ଜଳେଶ୍ବର: ( ସଂଜୟ ଦାସ ) ଲକ୍ଷ୍ମଣନାଥ ରୋଡ଼ ଟୋଲଗେଟ ନିକଟରେ ଦୀର୍ଘଦିନ ଧରି ବସ ଓ ଟ୍ରକରୁ ଲୁଟ କରୁଥିବା ଲୁଟେରାଙ୍କୁ ଧରିବା ପାଇଁ ଜଳେଶ୍ବର ପୁଲିସର ତତ୍ ପରତା ଦେଖାଦେଇଛି ା ଆଗରୁ ଅବଶ୍ୟ ପୁଲିସ କୁଡା ବିଲକୁ ମାଡୁଥିଲା ମାନେ ଚୁପ ହୋଇ ଡକାୟତଙ୍କ ତାମସା ଦେଖୁଥିଲା କିନ୍ତୁ ବସ ଡକାୟତି ପରେ ଗଣ ମାଧ୍ୟମ ପୁରା ପୁଲିସ ଏବଂ ପ୍ରସାଶନକୁ ଜନତାଙ୍କ କାଠଗଡାକୁ ଆଣିବା ପରେ ଏବେ ପୁଲିସ ପୁରା ମାଡିବା ପରିବର୍ତ୍ତେ କୁଡିବା ଆରମ୍ବ କରିଛି ା ବିଭିନ୍ନ ସଂଗଠନ ନାମରେ ଦୁକାନ ଖୋଲି ନକଲି ପୋଲିସ ଓ ଆରଟିଓ ପରିଚୟ ଦେଇ ଡକାୟତି କରୁଥିବା ବେଳେ ଗତ ୧୪/୦୯/୨୦୧୯ରିଖରେ ୨୨୯/୧୯ କେସ ମୂଳେ ୫ ଜଣ ବନ୍ଧାହୋଇ ଜେଲ ଭିତରେ ରହିଥିବା ବେଳେ ପୁଣି ସେହି ମାମଲାରେ ପିରଫ ହେଲେ ଶଳା ଓ ଭିଣେଇ । ଗତ ୧୪/୦୯/ ୨୦୧୯ ରିଖରେ ଲକ୍ଷ୍ମଣନାଥ ରୋଡ଼ ଟୋଲଗେଟ ନିକଟରେ କିଛି ଯୁବକ ନକଲି ପୋଲିସ ଓ ଆର ଟି ଓ ସାଜି ତୀର୍ଥ ଯାତ୍ରୀ ବସରୁ ଅର୍ଥ ଡକାୟତି କରୁଥିବା ସମୟରେ ୫ ଜଣ ଗିରଫ ହୋଇ ଏବେ ଜେଲଭିତରେ ଅଛନ୍ତି । ଘଟଣାର ମାତ୍ର ୧୪ଦିନ ପରେ ଉକ୍ତ ମାମଲା ରେ ଜଡିତ ଥିବା ଶଳା ରାହୁଲକୁମାର(ବାବି) ଓ ଭିଣେଇ ସଂଗ୍ରାମ ( ବାପି) ଉକ୍ତ ଟୋଲଗେଟ ନିକଟରେ ବସ ଓ ଟ୍ରକ ପୂର୍ବଭଳି ଡକାୟତି କରୁଥିବା ବେଳେ ଗତ କାଲି ଅର୍ଥାତ ୩୦/୦୯୨୦୧୯ ରିଖ ରାତିରେ ଦୁହିଁଙ୍କୁ ଗିରଫ କରିଛି ଜଳେଶ୍ବର ପୋଲିସ । ଶଳା ଘର ରାଇବଣିଆ ଥାନା ଚମାରଗାଁ ପଞ୍ଚାୟତ ତେଘରି ଗ୍ରାମ ହୋଇଥିବା ବେଳେ ଭିଣେଇ ଜଳେଶ୍ବର ଥାନା ନଛିମପୁର ପଞ୍ଚାୟତ ସାହାଡ଼ାପଡା ଗାଁ ଜଣାପଡିଛି । ଭିଣେଇ ବାପି ନାମରେ ଗତ କିଛି ମାସ ତଳେ ୬୦ ନମ୍ବର ଜାତୀୟ ରାଜପଥ ଜଳେଶ୍ବର-ଲକ୍ଷ୍ମଣନାଥରୋଡ଼ ମଝି ରାସ୍ତାରେ ଏକ ମାଛ ବୋଝେଇ ପିକପ ଭେନରୁ ମାଛଚୋରି ମାମଲାରହିଛି ା ଯାହା ସ୍ପଷ୍ଟ କରେ ବାପି ନୂଆ ରାଜରାସ୍ତା ଡକାୟତ ନୁହଁ ସେ ପେସାଦାର ଡକାୟତ । ତେବେ ମାଛ ଚୋରି ମାମଲାରେ ପୁଲିସ ଅଦ୍ୟାବଧି କୈଣସି ସଫଳତା ପାଇନଥିବା ବେଳେ ବାପି ଏକମାତ୍ର ସଫଳତା କିନ୍ତୁ ସେହି ମାମଲାର ମୁଳି ମାନେ ଏବେବି ବୁଲୁଛନ୍ତି ଯାଣିବାକୁ ମିଳେ ସେମାନଙ୍କର ଗୋଟିଏ ଅଫିସ ମଧ୍ୟ ଅଛି ଟୋଲଗେଟର କିଛି ଦୁରରେ ା ତେବେ ଜଳେଶ୍ବର ଟୋଲଗେଟ କେବେ ଡକାୟତ ମୁକ୍ତ ହେବ ତାହା ଦେଖିବା ବାକି ରହିଲା ା ଅବଶ୍ୟ ଜଳେଶ୍ବର ଆଇ ଆଇସି ଆଗରୁ ଟିକେ ଦୁର୍ବଳ ଥିଲେ କିନ୍ତୁ ଏସ . ପି ଙ୍କ ନିର୍ଦେଶ ପରେ ପୁରା ଶବଳ ହୋଇଛନ୍ତି ଜେଉଁଥି ପାଇଁ ଜଳେଶ୍ବର ବାସିଟିକେ ଖୁସି ହେଲେଣି ା
