ଗଛଲଗାଇ ବଞ୍ଚାଇ ପାରିଲେନି ଅନନ୍ତପୁର ସରପଞ୍ଚ : ଘୋଟଲା କହିଲେ ଓ୍ବାର୍ଡ ସଭ୍ୟା

ସୋର : ସରପଞ୍ଚଙ୍କ ନାମରେ ଅଭିଯୋଗ ଆଣିଲେ ଓ୍ବାର୍ଡ ସଭ୍ୟା ,ସରପଞ୍ଚ କହିଲେ ମିଛ । MGNRGS ଯୋଜନାରେ ତିତିଲି ପରେ ନଦୀ ପଠାରେ କୃତ୍ତିମ ବନୀକରଣରେ ଅନୀୟମିତତା ନେଇ ଅଭିଯୋଗ। ଏଭଳି ଘଟଣା ଘଟିଛି ସୋର ବ୍ଲକ ଅନନ୍ତପୁର ଗ୍ରାମପଞ୍ଚାୟତର ମୂଳୁକାୟାଦା ଗ୍ରାମରେ। ସାମୁଦ୍ରିକ ଝଡ ତିତିଲି ପରେ ହୋଇଥିବା କ୍ଷୟକ୍ଷତି ଅନୁଶାରେ ବିଭିନ୍ନ ଜିଲ୍ଲାକୁ କୃତ୍ତିମ ବନୀକରଣ ଉଦେଶ୍ୟରେ ରାଜ୍ୟସରକାର ତଥା ପଞ୍ଚାୟତ ରାଜ ବିଭାଗ MGNRGS ଯୋଜନା ଅନୁଶାରେ ବୃକ୍ଷ ରୋପଣ ପାଇଁ ୨ଲକ୍ଷ ଟଙ୍କାର ଅର୍ଥରେ ୪ଶହ ଗଛ ଲଗାଇବା ପାଇଁ ମଞ୍ଜୁର ହୋଇଥିଲା। ଯାହା ଦ୍ବାରା ନଦୀପଠାର ମୃତ୍ତିକା ସଂରକ୍ଷଣ ହେବା ସହିତ ନଇ ବଡିରୁ ଚାଷ ଜମିକୁ ରକ୍ଷା କରିବ। ହେଲେ ଅଭିଯୋଗ ମୂଳେ ଅଳ୍ପ ସଂଖ୍ୟକ ଗଛ ଲଗାଯାଇଛି, ଯେଉଁ ଗଛ ସବୁ ଲଗାଯାଇଛି ତାହା ରକ୍ଷଣ ବେକ୍ଷଣ ଅଭାବରୁ ମରିଯାଉଥିବା ସୋରରେ ଜିଲ୍ଲାପାଳଙ୍କ ମିଳିତ ଯୁଗ୍ମ ଶୁଣାଣୀରେ ଅଭିଯୋଗ ଆଣିଥିଲେ ଓ୍ବାଡ ସଭ୍ୟା ପରେ ଏହି ଯୋଜନାର ବିଲ ଦିଆଯାଇନଥିବା ବେଳେ ବିଲ ନଦେବାକୁ ଦାବି କରିଛନ୍ତି ଅଭିଯୋଗକାୀଣି ା ଅଭିଯୋଗ କାରୀଣୀଙ୍କ କହିବା ମୂଳେ ନିମ୍ନ ମାନର ବାଡ ଏବଂ ପାଣି ଦିଆନଯାଇ ବିଲ ତରିବା ବାହାନାରେ ବ୍ରୁଖ୍ୟରୋପଣ ହେବା ଦୁରଭାଗ୍ୟଜନକ। ତେବେ ଏ ସମ୍ପର୍କରେ ଅନନ୍ତପୁର ସରପଞ୍ଚ ବିଶ୍ବନାଥ ବେହେରା କହିଛନ୍ତି କିଛି କୁଚକ୍ରି ଗୋଷ୍ଠୀ ମାନେ ମୋ ବିରୁଧରେ ଷଢଯନ୍ତ୍ର କରିଛନ୍ତି । ଉଦେଶ୍ୟ ମୁଳକ ଭାବେ ମୋତେ ହଇରାଣ କରିବା ପାଇଁ ଏମିତି ଅଭିଯୋଗ କରାଯାଉଛି , ଗଛ ମରିଗଲେ ଆହୁରି ଲଗାଜିବ ା ତେବେ ଏହି ବନିକରଣ କାର୍ଯ୍ୟରେ ଅଦ୍ୟାବଧି ବିଲ୍ ହୋଇନଥିବା ବେଳେ ବିଲ ନଦିଆଜିବାକୁ ଅଭିଯୋଗକାରୀଣି ଦାବିକରିଛନ୍ତି ା ଅନ୍ୟପଟେ ଜଣେ ସରକାରୀ ଅଧୀକାରୀ କହିଛନ୍ତି ଏ ବାବଦରେ ତଦନ୍ତ ଚାଲିଛି ା

Leave a Reply

Your email address will not be published. Required fields are marked *