ଔପଦା : ଅଭଦ୍ର, ଉଶ୍ରୁଙ୍ଖଳତାର ସମସ୍ତ ସୀମା ସରହଦକୁ ପାରି ହୋଇଥିବା ଜଣେ ସ୍କୁଲ ପରିଚାଳନା କମିଟର ସଭାପତିଙ୍କ ଧର୍ମ ପତ୍ନୀଙ୍କ ଅଭଦ୍ରାମି ଚରମ ସୀମାରେ ପହଁଚିଛି। ଯେଉଁ ବିଦ୍ୟାଳୟକୁ ମନ୍ଦିର କୁହାଯାଏ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେବତା କୁହାଯାଏ ସେଇଠି ଅଭଦ୍ରାମି ଉଶୃଙ୍ଖୁଳ ମହିଳାଙ୍କ ଗୁଣ୍ଡାରାଜକୁ ନେଇ ସବୁଠି ଅଶନ୍ତୋଷ ଦେଖାଯାଇଛି । ଜାନୁଆରୀ ୨୬ ସମ୍ବିଧାନ ଦିବସରେ ଅସାମ୍ବିଧାନିକ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ପୁଲିସ ମଧ୍ୟ ଗୁରୁତ୍ତର ଭାବେ ମାମଲାକୁ ନେଇ ଶିକ୍ଷୟତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ସମ୍ପୃକ୍ତ ମହିଳାଙ୍କୁ ଗିପଫ କରିଛି। ତେଵେ ଘଟଣା ଅନୁଯାଇ ପିଟିଏ ସଦସ୍ୟ ସ୍ତ୍ରୀଙ୍କ ଉନ୍ମକ୍ତକାଣ୍ଡ ବିଦ୍ୟାଳୟ ପରିଶର ଭିତରେ ଦେଖିବାକୁ ମିଳିଥିଲା । ଗତ ତା ୨୬ରିଖ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବା ସମୟରେ ବିଦ୍ୟାଳୟର PTA ସଦସ୍ୟଙ୍କର ସ୍ତ୍ରୀ ବିଦ୍ୟାଳୟ ମଧ୍ୟରେ ପ୍ରବେଶ କରି ଶିକ୍ଷୟତ୍ରୀଙ୍କୁ ଗୋଡାଇ ଗୋଡାଇ ମାଡ ମାରିଥିବାର ଶିକ୍ଷୟତ୍ରୀ ଔପଦା ଥାନାରେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଶାରେ ବାଲେଶ୍ବର ଜିଲ୍ଲା ଔପଦା ଥାନା ଅଧିନ ଭଗବାନପୁର ପ୍ରାଥମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବା ସମୟରେ ବିଦ୍ୟାଳୟର PTA ସଭାପତିଙ୍କ ଉଶୃଙ୍ଖଳ ସ୍ତ୍ରୀ ମିନତୀ ପଣ୍ଡା ବିଦ୍ୟାଳୟ ମଧ୍ୟରେ ପ୍ରବେଶ କରି ଶିକ୍ଷୟତ୍ରୀ ବାସନ୍ତୀ ନାୟକ ଓ ଜଣେ ସହକାରୀ ଶିକ୍ଷୟତ୍ରୀ ଗାୟତ୍ରୀ ପଣ୍ଡାଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ବିଦ୍ୟାଳୟର ରେକଡ ପତ୍ର ନଷ୍ଟ କରିଥିଲେ। ଶିକ୍ଷୟତ୍ରୀ ବାସନ୍ତୀ ନାୟକ ଓ ଶହକାରୀ ଶିକ୍ଷୟତ୍ରୀ ଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଚୁଟି ଧରି ମାଡ ମାରିବା ସହ ଏକ ବାଡିରେ ଆକ୍ରମଣ କରିଥିଲେ ପରେ ସେଠାରେ ଥିବା କିଛି ଗ୍ରାମବାଶୀ ଉଭୟ ଶିକ୍ଷୟତ୍ରୀଙ୍କୁ ଉଦ୍ଧାରକରିଥିଲେ ା ପରେ ଉଭୟ ଶିକ୍ଷୟତ୍ରୀ ଔପଦା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ମୁଳେ ଔପଦା ଥାନା ଅଧିକାରୀଣୀ ସୁଜାତା ଖମାରି ୭/୨୦୨୦ର ଏକ ମାମଲା ୠଜୁ କରି ଆଇ.ପି.ସି ୩୪୧ , ୨୯୪ , ୫୦୬ , ୩୫୩ , ୩୫୪, ୩୨୩ ଦଫାରେ ମହିଳାଙ୍କୁ କୋର୍ଟଚାଲାଣ କରିଥିବା ଥାନାଅଧିକାରୀଣୀ କହିଛନ୍ତି । ଅନ୍ୟପଟେ ଏହାକୁ ନେଇ ଶିକ୍ଷକଙ୍କ ମହଲରେ ଅଶନ୍ତୋଷ ବୃଦ୍ଧିପାଉଥିବା ବେଳେ ଉପଯୁକ୍ତ ନ୍ୟାୟ ନମିଳିଲେ ଉଭୟ ଶିକ୍ଷୟତ୍ରୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି କହିଛନ୍ତି।
