ଆସନ୍ତାକାଲି ଓଡ଼ିଶା ବନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ, କଂଗ୍ରେସ ଓ ବିଜେପିର ସମର୍ଥନ

ଭୁବନେଶ୍ୱର: ପ୍ରାଇସ୍‌, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଗଠନର ଆହ୍ଵାନରେ ଗୁରୁବାର ପ୍ରସ୍ତାବିତ ‘ଓଡ଼ିଶା ବନ୍ଦ’ ଡାକରା ଯୋଗୁଁ ଲୋକେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆନ୍ଦୋଳନ ଯୋଗୁଁ ଯାନବାହାନ ଚଳାଚଳ ଏବଂ ଲୋକମାନେ ପ୍ରଭାବିତ ହେବେ।

ମାଟ୍ରିକ୍‌ ପରୀକ୍ଷାର ପୂର୍ବଦିନ ଏହି ଆନ୍ଦୋଳନ ହେଉଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ତଥା ବୁଦ୍ଧିଜୀବୀ ମାନଙ୍କର ଚିନ୍ତା ବଢ଼ି ଯାଇଛି। ବନ୍ଦକୁ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟ ସମର୍ଥନ ଜଣାଇଛି। ଯଦିଓ ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ପାଳନ ହେବାକୁ ଯାଉଛି, ତଥାପି କୌଣସି ଅସୁବିଧା ହେବ ନାହିଁ ବୋଲି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଅଧିନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରୀ ୨୧ରେ ହେବାକୁ ଥିବା ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *