ଚ୍ଚା ହେଉଥିବା ଖବର ସତ୍ୟତା ପଦାକୁ ଆସିବ ।
