ପାକିସ୍ତାନରେ ଏବେ ଟମାଟୋ ଦର ୧୮୦ ଟଙ୍କା

ପାକିସ୍ତାନକୁ ପୁଲୱାମାର ଆକ୍ରମଣ କଡ଼ା ଜବାବ ଦେଇଛନ୍ତି ଭାରତୀୟ କୃଷକ । ସରକାର କିଛି କାର୍ଯାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୃଷକଙ୍କ କଡ଼ା ନିଷ୍ପତ୍ତିରେ ପ୍ରଭାବିତ ହୋଇଛି ଶତ୍ରୁ ଦେଶ । ଭାରତୀୟ କୃଷକମାନେ ପାକିସ୍ତାନକୁ ସାମଗ୍ରୀ ପଠାଇବା ପାଇଁ ମନାକରିଦେଇଛନ୍ତି । ଟମାଟୋ ଚାଷୀମାନେ ପାକିସ୍ତାନକୁ ଟମାଟୋ ପଠାଇବା ବନ୍ଦ କରିଦେଇଛନ୍ତି । ମଧ୍ୟପ୍ରଦେଶର ଝାବୁଆର କୃଷକମାନେ ପାକିସ୍ତାନକୁ ଟମାଟୋ ପଠାଇବାକୁ ମନା କରିଛନ୍ତି । ଯଦ୍ୱାରା ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ ହୋଇଯାଇଛି । ସୂଚନାଯୋଗ୍ୟ ପାକିସ୍ତାନର ଝାବୁଆ ଟମାଟୋର ଚାହିଦା ଅଧିକ । କେବଳ ଟମାଟୋ ନୁହେଁ ପାକିସ୍ତାନରେ ଅନ୍ୟ ପରିବା ମୂଲ୍ୟ ମଧ୍ୟ ଆକାଶ ଛୁଇଁଲାଣି ।

ଭାରତ ଉପରେ ଆକ୍ରମଣ ପାକିସ୍ତାନକୁ ମହଙ୍ଗା ପଡ଼ିଛି । ପାକିସ୍ତାନରେ ଏବେ ଟମାଟୋ ଦର ୧୮୦ ଟଙ୍କା । ପାକିସ୍ତାନକୁ ସବୁଠାରୁ ଅଧିକ ଫଳ ଓ ପନପରିବା ପଠାଉଥିବା ଆଜାଦପୁର ମଣ୍ଡିର ବେପାରୀମାନେ ସାମଗ୍ରୀ ପଠାଇବା ପାଇଁ ସିଧା ସିଧାସିଧା ମନାକରିଦେଇଛି । ସୂଚନା ଅନୁସାରେ ପ୍ରତିଦିନ ୭୫ରୁ ୧୦୦ ଟ୍ରକ ଟମାଟୋ ପାକିସ୍ତାନକୁ ରପ୍ତାନୀ ହେଉଥିଲା । ଯାହା ଏବେ ବନ୍ଦ କରଦିଆଯାଇଛି ।

Leave a Reply

Your email address will not be published. Required fields are marked *