ବେଇଜ୍ଜତ ହେଲେ ବିଧାୟକ : ଆଶା ଆଶାରେ ରହିଲା

ଜଳେଶ୍ବର :(ସଂଜୟ ଦାସ)ବାହାଦୁରି ମାରିବା ପାଇଁ ନେତାଙ୍କର ଭାରି ମନ। କାମ ନକରି ମଧ୍ୟ ମାଇଲେଜ ନେବାକୁ ଭାରି ଇଛା କରନ୍ତି ନେତାଏ କିନ୍ତୁ ବେଳେ ଏହି ଇଛା ପାଇଁ ନେତାଙ୍କୁ ବେଇଜ୍ଜତ ହେବାକୁ ପଡେ। ତେବେ ଆଜି ଜଳେଶ୍ବର ବିଧାୟକ ଅଶ୍ବେନି ପାତ୍ର କୁଆଡେ ବାହାଦୁରି ଦେଖାଇ ବେଇଜ୍ଜତ ହୋଇଛନ୍ତି ବୋଲି ବିରୋଧି କହୁଛନ୍ତି। ସୂଚନା ମୂଳେ ଜଳେଶ୍ବର ଜି.କେ ଭଟର ହସ୍ପିଟାଲ ପରିସରରେ ନୂତନ ଭାବେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ( M.C.H) ବିଭାଗ ପକ୍ଷରୁ ୫କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ଗ୍ରୁହ ନିର୍ମାଣ ସରିଛି । ନା ଅଛି ଫଳକ ନା ଶଯ୍ୟା , ସେପଟେ ବିଭାଗର ଡାକ୍ତର ବି ଜଣେ ହେଲେ ନିଯୁକ୍ତି ହୋଇନାହାନ୍ତି , ତେବେ ତରବରିଆ ଭିତରେ ଆଜି ୧୦/୦୧/୨୦୨୦ରିଖ ପୂର୍ବାହ୍ନରେ ଥିଲା ଏହି ମାତୃ ଶିଶୁ ସ୍ୱାସ୍ଥ୍ୟ ( M.C.H) ବିଭାଗର ନୂତନ ଗୃହ ଉଦଘାଟନ କାର୍ଯ୍ୟକ୍ରମ । ଉଦଘାଟକ ଭାବେ ଆସିଥାନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ହସ୍ପିଟାଲ ପକ୍ଷରୁ ଉଦଘାଟନର ଚିଠି ଜିଲ୍ଲାର ବିଭିନ୍ନ ପଦାଧିକାରୀ ମାନଙ୍କୁ ବଣ୍ଟା ସରିଛି । ତେବେ ଉଦଘାଟନର କେଇଘଣ୍ଟା ପୂର୍ବରୁ ଅର୍ଥାତ ୯/୧/୨୦୨୦/ରିଖ ସନ୍ଧ୍ୟାରେ ବନ୍ଦ ହୋଇଗଲା ଉଦଘାଟନ କାର୍ଯ୍ୟକ୍ରମ । ଯାହା ସ୍ପଷ୍ଟ କଲା ବିଧାୟକ ତରବରିଆମି ପାଇଁ ଏହି ଗୃହ ଉଦ୍ଦଘାଟନ ହେଉ ହେଉ ଅଟକି ଗଲା। ତେବେ ବିରୋଧି କୁହନ୍ତି ବିଧାୟକଙ୍କ ବାହାଦୁରି ପାଇଁ ସେ ବେଇଜ୍ଜତ ହେଲେ।

Leave a Reply

Your email address will not be published. Required fields are marked *