ନକଲି ଟ୍ରାନଜିଟ (ସିଓ) ପାସରେ ଜଳେଶ୍ବର ସୁବର୍ଣ୍ଣରେଖା ନଦୀ ପୀଠ ରୁ ପଶ୍ଚିମବଙ୍ଗକୁ ବେଆଇନ ଓ ବେଧଡକ ଚୋରା ବାଲିଚାଲାଣ । ବାଲିମାଫିଆଙ୍କ ଗଡ଼ଫାଦାର ସାଜିଛନ୍ତି ଜଳେଶ୍ବର ତହସିଲଦାର ।

ଜଳେଶ୍ବର : ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲିମାଫିଆ ମାନେ ମିଳିମିଶି ଜଳେଶ୍ବର ସୁବର୍ଣ୍ଣରେଖା ନଦୀ ପୀଠ ରୁ ରାତିଦିନ ଶହ ଶହ ପଶ୍ଚିମବଙ୍ଗର ଡଂପର ଯୋଗେ ସୀମାରୁ ବହିନେଲେ ବାଲି । ଏହି ବାଲିମାଫିଆଙ୍କ ଗଡ଼ଫାଦାର ସାଜିଛନ୍ତି ଜଳେଶ୍ବର ତହସିଲଦାର । ବର୍ଷ ବର୍ଷ ଧରି ସୁବର୍ଣ୍ଣରେଖା ନଦୀ ଗର୍ଭରୁ ପଶ୍ଚିମବଙ୍ଗ ବାଲିମାଫିଆ ମାନେ ବେଧଡକ ଚୋରା ବାଲି ଚାଲାଣ କରୁଥିବା ଉପରେ ଏହି କିଛିମାସ ହେବ ପଶ୍ଚିମବଙ୍ଗ ବାଲିମାଫିଆଙ୍କ ଉପରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ( ଏନଜିଟି) ଆଦେଶ ନାମା ଲାଗିଲାପରେ ପଶ୍ଚିମବଙ୍ଗ କୁ ଏବେ ଘାରିଛି ବାଲିଚିନ୍ତା । ଏହାର ଫାଇଦା ନେଇ ଜଳେଶ୍ବର ତହସିଲ ଅଧୀନରେ ଯାଉଥିବା ନର୍ଦ୍ଧିଷ୍ଟ ଜଣେ କୋଟିପତି ବାଲିମାଫିଆଙ୍କୁ ଓଡିଶା ସୀମା ଜଳେଶ୍ବର ସୁବର୍ଣ୍ଣରେଖା ନଦୀ ପୀଠ ରୁ ବାଲି ଉତ୍ତୋଳନ ପାଇଁ ସରକାରଙ୍କ ଠାରୁ ପାଇଥିବା ସୀମା ଯଥା ଜଳେଶ୍ଵର ପଞ୍ଚୁଘଣ୍ଟା(କ)ଖାଦାନ ଅନୁମତି କୁ ଅତିକ୍ରମ କରି ଜଳେଶ୍ବର ଭାନୁପୁର ସୀମାରୁ ବେଆଇନ ବାଲିଉତ୍ତୋଳନ କରି ମୋଟା ଅଙ୍କରେ ପଶ୍ଚିମବଙ୍ଗକୁ ବିକ୍ରି କରୁଛନ୍ତି । ସବୁଠାରୁ ବଡ଼କଥା ଯେ ଉକ୍ତ ବାଲିମାଫିଆ ଜଣକ ଜଳେଶ୍ବର ବ୍ଳକ ଠାରୁ ଲକ୍ଷ୍ମଣନାଥ ରୋଡ଼ ସୀମାନ୍ତ ଯାଏଁ ରାସ୍ତାର ଉଭୟ ପାଶ୍ୱର୍ରେ ବେଆଇନ ଭାବେ ବାଲି ଠୁଳ କରାଇ ବାଲିମାଫିଆ ମାନେ ତହସିଲଦାରଙ୍କୁ ହାତବାରିସୀ କରି ଓଡ଼ିଆ ସରକାରଙ୍କ କୋଟି କୋଟି ଟଙ୍କା ବାଟମାରଣା କରୁଛନ୍ତି ।

