ସିମୁଳିଆ : ସାମ୍ବାଦିକାଙ୍କୁ ର୍ଦୁବ୍ୟବହାର କରି ଅଡୁଆରେ ମନ୍ତ୍ରୀ । ଗୋଟେପଟେ ଖୁ୍ଦ୍ ମୁଖ୍ୟମନ୍ତ୍ରୀ ନୀରୀ ସୁରଖ୍ୟା ଓ ନାରୀ ଶସକ୍ତି କରଣର ନାରା ଦେଉଥିଲା ବେଳେ ଅନ୍ୟପଟେ ତାଙ୍କରି ମନ୍ତ୍ରୀ ମଣ୍ଡଳରେ ଥିବା ମନ୍ତ୍ରୀ ମାନେ କିପରି ନାରିଙ୍କୁ ର୍ଦୁବ୍ୟବହାର କରୁଛନ୍ତି । ତାହାଲେ କଣ କୁହାଯିବକି କ୍ଷମତାର ଅନ୍ଧ ହୋଇ ମନ୍ତ୍ରୀ, ନେତା ମାନେ ଏଭଳି ନିମ୍ନ କାର୍ଯ୍ୟ କରୁଛନ୍ତି । ତେବେ ସବୁଠାରୁ ନିନ୍ଦନୀୟ କଥା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ବିଧାୟକ ତଥା ଭାଷା ସଂସ୍କ୍ରୁତି ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହିଙ୍କ ପାଖରେ । ସେହି ବ୍ଲକରେ ଜଣେ ସାମ୍ବାଦିକା ସାବିତ୍ରୀ ବାରିକିଙ୍କ ଅଭିଯୋଗ ମୂଳେ ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହି ଙ୍କ ଘରକୁ ସିମୁଳିଆ କଲେଜର କିଛି ଛାତ୍ର ଛାତ୍ରୀ କଲେଜର ସମସ୍ୟା ଏବଂ ଅଧକ୍ଷଙ୍କ ନାମରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକା ସାବିତ୍ରି ବାରିକିଙ୍କୁ ମନ୍ତ୍ରୀ ର୍ଦୁବ୍ୟବହାର କରିଛନ୍ତି । ତେବେ ଯଦି ଏ ଅଭିଯୋଗ ସତ ହୋଇଥାଏ ତାହାଲେ ମନ୍ତ୍ରୀ ତାଙ୍କ ପଦବିରୁ ଇସ୍ତଫା ଦେଇଦେବା ଭଦ୍ରାମି ବୋଲି ରାଜନୈତିକ ସମିକ୍ଷକ ମାନେ ମତ ରଖୁଛନ୍ତି । ସବୁଠାରୁ ବଡ କଥା ମନ୍ତ୍ରୀ ସାରେ ଗତ କିଛିଦିନ ଧରି ସାମ୍ବାଦିକ ମାନଙ୍କୁ ସହିପାରୁନଥିବା ଏବଂ ସାମ୍ବାଦିକମାନଙ୍କୁ ସହଯୋଗ ନକରିବା ସାମ୍ବାଦିକଙ୍କ ମହଲରେ ଆଲୋଚନା ହେଉଥିବା ବେଳେ ଗତ ୯ତାରଖ ଖଇରାରେ ଜଣେ ସାମ୍ବାଦିକଙ୍କୁ ଦୁରବ୍ୟବହାର କରିଥିବା ଶୁଣିବାକୁ ମିଳୁଛି । ତେବେ ସାମ୍ବାଦିକଙ୍କ ପ୍ରତି ମନ୍ତ୍ରୀଙ୍କ ଏଭଳି ବ୍ୟବହାର ତାଙ୍କ ଭିତରେ ଥିବା ଅତ୍ମର୍ଗବ ବାହାରକୁ ଆଣିବା ସହ ସେ ଗଣତନ୍ତ୍ର ବିରୋଧି ବୋଲି ପ୍ରମାଣିତ କରୁଛି । ଏ ବାବଦରେ ସାମ୍ବାଦିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭି ଯୋଗ କରିବେ ବୋଲି ଯାଣିବାକୁ ମିଳୁଛି । ଏ ବାବଦରେ ସିମୁଳିଆ ଥାନା ଅଧିକାରୀ ସଂଜୟ ପରିଡାଙ୍କୁ ପଚାରିବାରୁ କହିଥିଲେ ଅଭିଯୋଗ ହୋଇଛି ମୁ୍ଁ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବି
