ନାଳୁଆ ସବରେଷ୍ଟ୍ର ହଟଚାଟ କରୁଥିଲେ

ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ ଫେସବୁକରେ କରୁଥିଲେ ଅନୁରୋଧ। ଗୋପ୍ ରେଜିଷ୍ଟାର ଅଫିସର ସବ ରେଜିଷ୍ଟାର ପ୍ରଭାତ ତରାଇଙ୍କ ନାମରେ ଜଣେ ଯୁବତୀ ଆଣିଛନ୍ତି ଏଭଳି ସଂଗୀନ ଅଭିଯୋଗ। ପ୍ରଭାତ ସୋସିଆଲ ମିଡିଆରେ ମାନସିକ ନିର୍ଯାତନା ଦେଉଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ କରିଥିବା ଯୁବତୀଙ୍କୁ ସବ-ରେଜିଷ୍ଟାର ଜଣଙ୍କ ବିଭିନ୍ନ ସମୟରେ ମନ୍ଦ ଉଦ୍ଦେଶ୍ୟ ରଖି ମ୍ୟାସେଜ କରୁଥିବା କୁହାଯାଇଛି। ୨୦୦୯ ମସିହାରେ ଯୁବତୀ ଜଣଙ୍କ କାକଟପୁରରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପ୍ରଭାତ ତରାଇ ସେତେ ବେଳେ ତାଙ୍କର ପ୍ରଧାନଶିକ୍ଷକ ଥିଲେ। ଯୁବତୀ ଜଣଙ୍କ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବରେ କାମ କରନ୍ତି। ଗତ ୧୩ ତାରିଖ ଦିନ ପ୍ରଭାତ ତରାଇ ଚାଟିଂ କରିବା ସହ ଏକୁଟିଆ ଦେଖା କରି ତାଙ୍କ ସହ ସଂପର୍କ ରଖିବାକୁ କହିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପ୍ରଭାତ ତରାଇଙ୍କ ମୋବାଇଲ ଫୋନ ଯୋଗାଯୋଗା କରିଥିବା ବେଳେ ତାଙ୍କର ମୋବାଇଲ ସୁଇଚ ଅଫ ଥିଲା। ଏହି ଘଟଣାରେ ତଦନ୍ତ ଚାଲିଥିବା ପୋଲିସ କମିଶନର କହିଛନ୍ତି ା

Leave a Reply

Your email address will not be published. Required fields are marked *