ତାଳଚେର : ପୁଣି ସାମ୍ବାଦିକଙ୍କୁ ଅମାନୁସିକ ଭାବେ ମାଡ ମାରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ବେଳେ ପୁଲିସର ନିରବତାକୁ ନେଇ ସାମ୍ବାଦିକଙ୍କ ମହଲରେ ଅଶନ୍ତୋଷ ବସାବାନ୍ଧୁଛି। ତେବେ ପୂର୍ବରୁ ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତମାନଙ୍କ ତରଫରୁ ଏହି ଭିଡିଓ ଭାଇରାଲ କରାଯାଇଥିବା ଜଣା ପଡିଛି ା ଉକ୍ତ ଅସାମାଜିକ ବ୍ୟକ୍ତିମାନେ ସ୍ଥାନୀୟ ବିଧାୟକଙ୍କ ସହ ବିଭିନ୍ନ ସମୟରେ ସାଙ୍ଗରେ ଥିବା କିଛି ଫଟ ଚିତ୍ର ସୋସିଆଲ ମିଡିଆରୁ ମିଳିଥିବା ବେଳେ ସେମାନେ ବିଧାୟକଙ୍କ ବାହୁଛାୟାତଳେରହି ସାମ୍ବାଦିକଙ୍କୁ ଆକ୍ରମଣକରିବାକୁ ସାହସ କରିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି ା ଅସାମାଜିକ ବ୍ୟକ୍ତିମାନେ ସାମ୍ବାଦିକଙ୍କୁ ଅତ୍ୟନ୍ତ ନିର୍ଦୟ ଭାବେ ମାଡମାରିବା ସହ ମାଡମାରିବା ବେଳର ଭିଡିଓ ଭାରାଲ କରାଇ ତାଙ୍କ ମାନସମାନ ହାନି କରାଇଥିବା ସାମ୍ବାଦିକଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ । ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ବ୍ରାଉନ ସୁଗାର, ଚୋରା ଡିଜେଲ, ଚୋରା କୋଇଲା , ମଦ କାରାବାର ରେ ଲିପ୍ତ ରହିଥିବା ତଥା ରାଜନୈତିକ ଛତ୍ର ଛାୟା ତଳେ ଏହି ଅସମାଜିକ ଗୁଣ୍ଡାଙ୍କ ବିରୋଧରେ ସାମ୍ବାଦିକ ହିଂମାଶୁ ଶେଖର ଗଡନାୟକ ଖବର ଲୋକଲୋଚନକୁ ଆଣିଥିବା ଯୋଗୁ ଆକ୍ରୋଶ ମୁଳକ ଭାବେ ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ବିଚ ରାସ୍ତାରେ ବେଲ୍ଟରେ ମାଡ ମାରିଥିଲେ। ଯାହାର ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ପୁର୍ବରୁ ସାମ୍ଵାଦିକ ଜଣକ ସମଲ ଥାନାରେ ୪ଟି ମାମଲା ଋଜୁ କରିଥିଲେ। ତା ମଧ୍ୟରୁ କଲିଓରି ଥାନରେ୦୫/୧୮,୧୦୭/୧୮, ତାଳଚେର ଥାନାରେ ୭୧/୧୯ ସମଲ ଥାନାରେ ୫୭/୧୯ ମମଲା ଋଜୁ ହୋଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ନଧରି ଖୁଲମ ଖୁଲା ଛାଡିଦେବା ଅଭିଯୁକ୍ତଙ୍କ ଔଧତ୍ୟକୁ ସିଧା ସଳଖ ବଢାଇ ଦେଇଛି। ତେବେ ପରବର୍ତ୍ତୀ ପର୍ଯ୍ୟୟରେ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବା ଅଭିଯୋଗ ମିଳିଛି। ଏ ସମସ୍ତ ଘଟଣା ଯାହା ସ୍ପଷ୍ଟ କରେ ସ୍ଥାନୀୟ ରାଜନେତାଙ୍କ ଇଂଗିତରେ ସାମ୍ବାଦିକଙ୍କ ପ୍ରତି ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି। ଏଠି ପ୍ରଶ୍ନ ଉଠୁଛି କୁଆଡେ ଗଲା ସରକାରଙ୍କ ୫ଟି। କାହିଁକି ନିରବିଗଲେ ତାଳଚେର ଏସ.ପି। ସାମ୍ବାଦିକଙ୍କ ନାମରେ ଚାନ୍ଦା ନେଇ ଗଣ୍ଡା ଗଣ୍ଡା ସଂଙ୍ଘ କୁଆଡେ ଗଲା। ମାନବିକତାର ମାନସିକତାକୁ ନେଇ ବଡ ବଡ କଥା କହୁଥିବା ସମାଜ ସେବି ଗଲେ କୁଆଡେ। ତେବେ ଏ ସବୁ ପରେ ସାମ୍ବାଦିକ ଗଡ ନାୟକ ନ୍ୟାୟ ମାଗୁଛନ୍ତି ମୋତେ ନ୍ଯୟ ମିଳୁ ନ୍ୟାୟ ମିଳୁ। ନ୍ୟାୟର ବାଟଦେଖାଉଥିବା ସାମ୍ବାଦିକର ଜଦି ଏଇ ଅବସ୍ତା ତାହାଲେ ସାଧାରଣ ଲୋକଙ୍କ ଅବସ୍ତା କଣ ତାହା ସହଜେ ଅନୁମେୟ ା
