ନରେନ୍ଦ୍ର ମୋଦି : ଆମେ ଅପରାଧ କରିପାରିବୁ ନାହିଁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରାଟ କୃଷକ ସମାବେଶରେ ଯୋଗଦେବା ସହିତ ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହି ଉତ୍ସବରେ ଯୋଗଦେଇ ମୋଦି କହିଥିଲେ, ୧ କୋଟି ୧ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କ ଲେଖାଏ ଯାଇସାରିଲାଣି। ମୋଟ ୨୧ କୋଟି ଟଙ୍କାର ସହାୟତା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଥିବା ସେ କହିଛନ୍ତି।

ସେ ଏହି ଅବସରରେ କହିଛନ୍ତି, କୃଷି ଋଣ ଛାଡ଼ ମଧ୍ୟ ସହଜ ହୋଇଥାନ୍ତା। ଆମେ ରାଜନୀତିକ ଫାଇଦା ଏବଂ ନିର୍ବାଚନୀ ଫାଇଦା ପାଇଁ ସେହି ଉପାୟ ଆପଣାଇ ପାରିଥାନ୍ତୁ। କିନ୍ତୁ ଆମେ ସେହି ଅପରାଧ କରିପାରିବୁ ନାହିଁ।

Leave a Reply

Your email address will not be published. Required fields are marked *