ସୋର : ବାଲେଶ୍ବର ଜିଲା ସୋର ନିର୍ବାଚନ ମଣ୍ଡଳି ରେ ଆଜି ଅସନ୍ତୁଷ୍ଟ ବିଜେଡି କର୍ମୀ ମାନେ ମିଳିତ ଭାବରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । କର୍ମୀ ମାନଙ୍କ ମଧ୍ୟରେ ସରପଞ୍ଚ , ସମିତିସଭ୍ୟ ଶତାଧିକ କର୍ମୀ ମାନେ ମିଳିତ ଭାବରେ ଆଜି ରାଜ୍ୟ ସଭାପତି ତଥା ବିଜେଡି ଦଳର ସୁପ୍ରିମ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପ୍ରଦାନ କରିଛନ୍ତି ।
ସୋର ବିଧ୍ୟାୟକ ପର୍ଶୁରାମ ଧଡାଙ୍କୁ ବିଜେଡି ତରଫରୁ ଅାଉଥରେ ବିଧାୟକ ପାର୍ଥୀ ଭାବେ ସୋର ନିର୍ବାଚନ ମଣ୍ଡଳିରୁ ଚୟନ କରାଯାଇଥିବାରୁ ସୋର ବିଜେଡିରେ ଥିବା ଅସନ୍ତୁଷ୍ଟ କର୍ମୀ ତଥା ପୁର୍ବତନ ବିଧାୟକ ଏବଂ ସରପଞ୍ଚ ସମିତି ସଭ୍ଯ ମାନେ ଏକତ୍ର ମିଶି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏ ବାବଦରେ ପର୍ଶୁରାମ ଧଡା ମତ ରଖି କହିଛନ୍ତି ପରିବାର ଭିତରେ ସେମିତି ହୁଏ ଆମେ ତାକୁ ସମାଧାନ କରିବାକୁ ଚେଷ୍ଟା କରିବା ା
