୧୨ରେ ହୋଇପାରେ ନିର୍ବାଚନୀ ତାରିଖ ଘୋଷଣା

ନୂଆଦିଲ୍ଲୀ: ମଙ୍ଗଳବାର ସୁଦ୍ଧା ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ନିର୍ବାଚନ କମିଶନ ଏହି ଦୁଇ ତିନି ଦିନ ମଧ୍ୟରେ ତାରିଖ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି। ଶନିବାର ନିର୍ବାଚନ ଅଧିକାରୀ ଏକ ମାରାଥନ ବୈଠକ କରିବା ପରେ ଏହି ଆକଳନ କରାଯାଇଛି ସହ ମଙ୍ଗଳବାର ଯାଏ ଦିଲ୍ଲୀର ବିଜ୍ଞାନ ଭବନ ବୁକ୍ କରାଯାଇଥିବା ଜଣାପଡ଼ିଛି । ୨୦୧୪ ସାଧାରଣ ନିର୍ବାଚନ ପାଇଁ  ଏକ ରବିବାରରେ ତାରିଖ ଘୋଷଣା ହୋଇଥିଲା । ତେଣୁ ଚଳିତ ଥର ମଧ୍ୟ ରବିବାର ଦିନ ଏହା ଘୋଷଣା ହୋଇପାରେ ବୋଲି ଜାତୀୟ ଗଣମାଧ୍ଯମରେ ଚର୍ଚ୍ଚା ହେଉଛି ।ନିର୍ବାଚନ ତାରିଖ ପାଖାପାଖି ଚୂଡ଼ାନ୍ତ ହୋଇସାରିଥିବା ଜଣାପଡିଛି । ଚଳିତ ସରକାରର କାର୍ଯ୍ୟକାଳ ଜୁନ ୩ରେ ଶେଷ ହେବ। ଖାଲି ଲୋକସଭା ନୁହଁ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ, ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଜମ୍ମୁ କଶ୍ମୀରରେ ୬ ମାସ ତଳୁ ମେଣ୍ଟ ସରକାର ଭାଙ୍ଗି ସାରିଛି । ତେଣୁ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ମଧ୍ୟ ଏକସଂଗେ ହୋଇପାରେ ।

Leave a Reply

Your email address will not be published. Required fields are marked *