ନିଳଗିରୀ : ନିଳଗିରୀ ଢୋଲପୁର ଗ୍ରାମର ଜୟନ୍ତ ବେହେରା ନାମକ ଜଣେ ଯୁବକ ନିଜ ବାଡିକୁ ଯାଇଥିଲା ବେଳେ ସେଠାରେ ଥିବା ଏକ ଦନ୍ତା ହାତୀ ହଟାତ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେବାରୁ ସେ ଗୁରୁତ୍ବର ହୋଇଥିବା ଜାଣିବାକୁ ମିଳିଛି ।

ପରିବାର ଲୋକ ତାଙ୍କୁ ଉଧାର କରି ନିଳଗିରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ତାଙ୍କ ଅବସ୍ତା ଗୁରତ୍ବର ଥିବା ଜାଣିବାକୁ ମିଳିଛି । ହାତୀଟି କୁଳଡିହା ଜଙ୍ଗଲରୁ ଖସି ଅସିଥିବା ସୂଚନା ରହିଛି ।
