ବୁଝି ଅବୁଝା ବାଲେଶ୍ବର କେନ୍ଦ୍ରମନ୍ତ୍ରୀ : ପ୍ରଧାନମନ୍ତ୍ରୀଙ୍କ ପାଇଁ ତୋସାମଦ ନୁହଁ ତ ?

ଆନ୍ଦୋଳନ ବ୍ୟୁର : ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ କେତେ ଜ୍ଞାନି ତାର ପ୍ରମାଣ କାଲି ଆଉଥରେ ଦେଖିବାକୁ ମିଳିଛି । ନିଜକୁ ଗରିବ ସତ୍ୟବାଦି ବୋଲି କହୁଥିବା କେନ୍ଦ୍ରମନ୍ତ୍ରୀ ଜଣକ ବିଭିନ୍ନ ସମୟରେ ବହୁବିବାଦରେ ରହିଆସିଛନ୍ତି। ଏମିତିକି ମିଛ ସତ୍ୟପାଠ ଦେବା ଘଟଣା ସାଧାରଣ ଲେକଙ୍କୁ ଅତ୍ୟଧିକ ବ୍ୟଥିବ୍ୟସ୍ତ କରିଥିବା ବେଳେ ଏବେ ପୁଣି ଏକ ବିବାଦ ଦେଖିବାକୁ ମିଳିଛି । କରୋନା କବଳରୁ ମୁକ୍ତି ପାଇଁ ସଙ୍ଗରୋଧ ବା ସାମାଜିକ ଦୂରତ୍ଵ ବଜାୟ ରଖିବା ଅତୀବ ଜରୁରୀ ବୋଲି ସ୍ଵୟଂ ପ୍ରଧାନମନ୍ତ୍ରୀ ଓ ସରକାର କହୁଥିବା ବେଳେ ଘଣ୍ଟା ପିଟିବା ଆଳରେ ବାହାରକୁ ଆସି ସାଙ୍ଗରେ ମେଞ୍ଚାଏ ଲୋକଙ୍କୁ ଧରି ଯୋଡି ହୋଇକି ଘଣ୍ଟା ଥାଳି ବଜେଇକି କରୋନାକୁ ନନା ରୋକିବେ ନା ବଢେଇବେ ? ଏଭଳି ଶସ୍ତା ନାଟକବାଜି କରିବାର କାରଣ ବୋଧେ ଲୋକ ଯାଣିପାରିବେନି ଭାବୁଛନ୍ତି କେନ୍ଦ୍ରମନ୍ତ୍ରୀ। ଲୋକ କହିଲେଣି ଏହା କେନ୍ଦ୍ରମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ତୋଷାମଦି ନୁହଁତ ? ପ୍ରଧାନମନ୍ତ୍ରୀଙ୍କ ମୂଳ ଉଦ୍ଦେଶ୍ୟକୁ କବରଦେଇ ନିଜର ପ୍ରଚାର ସର୍ବସ୍ଵ ରାଜନୈତିକ ସ୍ଵାର୍ଥ ଚରିତାର୍ଥ କରିବା କଣ ଠିକ୍ କି ?

ଏହା କଣ ବେଆଇନ ନୁହଁ ? ଷଢଙ୍ଗୀ ନାନାଙ୍କ ପାଣ୍ଡିତ୍ୟ କଣ ଏଇଆ ?
ତର୍କ ପଣ୍ଡିତ ନନା ଏ ବାବଦରେ ସ୍ପଷ୍ଟ କରିବେ ନା ଏମିତି ତାମସା କରିବେ ଯଦି ସତସାହସ ଅଛି ଏଭଳି ଭୁଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ନହେଲେ ନନାଙ୍କ ପ୍ରଚାର ସର୍ବଶ୍ବ ଚେହେରାର ଫୁଙ୍ଗୁଳା ଛବି ଗତକାଲିର ଘଣ୍ଟାପିଟା ବୋଲି ଲୋକ କହିବେ। ସାଧାରଣ ଲୋକ ଏକତ୍ର ହେଲେ ପୋଲିସ ଉଠାଇ ଆଣୁଛି ନନାଙ୍କୁ ପୋଲିସ କାହିଁକି ଅଦ୍ୟାବଧି କିଛି କହୁନି ? କଣ ନେତାଙ୍କ ପାଇଁ ଆଇନ ବାଟ ବଦଳାଉଛି ? ଯାହା ସମୟ କହିବ କିନ୍ତୁ ନନା ନିଜେ ଶିଖନ୍ତୁ ନିୟମକୁ ମାନନ୍ତୁ ସୁରଖିତ ରୁହନ୍ତୁ। ଦେଶ ବାଶୀଙ୍କ ସୁରକ୍ଷା କଥା ଚିନ୍ତା କରନ୍ତୁ। ସବୁବେଳେ ରାଜନୀତି ନକରନ୍ତୁ।

Leave a Reply

Your email address will not be published. Required fields are marked *