ସରପଞ୍ଚ ସାଜିଛି ଲୁଟେରା, ସେବା ନାଁରେ କଲେ ସେବନ

ଜଳେଶ୍ୱର : ( ସଂଜୟ ଦାସ ) ପଞ୍ଚାୟତର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଞ୍ଚାୟତ ଖାତାକୁ କୋଟି କୋଟି ଟଙ୍କା ଯୋଗାଉ ଥିଲା ବେଳେ ସରପଞ୍ଚର ସାଜିଛି ଲୁଟେରା । ସେବା ନାଁରେ କଲେ ସେବନ । ଏପରି ସରକାରୀ ଆତ୍ମସାତ୍ ଘଟାଲା ଘଟଣାର ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଳା, ଜଳେଶ୍ୱର ବ୍ଲକ ନଛିମପୁର ପଞ୍ଚାୟତର ସରପଞ୍ଚଙ୍କ ନାଁରେ ।
ଘଟଣାରୁ ଜଣା ପଡ଼ିଛି ଯେ ସରପଞ୍ଚ ଦୀପାଳି ଜେନା ବର୍ଷ ବର୍ଷ ଧରି ବିଭିନ୍ନ ତରିକାରେ ଚଞ୍ଚକତା କରି ମିଛ ନାଁରେ ସରକାରୀ ଅର୍ଥରୁ ହଜାର ହଜାର ଟଙ୍କା ହଡ଼ପ କରିଛନ୍ତି । ଯାହାର ଠୋସ ପ୍ରମାଣ ଆମ ହାତରେ ଲାଗିଛି । ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା କାର୍ଯ୍ୟକ୍ରମରେ ତମ୍ବୁ ନ ବାନ୍ଧି ଅଜିତ ସେଠୀ ନାମକ ନକଲି ଟେଣ୍ଡ ବ୍ୟକ୍ତିଙ୍କ ନାମରେ ଜାଲ୍ ଦସ୍ତଖତ କରି ଟେଣ୍ଡ ଚେୟାର ବାବଦକୁ ପଞ୍ଚାୟତ ଅର୍ଥରୁ ହଜାର ହଜାର ଟଙ୍କା ଲୁଟିଛନ୍ତି । ଏମିତିକି ଛଅଟି ପର୍ଯ୍ୟାୟ ରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଦର୍ଶାଇ ପାଖାପାଖି ୩୦ରୁ୪୦ହଜାର ଟଙ୍କା ଆତ୍ମସାତ୍ କରିଥିବାର ତଥ୍ୟ ଆମ ହାତରେ ଲାଗିଛି। ସରପଞ୍ଚ ଦିପାଳି ଜେନା ପଞ୍ଚାୟତର ବିକାଶ କରିବା ତ ଦୂରର କଥା,ବିଭିନ୍ନ ଗାଁରେ ପୂର୍ବରୁ ଅଧାପନ୍ତରିଆ ହୋଇ ପଡିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ନକରି ସମ୍ପୂର୍ଣ୍ଣ ବିଲ ଉଠାଇ ନେବା କଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାନ୍ଧୀଜୟନ୍ତୀରେ ନିଜ ପଞ୍ଚାୟତରେ ସରପଞ୍ଚ ସୁସ୍ଥ ଓଡ଼ିଶା ଗଠନ କାର୍ଯ୍ୟକ୍ରମ ଆୟୋଜନ କରି ମହିଳା ଅତିଥି ମାନଙ୍କୁ ପ୍ଲାଷ୍ଟିକ ଦରିରେ ତଳେ ବସାଇ ନିଜେ ଚେୟାରରେ ବସିବା ଭାଷଣ ମାରିବା କ୍ଷେତ୍ରରେ ତଳେ ବସିଥିବା ମହିଳାମାନଙ୍କ ପ୍ରତି କିଭଳି ଅସମ୍ମାନ ଦିଆଯାଇଛି ତାହା ଚିତ୍ର ହିଁ ସ୍ପଷ୍ଟ କରୁଛି ।

ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାମ ସଂଯୋଗ ଓ ସଂଶୋଧନ ବାବଦକୁ ପାଖାପାଖି ୪ହଜାର ଟଙ୍କା ନକଲି ଯୁବକଙ୍କ ନାଁରେ ଜାଲ୍ ଦସ୍ତଖତ କରି ବାଟମାରଣା କରିଛନ୍ତି । ସେହିପରି ପଞ୍ଚାୟତ ଭିଆର ନଂ-୩୨ରେ ୯୦୦୦,ଭିଆର ନଂ-୧୭ରେ ୨୦୦୦,ଭିଆର ନଂ-୩୬ରେ ୬୨୫୦,ଭିଆର ନଂ-୩୬ରେ ୩୭୫୦ ଏମିତିକି ପାଖାପାଖି ୪୦ ହଜାର ହଡ଼ପ ହୋଇଛି । ସରପଞ୍ଚ ଦୀପାଳି ଜେନା ୨୦୧୭ ମାର୍ଚ୍ଚ ରୁ ଦାଇତ୍ଵ ନେଲା ପରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଛନ୍ତି ବୋଲି ୱାର୍ଡ ସଭ୍ୟ ଓ ସଭ୍ୟା ମାନେ ବିଗତ ଦିନରେ ବାଲେଶ୍ବର ଜିଲ୍ଲାପାଳ ଓ ଜଳେଶ୍ୱର ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିବାର ପ୍ରମାଣ ରହିଛି। ତେବେ ସରକାରୀ ଅର୍ଥକୁ ସରପଞ୍ଚ ବିଭିନ୍ନ ସମୟରେ ହଡ଼ପ କରିଥିବା କଥା ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବାକୁ ପଞ୍ଚାୟତବାସୀଙ୍କ ଦାବି ହେଉ ଥିବାବେଳେ ଅନ୍ୟ ପଟେ ଭିଜଲାନ୍ସ ତଦନ୍ତ କରାଯାଇ ଘଟଣାର ସତ୍ୟତା ପ୍ରକାଶ ପାଉ ।

Leave a Reply

Your email address will not be published. Required fields are marked *