ଜଳେଶ୍ୱର : ( ସଂଜୟ ଦାସ ) ଲୋକ ମାନଙ୍କୁ ବଲାଙ୍ଗୀର ପୋଲିସର ମାଡ଼ ଘଟଣା ରେ ୨କନେଷ୍ଟବଳ ସସ୍ପେଣ୍ଡ ହେବା ଘଟଣାର ୨୪ ଘଣ୍ଟା ପୁରୁ ନ ପୁରୁଣୁ ସାମ୍ବାଦିକଙ୍କୁ ବାଲେଶ୍ଵର ବାଲିଆପାଳ ପୋଲିସ ର ସାଂଘାତିକ ମାଡ଼ । ଘଟଣାରୁ ଜଣାପଡ଼ିଛି ଯେ “କରୋନା” ମହାମାରୀର ସାରାଦେଶରେ କଡ଼ା କଡ଼ି ଲକ୍ ଡାଉନ୍ ଜାରି ଥିବାବେଳେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଂଚଳରେ ଲକଡାଉନ୍ ର ସମ୍ପୂର୍ଣ ଚିତ୍ର ଓଲଟା । ବାଲିଆ ପାଳ ସିମୁଳିଆ ମାର୍କେଟ ଓ ବିଭିନ୍ନ ଛକ ମାନଙ୍କରେ ନାହିଁ ନଥିବା ଲୋକଙ୍କ ଭିଡ଼ ଦେଖି ବାଲିଆପାଳ “ନକ୍ଷତ୍ର ନ୍ୟୁଜ” ସାମ୍ବାଦିକ ପ୍ରଦୀପ ଜେନା ଆଜି ପୂର୍ବାହ୍ନରେ ଭିଡ଼ର ଚିତ୍ର ନିଜ କ୍ୟାମେରା ରେ
କୟେଦ୍ କରିବା ସମୟରେ ବାଲିଆ ପାଳ ପୋଲିସ ଏଏସଆଇ ଫକୀର ପ୍ରଧାନଙ୍କ ସାମ୍ନାରେ ଜଣେ କନେଷ୍ଟବଳ ଅଚାନକ ଲାଠି ମାଡ଼ କରି ସାମ୍ବାଦିକଙ୍କ ଅବସ୍ଥା ଗୁରୁତ୍ତର କରିପକାଇଛନ୍ତି । ସାମ୍ବାଦିକ ଜଣକ ମାଡ଼ ଘଟଣା ସମ୍ପର୍କରେ ବାଲିଆପାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଣା କୁ ରଫା ଦଫା ଲାଗି ବାଲିଆପାଳ ପୋଲିସ ପକ୍ଷରୁ ବଡ଼ ପ୍ରୟାସ ଚାଲିଥିବା କଥା ଅଭିଯୋଗ କାରୀ ସାମ୍ବାଦିକ ପ୍ରକାଶ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ଯେ ପୋଲିସ ବାବୁ ଜଣକ ଲକ୍ଡାଉନ୍ ଭଙ୍ଗ କାରୀଙ୍କୁ ନିୟନ୍ତ୍ରଣ କରିନପାରି କାହିଁକି ସାମ୍ବାଦିକଜଣଙ୍କୁ ମାଡ଼ ମାରିଲେ । ପୋଲିସ କନେଷ୍ଟବଳ ଜଣକ ସାମ୍ବାଦିକଙ୍କୁ ଚିହ୍ନି ପାରିଲେନି କେମିତି ନା ଅନ୍ୟ କିଛି କାରଣର ରାଗ ସୋଝିଲେ । ସମସ୍ତ ଘଟଣା ର ତଦନ୍ତ କରି ବଲାଙ୍ଗୀର ଏସପିଙ୍କ ଭଳି କିଛି ପଦକ୍ଷେପ ନେବେକି ବାଲେଶ୍ବର ଏସପି ?
