ମନ୍ତ୍ରୀଙ୍କ ପାଇଁ ଦାଦା ଗିରି ନାଁ ସରପଞ୍ଚଙ୍କ ପୈତୃକ ସମ୍ପତି

ଖଇରା (ପଦ୍ମଲୋଚନ ଦାସ) : ଖଇରାରେ ସରକାରୀ ଦୋକାନ ଗୃହ ଗୁଡିକୁ ମନଇଛା ବଣ୍ଟାଯାଇଥିବା ନେଇ ଅଭିଯୋଗ ହେବାପରେବି ପ୍ରଶାସନ ନିରବ । ଅଭିଯୋଗ ମୂଳେ ସରପଞ୍ଚ କୁଆଡେ ମନଇଛା ବାଣ୍ଟିଛନ୍ତି ଦୋକେନ ଗ୍ରୁହ ଗୁଡିକୁ ତେବେ ଏହା ସତକି ମିଛ ତାର ତଦନ୍ତ ହେବା ଆବଶ୍ୟକ କିନ୍ତୁ କାହିଁକି ତଦନ୍ତ ହେଉନି ଯାହା ବଡ ପ୍ରଶ୍ନ ବାଚି । ଶୁଣିବାକୁ ମିଳେ ଉକ୍ତଘରକୁ ଉଦ୍ଦଘାଟନ ଆମ ଜିଲ୍ଲା ମନ୍ତ୍ରୀ ତଥା ବିଧାୟକ ଜ୍ୟେତିପ୍ରକାଶ ପାଣିଗ୍ରାହି କରିଥିଲେ ତେବେ କଣ ତାଙ୍କ ଆର୍ଶୀବାଦରେ ଏଭଳି କାର୍ଯ୍ୟହୋଇଛି କି ? ତାଙ୍କ ପାଇଁ ଦାଦାଗିରି କରି ସରପଞ୍ଚମୋହଦୟ ନିଜ ପୈତୃକ ସମ୍ପତି ଭଳି ଘରଗୁଡିକୁ ମନଇଛାରେ ବାଣ୍ଟିଦେଲେ କି ?

 

ଖଇରା ବ୍କକ ଆଗରେ ନୁତନ ଭାବେ ମାର୍କେଟ କମ୍ଫ୍କେକ୍ସରେ ଥିବା ଦୋକାନ ଗୃହ ଗୁଡିକର ବଣ୍ଟନରେ ଅନିୟମିତତା ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ ହୋଇଛି। ସରକାରଙ୍କ ଦ୍ଵାରା ବେକାର ଯୁବକ ଯୁବତୀଙ୍କୁ ଦେବା ଲକ୍ଷ୍ୟରେ ଖଇରା ବ୍କକ ଆଗରେ ବ୍କକର ଦୁଇ ପାର୍ଶ୍ବରେ ୧୩ଟି ନୂତନ ଦୋକାନ ଗୃହ ଅଳ୍ପ କିଛି ଦିନ ପୂର୍ବରୁ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଉଦଘାଟନ୍ କରିଥିଲେ। ବେକାର ଯୁବକ ଯୁବତୀଙ୍କୁ ଉଦେଶ୍ୟରେ ହୋଇଥିବା ଦୋକାନ ଗ୍ରୁହ ବେକାର ଯୁବକ ଯୁବତୀ ମାନଙ୍କୁ ଦୋକାନ ଘରଟିଏ ମିଳି ପାରିଲା ନାହିଁ। ଘର ବଣ୍ଟନରେ ଶାଗ ମାଛ ଦରରେ ଓ ବିନା ବିଜ୍ଞାପନରେ ନିଜର ପରିବାର ଓ ଦଳୀୟ କର୍ମୀ ମାନଙ୍କୁ ଘର ବଣ୍ଟନ କରାଯାଇଛି। ଏହି ଗୃହ ବଣ୍ଟନ ନେଇ କିଛି ବେକାର ଯୁବକ ଯୁବତୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ବ୍କକ ଆଗରେ ପୂର୍ବରୁ ୫ଟି ଗୃହ ବଣ୍ଟନ ପୂର୍ବତନ ସରପଞଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା ସେହି ପୁରୁଣା ଗୃହଗୁଡିକ ଯେଉଁ ମାନଙ୍କ ନାମରେ ଚୁକ୍ତିନାମା କରାଯାଇଛି ସେମାନେ ଗୃହଗୁଡିକୁ ନେଇ ପଞ୍ଚାୟତ ଠାରୁ ମାସିକ ଅଳ୍ପ ଅର୍ଥରେ ନେଇ ଅନ୍ୟ ଲୋକ ମାନଙ୍କୁ ଗୃହଗୁଡିକ ମୋଟା ଅର୍ଥ ରେ ଭଡା ଲଗାଇଛନ୍ତି ା ଗୃହ ବଣ୍ଟନ ଅନିୟମିତତାକୁ ନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ନୀତି ନିୟମରେ ଘର ବଣ୍ଟନ ପାଇଁ ଲୋଚନ ରାଉତ, ଅଶୋକ ବେଜ୍, ସୁବାଷ ପ୍ରଧାନ, ରାଜିବ କୁମାର ଦାଶ, ଚନ୍ଦନ କୁମାର ରାଉତ,ପ୍ରମୁଖ ଜିଲ୍ଲାପାଳବାଲେଶ୍ବର ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେବି ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ନହେବା ସରକାରି ବାବୁ ମାନଙ୍କ ନେତାଙ୍କ ସହ ବୁଝାମଣାକୁ ପଦାରେ ପକାଉଛି ା

Leave a Reply

Your email address will not be published. Required fields are marked *