ସବୁ ଭଲ ଅଛି ! ମାନ୍ୟବର: ପିଆଜ ୮୦କୁ ପେଟ୍ରୋଲ୭୩

ବାଲେଶ୍ବର : ଭାରତ ବର୍ଷର ପ୍ରଧାନ ମନ୍ତ୍ରୀ ଜେତେବେଳେ ଆମେରିକାର ରାଷ୍ଟ୍ରପତିଙ୍କ ପ୍ରଚାର କରିବାକୁ ଯାଇ ଆମେରିକାର ସବୁଜ କାର୍ଡଧାରି ମୀନଙ୍କୁ ପ୍ରଭାବିତ କରୁଛନ୍ତି ସେତେ ବେଳେ ସେ କହୁଛନ୍ତି ସବୁଭଲ ଅଛି। ସେଇ ସବୁଜ କାର୍ଡଧାରି ମାନେ ହୁଏତ ବୁଝି ନପାରନ୍ତି କଣ ଭଲ ଅଛି କିନ୍ତୁ ଭାରତ ବାସି ବୁଝିବା ଆରମ୍ଭ କଲେଣି ଏଠି କେବଳ ଭଲରେ ଅଛି ଆର.ଏସ.ଏସ,ଏଠି କେବଳ ଭଲରେ ଅଛି ଅମିତ ସାହା ଓ ତାଙ୍କ ପୁଅ , ଭଲରେ ଅଛି ବିଜେପି ପାର୍ଟି ଅଫିସ , ଭଲରେ ଅଛି ରିଲିଆନ୍ସ କମ୍ପାନି ଓ ଟାଟା,ବିର୍ଲା ା ଏଠି ସାଧାରଣ ଲୋକଙ୍କ ପାଇଁ ସଂକଟ ହିଁ ସଂକଟ । ଗତ ସପ୍ତାହେ ଭିତରେ ପିଆଜର ଦର ଅଶୀ ଟଙ୍କାରେ ପହଞ୍ଚିଛି । ଆଠଟଙ୍କାର ପିଆଜ ଅଶୀ ଟଙ୍କା ହେବା ପଛରେ କାରଣ କ’ଣ , ଏକଥା କେହି କାହାକୁ ପଚାରି ପାରିବେ ନାହିଁ । ଏହି ଟଙ୍କା ଚାଷି ପାଖକୁ ଯାଏନି ଦଲାଲଙ୍କ ପାଖକୁ ଯାଏ ା କିଛିଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଦେଶରେ ଦରବୃଦ୍ଧି ବିଲ୍‌କୁଲ୍‌ ଘଟୁନାହିଁ । ତେବେ ଏହା ଭିତରେ ପିଆଜ ଦର ୧୦୦୦% ବଢିବା କଣ ଦରବ୍ରୁଧି ନୁହଁ । ଭାରତର ପ୍ରମୁଖ ପିଆଜ ମଣ୍ଡିଗୁଡ଼ିକରେ ଚାଷୀମାନେ ଆଜି ମଧ୍ୟ ୧୦ ରୁ ୧୨ ଟଙ୍କା କିଲୋ ହିସାବରେ ପିଆଜ ବିକ୍ରି କରୁଛନ୍ତି । ଅଥଚ ଖୋଲା ବଜାରରେ ତାହା ଅଶୀ ଟଙ୍କାରେ ବିକ୍ରି ହେଉଛି । ଏତେ ମାତ୍ରାର ଲାଭ ଖାଉଛି କିଏ ? ଡିଜେଲ୍‌ ଏବଂ ପେଟ୍ରୋଲ ଦର ମଧ୍ୟ ବଢି ଚାଲିଛି । ଗତ ସାତ ଦିନ ଭିତରେ ପେଟ୍ରୋଲ୍‌ ଦର ପାଖାପାଖି ଲିଟର ପିଛା ୭୩ଟଙ୍କାରେ ପହଞ୍ଚିଲାଣି । ଆଗକୁ ଏହା ଆହୁରି ବଢିବ । ତା’ ସତ୍ତ୍ବେ ମଧ୍ୟ ଅର୍ଥମନ୍ତ୍ରୀ କହୁଛନ୍ତି, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି । ଦରଦାମ ବଢୁନାହିଁ । ବଜାରରେ ଯେତେବେଳେ ପ୍ରବଳ ମାନ୍ଦାବସ୍ଥା ଅଛି, ସେହି ସମୟରେ ଅତ୍ୟାବଶ୍ୟକୀୟ ପଦାର୍ଥର ମାତ୍ରାଧିକ ଦରବୃଦ୍ଧି ଅର୍ଥନୀତିକୁ ଆହୁରି ପ୍ରଭାବିତ କରୁଛି । ତେବେ ଅର୍ଥନୀତି ସମ୍ପର୍କରେ ଆମ ପାଖରେ ଚିନ୍ତା କରିବାକୁ ସମୟ ନାହିଁ ?

ଆମେ ପାକିସ୍ତାନରେ ପିଆଜ ଦର ବଢିଗଲାଣି ବୋଲି କହି କରୁଳୁ ଥିଲେ । ଆଜି ସେହି ଦଶା ଆମର ହୋଇଛି । ସବୁ କଥାରେ ପାକିସ୍ତାନ ସହ ତୁଳନା କରିବାର ଅଭ୍ୟାସ ଆମକୁ ପାକିସ୍ଥାନିଙ୍କ ଭଳି ମାନସିକତା ତିଆରି କରିଦେଉଛି । ତେଣୁ ପିଆଜ ଦର ବଢିବାଟା ଆମକୁ ଦେଶ ପ୍ରେମ ବଢିବା ଭଳି ଲାଗୁଛି । ଅବଶ୍ୟ ପାକିସ୍ଥାନର ରାଷ୍ଟ୍ରମୁଖ୍ୟ ଏବଂ ଭାରତର ରାଷ୍ଟ୍ର ମୁଖ୍ୟଙ୍କ ମାନସିକତା ପ୍ରାଏ ସମାନ ା ଖାଲି ଏତିକି ସେ ମୁସଲ ମାନ ସଂପ୍ରଦାୟର ଲୋକଙ୍କୁ ପ୍ରଭାବିତ କରିକି ରାଜନିତି କରନ୍ତି ଇଏ ହିନ୍ଦୁ ମାନଙ୍କୁ ନେଇ ରାଜନିତି କରନ୍ତି ।
ତେବେ ସବୁ କିଛି ଭଲ ଅଛି ବୋଲି ଆମେ ଯେଉଁମାନେ ଆନନ୍ଦରେ ଗଦଗଦ ହେଉଥିଲୁ, ଏବେ ଆମକୁ ପିଆଜ ଓ ପେଟ୍ରୋଲ ଚିନ୍ତା ଘାରିଛି । ଆମର ପ୍ରଧାନମନ୍ତ୍ରୀ ଏସବୁ କଥାରେ ମୁଣ୍ଡ ପୂରାନ୍ତି ନାହିଁ । ସେ ବଡ଼ ବଡ଼ କଥା କୁହନ୍ତି । ଏଣୁ ସାଧାରଣ ଲୋକର ପିଆଜ ଓ ପେଟ୍ରୋଲ୍‌ ସମ୍ପର୍କରେ ତାଙ୍କର କେବେ କିଛି ବକ୍ତବ୍ୟ ନଥିଲା କି ଆଗକୁ ମଧ୍ୟ ରହିବ ନାହିଁ । ଆମେ ସାଧାରଣ ଲୋକେ ଭକ୍ତ ହେବୁ ନ ହେଲେ ଦେଶ ଦ୍ରୋହି । ହଁ ଆପଣ ଗୋଟେ କଥା କହିପାରିବେ ଆଜିର ଦରଦାମ ବ୍ରୁଧି, ବେରୋଜଗାର,ଦୁର୍ବଳ ଅର୍ଥନୀତୀ ପାଇଁ କଂଗ୍ରେସ ଦାଇ ଅନ୍ୟାନ୍ୟ ସମସ୍ୟା ନେହେରୁ ଛାଡିଯାଇଛନ୍ତି । ସବୁପରେ ଗୋଟେ କଥା ସଭିଏଁ ମହାନ ଆମ ମୋଦି ଜିଏ ସ୍ତ୍ରୀକୁ ଛାଡି ମନର କଥା ରେଡିଓ ଟିଭିରେ କହୁଛନ୍ତି ା ଏବେ ସମସ୍ତେ କୁହନ୍ତୁ ଆମେ ଭଲରେ ଅଛୁ ା

Leave a Reply

Your email address will not be published. Required fields are marked *