ପ୍ରତାପ ଷଡଙ୍ଗୀ କଣ ପଣ୍ଡିତ ?

ମ୍ପାଦକୀୟ : ବିଜେପିର ନିର୍ଦିଷ୍ଟ କେତେଜଣ ହାତଗଣତି ନେତା ନିଜକୁ ବଡ ବଡ ଗ୍ୟାନି ଭାବି ବିଭିନ୍ନ ସମୟରେ ଅଡୁଆରେ ପଡୁଛନ୍ତି ା ତେବେ ଗ୍ୟାନି ପ୍ରତିଯୋଗିତାରୁ ବାଦ ପଡି ନାହାନ୍ତି ଆମ ବାଲେଶ୍ବର ନନା ା ଅବଶ୍ୟ ସାଧାରଣ ଲୋକ କହୁଛନ୍ତି ଚର୍ଚାରେ ରହିବା ପାଇଁ ପ୍ରତାପଙ୍କର ଏହା ଚାଲ ହୋଇପାରେ , କାରଣ ଗଣ ମାଧ୍ୟମ ଆଗରେ ନିଜଛବି ଦେଖେଇବାକୁ ପ୍ରତାପ ଷଡଙ୍ଗୀ କିଛିବି କରି ପାରନ୍ତି ଜେମିତି ନିମ ଦାନ୍ତ କାଠି କାନ୍ଧରେ ପକାଇ ବୁଲିବା ା ଦୁଇଦିନ ତଳେ ଭାରତର ଇତିହାସ ସଂପୂର୍ଣ୍ଣ ଭୁଲ ବୋଲି ପ୍ରତାପ ବାବୁ କହି ରାଜ୍ୟ ରାଜନିତିର ଚର୍ଚାରେ ରହିଛନ୍ତି। ଏବେ କଣ ଏଇକଥା ବୁଝିବାକୁ ହେବକି ଭାରତର ଇତିହାସ ଏବେ ପ୍ରତାପ ଷଡଙ୍ଗୀ ଲେଖିବେ ନହେଲେ ବଦଳାଇବେ ! ଶିଖ ଧର୍ମ ଅଲଗା ଏକ ଧର୍ମ ନୁହେଁ, ଏହା ହିନ୍ଦୁ ଧର୍ମର ଏକ ଅଙ୍ଗ ବୋଲି ପ୍ରତାପ ବାବୁ କହିଛନ୍ତି। ଏ ଇତିହାସ ଯଦି ଭୁଲ, ପ୍ରଥମେ ଷଡଙ୍ଗୀ ବାବ ଅନୁରୋଧ କରନ୍ତୁ ମୋଦୀ ସରକାର ଶିଖ ଧର୍ମକୁ ଅଲଗା ଏକ ଧର୍ମ ଭାବେ ମିଳିଥିବା ସ୍ଵୀକୃତି ପ୍ରତ୍ୟାହାର କରନ୍ତୁ। ପ୍ରତାପ ଷଡଙ୍ଗୀ ତାହା କରି ପାରିବେ କି?

ସଂପୂର୍ଣ୍ଣ ଇତିହାସ ଭୁଲ ମାନେ କେଉଁ ଇତିହାସ ? ପୁରାଣ ପଢାଇ ଆମକୁ ଇତିହାସ ବିଷୟରେ ଜ୍ଞାନ ଦେବା ପ୍ରତାପ ଷଡଙ୍ଗୀଙ୍କ ଦାୟିତ୍ଵ ନୁହେଁ। ସରକାର ଇତିହାସ ଲେଖନ୍ତି ନାହିଁ, ଇତିହାସ ବିଗତ ଦିନରେ ଘଟିଯାଇଥିବା କଥା ଯାହା ଇତିହାସ ନାମରେ ଚିତ୍ରିତ ହୋଇଥାଏ ଏହା ମଧ୍ୟ ପ୍ରମାଣ ସିଦ୍ଧ। ଏହା ପ୍ରତାପ ଷଡଙ୍ଗୀଙ୍କ କଳ୍ପନା ନୁହେଁ। ମହାଭାରତର ଉଦାହରଣ ଦେଇ ସେ ଜାତିବାଦକୁ ଆମ ଇତିହାସର ମୂଳ ବୋଲି କହିବାକୁ ଚେଷ୍ଟା କରିବା ଠିକ୍ ନୁହଁ। ତେବେ ଅତ୍ୟନ୍ତ ବିପଜ୍ଜନକ କଥା ସେ କହିବା ଭାରତର ଇତିହାସ କେବଳ ବିଦେଶୀମାନେ ଲେଖିଥିଲେ , ଯାହା ତାଙ୍କର ଇତିହାସର ଗ୍ୟାନକୁ ପ୍ରମାଣିତ କରୁଛି। ଉପନିବେଶବାଦୀ ଇତିହାସ ବା କଲୋନିଆଲ ହିଷ୍ଟ୍ରି ପରେ ଜାତୀୟତାବାଦୀ, ପ୍ରଗତିବାଦୀ, ପୋଷ୍ଟ କଲୋନୀଆଲ, ସବ ଅଲ୍ଟର୍ଣ୍ଣ ଓ ଓରିଏଣ୍ଟାଲ ଇତିହାସର ବହୁ ଧାରା ଆସିଛି ଓ ଯାଇଛି। ସେ ବିଷୟରେ ପ୍ରତାପ ବାବୁ ଜାଣିବାର ସୁଯୋଗ ଅବଶ୍ୟ ପାଇନଥିବେ। ନାଥୁରାମ ଗଡସେ ଓ ଦାରା ସିଂ ଭଳି ହତ୍ୟାକାରୀଙ୍କୁ ଦେଶପ୍ରେମୀ ପ୍ରମାଣିତ କରିବାରେ ପ୍ରତାପ ଷଡଙ୍ଗୀ ବହୁ ଚେଷ୍ଟା କରିଛନ୍ତି! ତେଣୁ ସେ ସେଇମାନଙ୍କ ଇତିହାସ ଉପରେ ବେଶୀ ସମୟ ଦେଲେ ଭଲ ହେବ! ତାହା ନକରି ନିଜମନରୁ ଭାବି ଭାରତୀୟଙ୍କୁ ଯା ତା କହିବା ବୋଧେ ଠିକ୍ ନୁହଁ ା ତେବେ ସବୁଠାରୁ ଭଲ ହେବ ସେ ନିଜ ଇତିହାସ ସମସ୍ତଙ୍କୁ ଜଣାନ୍ତୁ ା ସେ କାହିଁକି ନୀଳଗିରି କଲେଜରୁ ବାହାରି ଆସିଲେ ? ଆଜି ଯାଏଁ କାହିଁକି ଚାଳଘରେ ରହୁଛନ୍ତି ? ଇତ୍ୟାଦି ଇତ୍ୟାଦି ା ତେବେ ପ୍ରତାପ ଷଡଙ୍ଗିଙ୍କର ଇତିହାସ ଉପରେ କଣ ପାଣ୍ଡିତ୍ୟତା ଅଛି ତାହା ହୁଏତ ଆମେ ଯାଣିନୁ କିନ୍ତୁ ପାଣ୍ଡିତ୍ୟତା ନଥାଇ କେହି ବି କିଛି କହିପାରେ ଏହା ପ୍ରତାପ ବାବୁ ପ୍ରମାଣ କରୁନାହାନ୍ତିତ ା

Leave a Reply

Your email address will not be published. Required fields are marked *