ଜଳେଶ୍ବର : ( ସଂଜୟ ଦାସ) ସରକାର ଗରିବ ଖଟିଖିଆ ଲୋକଙ୍କ ପାଇଁ ମାଟି ଘରକୁ ହଟାଇ ପକ୍କାଘର ଯୋଗାଇ ଆସୁଥିବା ବେଳେ, ସ୍ଥାନୀୟ ରାଜନୈତିକ ହୀନମାନ୍ୟତା ପାଇଁ ବଳି ପଡ଼ୁଛନ୍ତି ଯୋଗ୍ୟ ହିତାଧିକାରୀ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅଳାଡିହା ପଞ୍ଚାୟତ ର ଅନେକ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପାତର ଅନ୍ତର ହୋଇଥିବା ଦେଖିବାକୁ ମିଳିଛି । ସରକାର ଙ୍କ ର ନିର୍ଧାରିତ ତାଲିକା ରୁ କିଛି ଯୋଗ୍ୟ ବ୍ୟକ୍ତି ଙ୍କୁ ବାଦ ଦିଆଯାଇ କିଛି ଅଯୋଗ୍ୟ ହିତାଧୀକାରୀ ଯୋଉ ମାନଙ୍କର ଦୁଇମହଲା ପକ୍କାଘର ରହିଛି ସେମାନଙ୍କୁ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି ।ଏପରି ଯୋଗ୍ୟ ହିତାଧିକାରୀ ମାନେ ପଞ୍ଚାୟତ ଅଧିକାରୀ ଙ୍କୁ ଗୁହାରୀ କଲେ , ଅଧିକାରୀ ମାନେ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି । ତେବେ ଉକ୍ତ ଘଟଣାରେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ସରପଞ୍ଚ ଓଜିଆରଏସ ଙ୍କ ବିରୋଧ ରେ ବିଡ଼ିଓ ,ଓ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।ଏପରିକି ଗ୍ରାମର ଜଣେ ଅନ୍ଧ,ଛୋଟା, ରୋଗାକ୍ରାନ୍ତ ବ୍ୟକ୍ତି ପ୍ରତି ପ୍ରଶାସନ ର ହିନମନ୍ଯତା ସାଧାରଣ ରେ ଚର୍ଚା ହେଉଛି।
ଅଳାଡିହା ପଞ୍ଚାୟତ ର ଘଟଣା ଉପରେ ପଞ୍ଚାୟତ ର ଜିଆର ଏସ କାଞ୍ଚନ ବାଳା ନାୟକ ଓ ପିଇଓ ସଦାଶିବ ସେଠୀ
ସମସ୍ତ କଥା କୁ ଅସ୍ବିକାର କରିଥିବା ବେଳେ , ସରପଞ୍ଚ ଘରବାଡ଼ି ପଟ୍ଟା ନଥିବା ଲୋକମାନଙ୍କୁ ଘର ଦିଆଯାଇ ନଥିବା କହିଛନ୍ତି। ଅନ୍ୟଥା ଗ୍ରାମର କିଛି ଲୋକ ତାଙ୍କ ବିରୋଧ ରେ ଚକ୍ରାନ୍ତ କରୁଥିବା କହିଥିଲେ । ତେବେ ଦୀର୍ଘଦନ ଧରି ବାଲିଆପାଳ ବ୍ଲକ ରେ ଏ ଭଳି ଅନୀୟ ମିତତା ନୂଆ କଥା ନୁହଁ ,ପ୍ରତି ପଞ୍ଚାୟତ ରେ ବାରମ୍ବାର ଏ ପରି ଘଟଣା ଘଟି ଆସୁ ଥିବା ବେଳେ ପ୍ରଶା ସନ୍ ନୀରବ ରହିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବାଲିଆପାଳ ବ୍ଲକ ଏକ ଚାଷୀ ପ୍ରଧାନ ବ୍ଲକ ହୋଇଥିବା ବେଳେ , ଏଠାରେ ଦୀର୍ଘ ଦିନ ହେବ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ ଖାଲି ପଡ଼ିଥିବା ରୁ ବିଭାଗୀୟ ଅଧିକାରୀ ମାନେ ନିଜର ଇଚ୍ଛା ଅନୁସାରେ କାମ କରୁଥିବା ଜଣାପଡିଛି।
