ସୋର: ଯେତେବେଳେ ଆମେ ଆମଦେଶ ଏବଂ ମାଟିର ଗର୍ବ ଓ ଗୌରବର କଥା କହିଥାଉ ସେତେବେଳେ ଆମ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ବା ଭୁଲିଯିବା କେମିତି ଯେଉଁମାନେ ନିଜର ରକ୍ତକୁ ପାଣି କରିଦେଇଥିଲେ କେବେଳ ଆମ ମାଟି ମାର ଏବଂ ଅମର ସ୍ବାଧୀନତା ପାଇଁ ଏବଂ ଲକ୍ଷ ଲକ୍ଷ ସ୍ବଧୀନତା ସଂଗ୍ରମୀଙ୍କ ମୁଣ୍ଡ ଗଡିଥିଲା ଏହି ସ୍ବଧୀନତା ପାଇଁ । ହେଲେ ଆଜି ଯେମିତି ଲାଗୁଛି ତାଙ୍କର ବଳିଦାନ ସବୁକିଛି ମୁଲ୍ୟହିନ ହୋଇଯାଇଛି । ଅାଜିର ଏ ସମାଜ ସବୁକିଛି ଭୁଲି ଯାଇଛି ଏବଂ ତାଙ୍କ କଥାକୁ ପାଶରି ଯାଇଛି । ସେମିତି କିଛି ଦୃଶ୍ୟ ଆଜି କେମେରା ରେ କଏଦ ହୋଇରହିଯାଇଛି । ଘଟଣାଟି ହେଉଛି ସୋର ବ୍ଲକ ଅଫିସ ସାମ୍ନାରେ ଥିବା ସହିଦ ସ୍ମୃତି ସ୍ତମ୍ଭ ଯାହା ସହିଦଙ୍କ ସ୍ମୃତି ଉଦେଶ୍ୟରେ ତିଆରି କରାଯାଇଛି । ହେଲେ ଆଶ୍ଚର୍ୟ୍ଯର କଥା ସେହି ସ୍ମୃତି ସ୍ତମ୍ଭ ପାଚେରୀ ଉପରେ ଲୁଗା ଶୁଖାଇବାର କାମରେ ଆସୁଛି । ତାହା ପୁଣି ଆଉ କେହି ନୁହଁ ସୋର ବ୍ଲକରେ ଥିବା ଓଡିଶା ଅାର୍ମ ପୁଲିସ ଫୋର୍ସ ବାବୁଙ୍କ ପେଣ୍ଟ ଏବଂ ସାର୍ଟ ଶୁଖୁଥିବାର ଦେଖିବାକୁ ମିଳିଛି । ଯଦି ଖୁଦ ଜଣେ ପୁଲିସ ହୋଇ ସେ କିପରି ଏଭଳି ଏକ ଲଜ୍ୟ ଜନକ କାର୍ଯ୍ୟ କରିପାରୁଛନ୍ତି ତାହା ଭାବିଲା ବେଳକୁ ଆଶ୍ଚର୍ୟ୍ଯ ଲାଗୁଛି । ଏହା ନିଶ୍ଚୟ ଅତ୍ୟନ୍ତ ଲଜ୍ୟା ଜନକ ବିଷୟ । କେବଳ ସେତିକି ନୁହଁ ତାହାଠୁ ଅହୁରି ଲଜ୍ୟା ଜନକ ବିଷୟ ହେଉଛି ସେ ସ୍ମୃତି ସ୍ତମ୍ଭ ପାଖକୁ ଲାଗି ଗୋଟିଏ ଚାହା ଦୋକାନି ଅଛି ଜୈନିକ ପୋଲିସ ବାବୁ ଯେତେବେଳେ ପେଣ୍ଟ ସାର୍ଟ ସୁଖାଉଥିଲେ ସେ ଦୋକାନୀ ଜଣଙ୍କ ବାରଣ କରିଥିଲେ ହେଲେ ପୁଲିସ ବାବୁ ତାଙ୍କ ପୁଲିସଆ ଚାଣ୍ଟରେ କହିଲେ କଣ ହେଲା । ତହାଲେ କହିବା କଥା ଯେଉଁଠି ଖୋଦ ପୁଲିସ ଏଭଳି ଲଜ୍ୟା ଜନକ କାମ କରୁଛି ସାଧାରଣ ଲୋକ କଣ ଶିଖିବେ। ଧନ୍ୟତମେ ପୁଲିସ ଧନ୍ୟ ତମେ ଚାକିରୀ ।
