ଜଳେଶ୍ବର ଥାନାରେ ପୁରୁଣା ଆଇ ଆଇ ସି ଦାଇତ୍ବ ନେଲେ

ଜଳେଶ୍ବର : ( ସଂଜୟ ଦାସ ) ବହୁ ଚର୍ଚ୍ଚିତ ପୁରୁଣା ଚେହେରା ସହ ନିଜର କାର୍ଯ୍ୟ ଦକ୍ଷତାକୁ ନେଇ ପୋଲିସ ବିଭାଗ ଓ ଜନସାଧାରଣଙ୍କ ମଧ୍ୟରେ ବେଶ ପରିଚିତ ଆଇ ଆଇ ସି ଧନେଶ୍ୱର ସାହୁ । ତାଙ୍କ ଚାକିରୀ ଦକ୍ଷତା ଭିତରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ପାଇଁ ସେ ନୂଆ ଚେହେରା ନୁହନ୍ତି । ପୂର୍ବରୁ ୨୦୧୦ -୨୦୧୨ ପର୍ଯ୍ୟନ୍ତ ଜଳେଶ୍ବର ଥାନାରେ ଆଇ ଆଇ ସି ଭାବେ କାର୍ଯ୍ୟ ଭାର ତୁଲାଇବା ପରେ ଝାରସୁଗୁଡ଼ା ବଦଳି ପରେ ବସ୍ତା ଥାନାରେ କାର୍ଯ୍ୟ ତୁଲାଉ ଥିଲେ । ପୁଣି ଥରେ ନୂଆ ଭାବେ ବର୍ଷର ଶେଷ ସମୟରେ ଅର୍ଥାତ ୩୦/୧୨/୨୦୧୯ ସମୋବାର ଜଳେଶ୍ବର ଥାନା ଭାରପ୍ରାପ୍ତ ଦାଇତ୍ଵ ନେଇଛନ୍ତି ଆଇ ଆଇ ସି ଧନେଶ୍ଵର ସାହୁ । ପୂର୍ବରୁ ଦାଇତ୍ଵରେ ଥିବା ଆଇ ଆଇ ସି ପ୍ରଦୀପ କୁମାର ମାଝୀ ପାଖା ପାଖି ଏକ ବର୍ଷରୁ ଅଧିକ ସମୟ ଜଳେଶ୍ବର ଥାନାରେ ଆଇ ଆଇ ସି ଭାବେ କାର୍ଯ୍ୟ ତୁଲାଇବା ପରେ ତାଙ୍କର ଭଦ୍ରକ ଜିଲ୍ଲା ବଦଳି ହୋଇଛି । ସୂଚନା ଅନୁସାରେ ଜଳେଶ୍ବର ଥାନାରେ ଦାଇତ୍ଵ ନେବା ପୁର୍ବରୁ ଶ୍ରୀଯୁକ୍ତ ସାହୁ ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ହେବ ବସ୍ତା ଥାନା ଆଇଆଇସି ଭାବେ କାର୍ଯ୍ୟ କରି ଆସୁଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ପୁରୁଣା ଓ ନୂଆ ବହୁ ଅପରାଧିକ ମାମଲା କୁ ନିଜର ଦକ୍ଷତା ବଳରେ ସମାଧାନ କରି ସଫଳହେବାର ନଜିର ରହିଛି । ତେବେ ଜଳେଶ୍ଵର ରେ ଯୋଗଦାନ ପରେ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ନିଶ୍ଚିତ ଭାବରେ ଜଳେଶ୍ବରରେ ନିଶା ଓ ଅପରାଧ କାରିଙ୍କ କ୍ଷେତ୍ରରେ ଲଗାମ ଲାଗିବ ବୋଲି ବୁଦ୍ଧି ଜୀବି ମାନେ ଆଶା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *