ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ କର୍ମଚାରୀଙ୍କ ମଧୁଚନ୍ଦ୍ରିକା,ରାସ୍ତା ନିର୍ମାଣରେ ଦୁର୍ନୀତି, ତଦନ୍ତ ପାଇଁ ଦାବୀ

ଜଳେଶ୍ଵର 🙁 ସଂଜୟ ଦାସ ) ସରକାର ଲୋକଙ୍କ ସମସ୍ୟା ଦୂର କରିବା ପାଇଁ କୋଟିକୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରାଯାଉଥିବା ବେଳେ ସମସ୍ୟା ହେଉନାହିଁ ଦୂର । ଠିକାଦାର ଓ ଵିଭାଗୀୟ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ନେଇ ରାସ୍ତା ନିର୍ମାଣରେ ଦୁର୍ନୀତି । ଏପରି ଘଟଣାର ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ନଛିମପୁର-ଅମ୍ବାଳିଅଠା ରାସ୍ତା ନିର୍ମାଣ କ୍ଷେତ୍ରରେ । ଦୀର୍ଘ ପାଞ୍ଚ ବର୍ଷ ତଳେ ୩ କୋଟି ୧ ଲକ୍ଷ ୮୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାମ ନ ସରିବା ଓ ନିମ୍ନମାନର କାମ ଅଧାପନ୍ତରିଆ କରି ଛାଡି ଯିବାଯିବା ଉପରେ ଉଠିଛି ପ୍ରଶ୍ନ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦେଉଳା ଠାରୁ ଆମ୍ବଳିଅଠା ୫ କି: ୭୦୦ ମି: ରାସ୍ତାର ନାମଫଳକ ପୁରା ଓଲଟା । ଦେଉଳା ଶାନ୍ତିରାମ ସରେନ ଘର ଠାରୁ କାମ ଆରମ୍ଭ ହୋଇଥିବା ସ୍ଥାନରେ ଫଳକ ନାହିଁ । ଵିଶେଷ କରି ନଛିମପୁର ଠାରୁ ଠିକାଦାର ଯେତିକି ମାଟି ଓ କଂକ୍ରିଟ କାମ କରିଛି ଅତି ନିମ୍ନମାନର । ସରକାରଙ୍କ ନିୟମ ଅନୁଯାୟୀ ମାଟି, ମେଟାଲ,ସାମଗ୍ରୀ ଯେଉଁ ମାତ୍ରାରେ ଲାଗିବା କଥା ତାହା କରାନଯାଇ ସେମିତି କିଛି ସ୍ଥାନରେ କଂକ୍ରିଟ କାମ ସରିଛି । ନିର୍ମାଣର ମାସକ ପରେ କଂକ୍ରିଟ ଫାଟି ଆଁ ।
ଠିକାଦାରଙ୍କ ମେରିରାୟ ନିତୀ ଓ ଗ୍ରାମ ଉନ୍ନୟନ ବିଭାଗର ଚରମ ଅବହେଳା ଯୋଗୁଁ ରାସ୍ତାର ଏଭଳି ଅବସ୍ଥା । ରାସ୍ତା ଉପରେ ପାଖାପାଖି ୧୦୦ ରୁ ଅଧିକ ଗାଁର ଲୋକେ ନିର୍ଭର କରନ୍ତି ।
ଦେଉଳା ରେଳ ଫାଟକ ଶାନ୍ତିରାମ ସରେନ ଘର ଠାରୁ ଆମ୍ବଳିଅଠା ଭାୟା ନଛିମପୁର ରାସ୍ତାକୁ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇ ୩ କୋଟି ୧ ଲକ୍ଷ ୮୬ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । ଗ୍ରାମ ଉନ୍ନୟନ ବିଭାଗ ତରଫରୁ ଟେଣ୍ଡର ଜରିଆରେ ବାଲେଶ୍ଵର ର ଠିକାଦାର ଗିରିଶ ଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ ରାସ୍ତା ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ଠିକାଦାରଙ୍କ ସହ ଚୁକ୍ତି ଅନୁସାରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ୨୦୧୬ ମସିହା ଫେବୃଆରୀ ୨୪ ରେ ଆରମ୍ଭ ହୋଇ ୨୦୧୭ ଫେବୃଆରୀ ୩ ରେ ସରିବା କଥା। ହେଲେ କାର୍ଯ୍ୟ ଶେଷ ହେବା ଅବଧି ପରେ ବି ୩ ବର୍ଷ ବିତିଗଲାଣି । କେବଳ ରାସ୍ତାର କିଛି ଭାଗ କଙ୍କ୍ରିଟ ଓ ପିଚୁ କାମ ହୋଇଛି ସତ। ନଛିମପୁର ଠାରୁ ଆମ୍ବଳିଅଠା ଯାଏ ରାସ୍ତା ଅବସ୍ଥା ନକହିବା ଭଲ। ପୁଣି ଯେତିକି କାମ ସମ୍ଭବ ହୋଇଛି ସେଥିରେ ବ୍ୟାପକ ଅନିୟମିତତା ହୋଇଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ରାସ୍ତା ପ୍ରତିଦିନ ପାଖାପାଖି ୧୦ ହଜାର ଲୋକେ ନିର୍ଭର କରିଥାନ୍ତି । ତେବେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଉପରେ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଜନସାଧାରଣଙ୍କ ଅଭିଯୋଗ ଆସିଛି । ସେପଟେ ଠିକାଦାର ବାବୁ ଜଣକ ବିଲ ଉଥିବାରେ କମିକରୁନାହାନ୍ତି । ଦେଖିବାକୁ ବାକିରହିଲା ସରକାର ଏଦିଗରେ କିଭଳି ପଦକ୍ଷେପ ନେଇଛନ୍ତି

Leave a Reply

Your email address will not be published. Required fields are marked *