ସମାଜ ସୁରକ୍ଷା” ପକ୍ଷରୁ କନ୍ୟା , ଗଛ ଓ ସଡକ ସୁରକ୍ଷା ଜନଜାଗରଣ କାର୍ଯ୍ୟକ୍ରମ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାପଳ କାର୍ଯ୍ୟାଳୟ ଭିତରେ ଆଜି ‘ସମାଜ ସୁରକ୍ଷା’ କାର୍ଯ୍ୟକ୍ରମକୁ ବାଲେଶ୍ବର ଜିଲ୍ଲାପଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅତିରିକ୍ତ ଜିଲ୍ଲାପାଳ ସମ୍ବିଦ ନାୟକ , ଉପଜିଲ୍ଲାପାଳ ନିଲୁ ମହାପତ୍ର, ଅଚଂଳିକ ପରିବହନ ନିର୍ଦେଶକ ବିକାଶ ଚୌଧୁରୀ. ସ୍ପୋର୍ଟସ ଅଫିସର ପୂର୍ଣ୍ଣଚନ୍ଦ୍ର ଜେନା, ଟୋରିଷ୍ଟ ଅଫିସର ଗଗନ ସାହୁ, କଲଚର ଅଫିସର ମନସ୍ବନୀ ରାଉତ, ପାନ୍ଥ ନିବାସ ମେନେଜର ସାୟେଦ ତାରିକ ଅଲି ପତାକା ହଲାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଜାତୀୟ ରାଜପଥରେ ସ୍କୁଟିରେ ମହିଳା ଓ ଝିଅ ସୋର ଓ ସିଙ୍ଗାଖୁଣ୍ଟା ଅଞ୍ଚଳରେ ଦୀର୍ଘ ୫୦ କିମି ବୁଲି ବୁଲି ଜନ ଜାଗରଣ କରିଥିଲେ। ଅଧ୍ୟାପିକା ସୁଚିତ୍ରା ଜେନା ବିଚିତ୍ରା ପ୍ରଧାନ, ସବିତା ମିଶ୍ର, ଜୋସ୍ନା ସେନାପତି, ସଲିମା ବିବି,ଦେବସ୍ମିତା କର ,ମମତା ବେହାରା, ରଂଜିତା ଘୋସ, ସୁଚିସ୍ମିତା ସ୍ବଇଁ ପ୍ରମୁଖ ଭାଗନେଇଥିଲେ। ଏହି କାର୍ଯ୍ୟ କ୍ରମରେ ଅତିଥି ଭାବେ ବିଦ୍ୟାଳୟର ଗୋପବନ୍ଦୁ ବେଜ, ଦାମୋଦର ସେନାପତି ,ଜଗନ୍ନାଥ ମହାରଣା, ଏସ.କେ ସରଫତ ଅଲ୍ଲି ଯୋଗଦେଇଥିଲେ। ଶେଷରେ ପିଲା ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *