ସୋର ଡାକ୍ତରଖାନା ଦଲାଲ ଯୁକ୍ତ : ଙ୍ଘୋରୋଇ ପାଥଲ‍୍ୟାବ ମାଲିକ ମାଲେ ମାଲ

ସୋର: ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଜିଲ୍ଲାରେ ଏକ ଗୁରୁତ୍ବପୂଣ୍ଣ ଡାକ୍ତରଖାନା ଭାବେ ଜଣା ଶୁଣା। ହେଲେ ଏହି ଡାକ୍ତର ଖାନା ଏବେ ଘୋରେଇ ପାଥଲ୍ୟାବ ଦଲାଲଙ୍କ କବ୍ଜାରେ । ରାଜ୍ୟ ସରକାର ୫ଟି ରେ ନାରା ଦେଉଥିଲା ବେଳେ ଏହି ନାରା ସୋର ଡାକ୍ତରଖାନାରେ ଫେଲ ମାରିଛି। ଖୁଲମ ଖୁଲା ଘୋରୋଇ ପାଥଲ୍ୟାବର ଦଲାଲ ମାନେ ଡାକ୍ତରଖାନର ଭିତରେ ପଶି ରୋଗୀ ମାନଙ୍କୁ ଶୋଷଣ କରୁଥିବାର ଅାଜି ଦେଖିବାକୁ ମିଳିଛି । ସୋର ଡାକ୍ତରଖାନାଗେଟ ସମ୍ମୁଖରେ ଛତୁ ଫୁଟିବା ଭଲି ଖୋଲିଥିବା ବେଆଇନ ପାଥଲ‍ବ ଗୁଡିକ ରୋଗି ମାନଙ୍କୁ ଶୋଷଣ କରୁଥିବାର କିଛି ଭିଡିଓ ଚିତ୍ର ସାମ୍ନାକୁ ଆସିଛି । ମିଳିଥିବା ଚିତ୍ରମୁଳେ ଜଣେ ଯୁବତି ଡାକ୍ତରଖାନାରେ ଥିବା ରୋଗିମାନଙ୍କ ହାତରୁ ଏକସିରିଞ୍ଚିରେ ରକ୍ତ ନମୁନା ସଂଗ୍ରହ କରୁଥିବାର ଦେଖିବାକୁ ମିଳିଛି । ତେବେ ଅନୁସନ୍ଧାନରୁ ଜଣାପଡେକି ଉକ୍ତ ଯୁବତିଜଣକ ସରକରି ମେଡିକାଲର କେହି କର୍ମଚାରୀ ନୁହନ୍ତି ସେ ତଳେ ଥିବା ସାଇ ପାଥୋଲାବ ନାମକ ଏକ ସଂସ୍ଥାର କର୍ମଚାରୀ । ତେବେ ରକ୍ତ ନମୁନା ନେଲା ପରେ ଯୁବତି ଜଣକ ଡାକ୍ତରଖାନାର ତଳେଥିବା ସାଇପାଥୋଲାବକୁ ହିଁ ଯାଇଥିଲେ । ତେବେ ସରକାର ଏବେ ଡାକ୍ତରଖାନା ଗୁଡିକୁ ଦଲାଲ ମୁକ୍ତ କରିବାକୁ ଚାହୁଁଥିଲା ବେଳେ ସୋର ଡାକ୍ତରଖାନାକୁ କାହିଁକି ଦଲାଲ ଯୁକ୍ତ କରାଉଛନ୍ତି ? କାହିଁକି ସୋରରେ ଥିବା ଶହ ଶହ ବେଆଇନ ପାଥ୍ୟାବକୁ ବନ୍ଦକରାଯାଉନି ? କାହା ସ୍ବାର୍ଥରେ କାହା ନିର୍ଦେଶରେ ଏଭଳି ବେଆଇନ କାର୍ଯ୍ୟକୁ ସ୍ବିକୃତି ଦିଆଯାଉଛି । ସୋର ମେଡିକାଲ ଅଫିସର ଏ ଦଲାଲମାନଙ୍କୁ ଖୁଲମ ଖୁଲା ଦଲାଲି କରିବାକୁ କାହିଁକି ଛାଡିଛନ୍ତି ? ତାଙ୍କର କିଛି ବ୍ୟକ୍ତିଗତ ସ୍ବାର୍ଥ ଅଛିକି ଜଦି ନାହିଁ ଏଇ ଭିଡିଓ ଦେଖିଲା ପରେ ଆସନ୍ତା କାଲି ସୋର ଥାନାରେ ସୋର ମେଡିକାଲ ଅଫିସର ଅଭିଯୋଗ କରିବେକି ? ଜଦି ନାଁ ତାହାଲେ ତାଙ୍କର ଏଭଳି ଦଲାଲିରେ ସମ୍ପୃକ୍ତ ଥିବା କଣ କୁହାଜିବନି ! ଅନ୍ୟପଟେ ସିଡିଏମଓ ,ଜିଲ୍ଲାପାଳ ଓ ସୋର ମେଡିକାଲର ରୋଗି କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ସୋର ବିଧାୟକ ପର୍ଶୁରାମ ଧଡା କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *