ବାଲେଶ୍ବର ଜିଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ପୁଲିସକୁ ଗୁଡେଇ ଗୁଡେଇ ମାରିଲେ

ବାଲେଶ୍ବର :ବାଲେଶ୍ବର  ଜିଲାରେ କିଛିଦିନିର ବ୍ୟବଧାନ ପରେ ପୁଣି ଗ୍ୟଙ୍ଗଓ୍ବାର ଦେଖିବାକୁ ମିଳିଛି । ପ୍ରତିଦିନ ଜିଲାରେ କେଉଁଠି ନା କେଉଁଠି ଏମିତି ହଣା କଟା ଦେଖିବାକୁ ମିଳିଛି । କେଉଁଠି ଦିନ ଦିପହରେ ଦୋକାନରେ ପଶି ଲୁଟିଲେଣି ତୋ ଆଉ କେଉଁଠି ଘରେ ପଶି ଖଣ୍ଡାରେ ହାଣିଲେଣି । ବାଲେଶ୍ବର ଜିଲାରେ ଆଇନ ଶୃଙ୍ଖଳା ଏପରି ଅବସ୍ଥା ହୋଇଛି ଘରୁ ବାହାରିବା ଏକ ସାଧାରଣ ଲୋକ ପକ୍ଷେ ସମ୍ଭବ ନୁହଁ । ଗତକିଛି ଦିନ ତଳେ ବାଲିଆପାଳ ସାମ୍ବାଦିକଙ୍କୁ ବାଲିମାଫିଆ ମାନେ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଠିକ ସେହିପରି ଭାବରେ ସୋର ଥାନା ସୋର ଡାକ୍ତରଖାନା ନିକଟରେ ଥିବା ତପସ୍ବିନୀ ଅର୍ୟୁବେଦିକ ନାମକ ଏକଦୋକନରେ ପଶି ଖଣ୍ଡା ଭୁଜାଲିରେ ଦୋକାନିକୁ ମାରିବା ସହିତ ଦୋକାନକୁ ଚୁରମାର କରି ଖସିଯାଇଥିଲେ । ଏହି ଘଟଣାକୁ ୧୫ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି କରି ବସିଛି । ବାଲେଶ୍ବର ଜିଲାରେ ଅପରାଧ ଦିନକୁ ଦିନ ବଡିଚାଲିଥିବା ବେଳେ ଅପରାଧୀଙ୍କ ସଂଙ୍ଖ୍ୟା ବଡିଚାଲିଛି । ହେଲେ ବାଲେଶ୍ବର ପୁଲିସ ଅପରାଧ ରୋକିବାରେ ବିଫଳ ହେବାର ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଆଜି ବାଲିଆପାଳ ଅଞ୍ଚଳରେ ଥାନା ଅଧିକାରିଙ୍କୁ ବିଚ ରାସ୍ତାରେ ଗୋଡାଇ ଗୋଡାଇ ଗ୍ରାମବାସୀ ମାନେ ପିଟିବା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ସୁଚନା ଅନୁସାରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଇଡ୍‌କୋ ଛକ ନିକଟରେ ଥିବା ଏକ ଢ଼ାବାରେ ନାବାଳକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ମୃତକ ଜଣକ ଉଲୁଡା ଗ୍ରାମ ବିଜୟ ଦଳାଇ ବୋଳି ଜଣାପଡିଛି । ସେ ପ୍ରାୟ ଦୁଇ ବର୍ଷରୁ ଏହି ଢ଼ାବାରେ କାମ କରି ଆସୁଥିଲେ । ତେବେ ଆଜି ସକାଳୁ ଢ଼ାବାର ଅନ୍ୟ କର୍ମଚାରୀମାନେ ବିଜୟର ମୃତ ଦେହକୁ ଦେଖି ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ । ତେବେ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ବାଲିଆପାଳ ପୋଲିସ ଏହାର ତଦନ୍ତ ଚଳାଇଛି । ସେପଟେ ଏହି ଘଟଣାକୁ ନେଇ ପୋଲିସ ନିଜ କାର୍ଯ୍ୟରେ ହେଳା କରିଥିବା କାରଣରୁ ଗ୍ରାମବାସୀମାନେ ଉକ୍ଷିପ୍ତ ହୋଇଥିଲେ । ଏବଂ ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଥିବା ଭିଡ଼ିଓ ଦେଖିବାକୁ ମିଳିଛି । ଯାହା ପୁଲିସ ପ୍ରତି ସାଧାରଣ ଲୋକଙ୍କ ଭରସାକୁ ଦଳି ମକଚି ଚୁରମାର କରିବା ସହ ପୁଲିସ   ଏବଂ  ଆଇନ ଉପରେ  ବଡ ପ୍ରଶ୍ନ ବାଚୀ ଶୃଟି କରିଛି ।

Leave a Reply

Your email address will not be published. Required fields are marked *