ଅତିଥି ସମ୍ପାଦକ (ସତୀଶ ମିଶ୍ର) : ବିବିଧତାରେ ଏକତା ଭାରତୀୟଙ୍କ ପାଇଁ ଏକ ଆଳଙ୍କାରିକ ଉଚ୍ଚାରଣ ନୁହେଁ ବରଂ ଏକ ପ୍ରତିବଦ୍ଧତା।ଯାହା ଆମ ରକ୍ତରେ ପ୍ରବାହିତ । ଏହାହିଁ ମହାଭାରତୀୟ ସଭ୍ୟତାର ଆତ୍ମା।
ଗତ କିଛି ବର୍ଷ ଭିତରେ ଆମେ ବହୁତ ଦେଖିଲେ,ସହିଲେ ଏପରିକି ପକ୍ଷଭୁକ୍ତବି ହେଲେ। ମନ୍ଦିରଟିଏ କରିବୁ କହି ସେଦିନ ଇଟା ଖଣ୍ଡେ ମାଗୁଥିବା ଲୋକଯେ ଦେଶକୁ ଇଟା ଖଣ୍ଡରେ ନିଲାମ କରିଦେବ ଏକଥା ହୃଦବୋଧ ହେବାରେ ସମୟ ଲାଗିଗଲା। ଦେଶର ଶିକ୍ଷା,ସଂସ୍କୃତି,ଐତିହ୍ୟ,ଅର୍ଥନୀତି ସବୁଥିରେ ଏ ଇଟା ମଗାଳି ମାନେ ଧର୍ମ,ଜାତି,ମଣିଷର ପୁଳା ପୁଳା ମାଂସ ରକ୍ତର ସଫଳ ପ୍ରୟୋଗ କଲେ।କାରଣ ଇଟା ଆଳରେ ସେମାନେ ଆସ୍ଥାବି ନେଇ ଥିଲେ।ଶାସନ ତନ୍ତ୍ରରେ ଜ୍ଞାନ ବିଜ୍ଞାନର ଅନାଗ୍ରହ, ସୌଦାଗରୀ ମାନସିକତା,ଆତଙ୍କୀ ବିଚାର ଧାରା ହେତୁ ଲୋକ କ୍ଷେତ୍ରରେ ଦ୍ଵନ୍ଦ,ଅନାସ୍ଥା,ସନ୍ଦେହମାନ ଚରମ ସୀମାରେ ପହଁଚିଲାଣି!ବରଦାସ୍ତର ବାହାରେ। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ତାମସା କରି ଗଢି ତୋଳିବାର ନୀତି ଗୁଡିକ ଏବେ ରାଜ ରାସ୍ତାରେ ଲୋକଙ୍କ ଅଦାଲତରେ ପରୀକ୍ଷିତ ହେବା ଆରମ୍ଭ ହୋଇଛି।ଆଜିର ଜନ ରୋଷ-ଏକ ପୀଡା ଉପଚାରର ପରିପ୍ରକାଶ ମାତ୍ର।
ଇଏ ରାତ୍ରୀର ମଧ୍ୟ ଜାମ।ଆଗକୁ ଆହୁରି ଅନ୍ଧାର ବାକି ଅଛି।ସେଦିନ ସରଳ ଆସ୍ଥାରେ ଲୋକେ ଯେଉଁ ଇଟା ଖଣ୍ଡେ ଖଣ୍ଡେ ଦେଇ ଥିଲେ ସେଇ ଇଟାକୁ ଭାଙ୍ଗି ସେମାନେ ଢେଲା ତିଆରି କରିଛନ୍ତି ଆକ୍ରମଣ ପାଇଁ। ଅଥଃ ଦେଶର ସମ୍ବିଧାନ,ଆସ୍ଥା ସର୍ବୋପରି ମହାଭାରତୀୟ ପରମ୍ପରା ଉପରେ ଆରମ୍ଭ ହୋଇଛି ସଙ୍ଗିନ ସରକାରୀ ଆକ୍ରମଣ।ଉଦ୍ଦେଶ୍ୟ-ଡିଭାଇଡ଼ ଆଣ୍ଡ ରୂଲ୍।
ଏହାକୁ ପ୍ରତିହତ ନକଲେ ଚାରା ନାହିଁ। ଲଢ଼ିବାକୁତ ହେବ।
————–
*ମୋ ଦେଶର ସମ୍ବିଧାନ-ମୋ ଦେଶର ଆତ୍ମା*
