ଜଳେଶ୍ବରରେ ତେଜିଲା ନାଗରିକ ସୁରକ୍ଷା ଆଇନ ଆନ୍ଦୋଳନ

ଜଳେଶ୍ବର : ( ସଂଜୟ ଦାସ ) ନାଗରିକ ସୁରକ୍ଷା ଆଇନକୁ ନେଇ ସାରାଦେଶରେ ପ୍ରତିବାଦର ନିଆଁ ଜଳୁଥିବା ବେଳେ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବି ପଛରେ ପଡ଼ିନାହିଁ । ଏହାକୁ ନେଇ ଜଳେଶ୍ବରରେ ତେଜିଛି ଆନ୍ଦୋଳନ । ଜଳେଶ୍ବର ଝାଡଶ୍ୱର ପୁର ଠାରୁ ହଜାର ହଜାର ମୁସଲମାନ ସମ୍ପ୍ରଦାୟର ପୁରୁଷ ମହିଳା ମାନେ ବିରାଟ ଶୋଭାଯାତ୍ରା କରି ଶାନ୍ତିପୂର୍ଣ୍ଣ ଭାବେ ସହର ମଧ୍ୟ ଦେଇ ପାଖାପାଖି ୨ କିଲୋ ମିଟର ରାସ୍ତା ହାତରେ ଭାରତ ବଞ୍ଚାଅ ଓ ଏନ ଆର ସି ଏବଂ ସିଏବି ବିରୋଧରେ ସ୍ଲୋଗାନ ଦେଇ ହାତରେ ଫ୍ଲାଗକାଡ଼ ଧରି ତହସିଲ ସମ୍ମୁଖରେ ପହଞ୍ଚି ଥିଲେ । ତହସିଲଦାରଙ୍କ ଜରୀଆରେ ଭାରତର ରାଷ୍ଟ୍ରପତି ଓ ଓଡ଼ିଶାର ରାଜ୍ୟପାଳ ତଥା ବାଲେଶ୍ୱର ସାଂସଦଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସାରା ଭାରତ ବର୍ଷ ରେ ନାଗରିକ ସୁରକ୍ଷା ଆଇନ କୁ ବିରୋଧ କରି ବିଭିନ୍ନ ସ୍ଥାନରେ ପୋଡାଜଳା, ହିଂସା ଲାଗିରହିଥିବା ବେଳେ ଜଳେଶ୍ଵରରେ ଶାନ୍ତି ପୂର୍ଣ୍ଣ ଭାବେ ଆଇନକୁ ବିରୋଧ କରି ଆନ୍ଦୋଳନ କାରି ଶୋଭାଯାତ୍ରା କରିଥିଲେ। ମୁସଲମାନ ସମ୍ପ୍ରଦାୟ ର ପୁଅ,ଝିଅ,ବୁଢ଼ା, ଯୁବକ ସମେତ ୩୦୦୦ରୁ ଉର୍ଦ୍ଧ୍ବ ଲୋକେ ପ୍ରତିବାଦ ସଭାଯାତ୍ରାରେ ଦେଖିବାକୁ ମିଳିଥିଲା । ରାଜପୁର,ଶେଖବାଡ,ଶାଶନବାଡ, ବିଦ୍ୟାଧରପୁର,ପଶ୍ଚିମବାଡ, ବ୍ରହ୍ମପୁର, ମାଣିକ ଛକ,ନାମ୍ପୋ ପ୍ରଭୃତି ଅଞ୍ଚଳର କଲେ ଉପସ୍ଥିତ ଥିଲେ । ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭାଯାତ୍ରାରେ ସଂଖ୍ୟାଲଘୁ ନେତା ସେକ ଅବଦୁଲ ରହିମ ,ପ୍ରିୟ ଅହମ୍ମଦ,ରିଆଜ ଖାନ,ସେକ ମୁସ୍ତାଫା ,ସେକ ସାଜୁ, ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଜଳେଶ୍ବର ପୂର୍ବତନ କଂଗ୍ରେସ ବିଧାୟକ ଦେବୀପ୍ରସନ୍ନ ଚନ୍ଦ, ଆଇନଜୀବୀ ସତ୍ୟସୁନ୍ଦର ଦାସ, ଜଗଦୀଶ ନନ୍ଦି, ସାମ୍ୟବାଦୀ ନେତା ଶିଶିର ହୁଈ,ଦିଲ୍ଲୀପ ଗିରି,ଜିତାଅଂଶୁ ନନ୍ଦି, ପ୍ରମୁଖ ପ୍ରତିବାଦ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଥିଲେ । ଭାରତ ସରକାର ଯଥାଶୀଘ୍ର ବିଲକୁ ସଂଶୋଧନ କରାନଗଲେ ଆଗାମୀ ଦିନରେ ଜଳେଶ୍ବରରେ ଆନ୍ଦୋଳନର ଶାନ୍ତିରେ ନହୋଇ ଅଶାନ୍ତୀର ନିଆଁ ଜଳିବ ବୋଲି ଆନ୍ଦୋଳନକାରୀ ଓ ସମର୍ଥକ ରାଜନୈତିକ ଦଳ ଚେତାବନୀ ଦେଇଛି । ସଂଖ୍ୟାଲଘୁ ନେତା ଓ ଆଇନଜୀବି ଓ ସମର୍ଥକ ନିର୍ଦ୍ଧିଷ୍ଟ କେତେକ ରାଜନୈତିକ ଦଳ ନେତା କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ତେବେ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଆଖିଆଗରେ ରଖି ଜଳେଶ୍ବର ଏସଡିପିଓ ଅଙ୍କିତା କୁମ୍ଭାର ଓ ଆଇଆଇସି ପ୍ରଦୀପ କୁମାର ମାଝୀ ସମେତ ୨ ପ୍ଲାଟୁନ ପୋଲିସ ମୁତୟନ ଥିଲେ ।

Leave a Reply

Your email address will not be published. Required fields are marked *