ଜଳେଶ୍ବର ( ସଞ୍ଜୟ ଦାସ): ଜଳେଶ୍ବର ପଞ୍ଚୟତ ସମିତି ବୈଠକକୁ ଜଳେଶ୍ବର ପଞ୍ଚୟତ ସମିତି ଅଧ୍ୟକ୍ଷା ସବିତାରାଣୀ ଦଳାଇ ଅଧ୍ୟକ୍ଷତା କରିଥିବାବେଳେ,ବିଡ଼ିଓ ନିତ୍ୟାନନ୍ଦ ସାହୁ, ବ୍ଳକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ତଥା ଅତିଥିଭାବେ ବାଲେଶ୍ବର ସାଂସଦ ତଥା କେନ୍ଦମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପଚନ୍ଦ୍ର ଷଢଙ୍ଗୀ ଓ ଜଳେଶ୍ବର ବିଧାୟକ ଅଶ୍ୱନୀ ପାତ୍ର ପ୍ରମୁଖ ବୈଠକ ଯୋଗଦେଇଥିଲେ। ଜଳେଶ୍ବର ପଞ୍ଚାୟତ ସମିତିର ସମସ୍ତ ସରପଂଚ ଓ ସମିତି ସଭ୍ୟ ତଥା ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମସ୍ୟା , ଭତ୍ତା, ବିଦ୍ୟୁତ ସମସ୍ୟା, ରାସ୍ତା ଘାଟ,ଡାକ୍ତର ନିଯୁକ୍ତି, ପାନୀୟଜଳ, ସ୍କୁଲ ଓ ଶିକ୍ଷକଙ୍କ ସମସ୍ୟା, ଶିଶୁ ବିକାଶର ଛତୁଆ ସମସ୍ୟା ପ୍ରମୁଖ ଅଭିଯୋଗ ଉପରେ ଶୁଣିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ସମସ୍ତ ଅଭିଯୋଗକୁ ନେଇ ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସହ ଆଲୋଚନା କରି ସମ୍ପର୍କରେ ଖୁବଶୀଘ୍ର ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।
