ଜଳେଶ୍ବର : ସାଧାରଣ ନିର୍ବାଚନ ୨୦୧୯, ଜଳେଶ୍ବର ପାଇଁ ବିଜେଡି ଖୋଜୁଛି ନୂଆ ଚେହେରା ତେବେ କଣ କରିବେ ବିଧାୟକ ଅଶ୍ୱିନୀ ପାତ୍ର ? ଯଦି ଆଶାଇଙ୍କ ଟିକେଟ ତାଲିକାରୁ ବାଦପଡନ୍ତି ତେବେ ରାଜନୀତି ରୁ ସନ୍ନ୍ୟାସ ନେବେ ନା ପୁଣି ବାଢ଼ ଡେଇଁବେ । ଚା ଖଟିରେ ଚର୍ଚ୍ଚା ହେଉଛି ଯେ ନିଜର ସ୍ୱାର୍ଥ ପାଇଁ ସେ କିଛିବି କରିପାରନ୍ତି । ତାଙ୍କ ପାଇଁ ବାଢ଼ଡେଇଁବା ନୂଆ କଥା ନୁହେଁ ।
ଏବେ ବିଧାୟକ ଅଶ୍ୱିନୀ ପାତ୍ର ଯେଉଁ ପଞ୍ଚାୟତକୁ ପ୍ରବେଶ କରୁଛନ୍ତି ଲୋକେ ମୁହଁ ବୁଲାଇ ନେଉଛନ୍ତି ସମସ୍ତଙ୍କ ପାଖରେ ଗୋଟାଏ ପ୍ରଶ୍ନ ତମେ କରିଛ କଣ… କେବଳ ମହିଳା ମହାବିଦ୍ୟାଳୟର କିରାଣୀ ଓ ମାନସ ବାବୁଙ୍କ ମନକୁ ଖୁସିକରାଇ ନିଜେ ଅଏସ କରିଛ । ତେବେ ଜନମତଙ୍କ ଏଭଳି ତଥ୍ୟକୁ ଦଳ ଆଖିଆଗରେ ରଖି ଟିକେଟ ଆଶାଇ ତାଲିକାଙ୍କ ମଧ୍ୟରୁ ବିଜେଡି ଜଳେଶ୍ବର ପାଇଁ ନୂଆ ଚେହେରାକୁ ଗୁରୁତ୍ବ ଦେବ ତାହା ସ୍ପଷ୍ଟ ଜଣାପଡିଲାଣି।
