ମାଲକାନଗିରି (ପୁର୍ଣ୍ଣିମା ମାଝୀ ) : ଜିଲ୍ଲା ବନ୍ଧଗୁଡା ଗ୍ରାମ ନିକଟରେ ଟ୍ରକ ଓ ହାଇବା ଗାଡି ମୁହାଁ ମୁହିଁ ଧକ୍କା । ଦୁର୍ଘଟଣାରେ 2ଟି ଯାକ ଗାଡିର ଡ୍ରାଇଭର ଗାଡି ମଧ୍ୟରେ ଦୀର୍ଘ ସମୟ ଧରି ଫସି ରହିଥିଲେ ।
ଘଟଣା ସ୍ଥଳରେ ପୋଲିସ, ଦମକଳ ବାହିନୀ ଓ କିଛି ସ୍ଥାନୀୟ ଯୁବକ ଙ୍କ ଉଦ୍ୟମ ରେ ଫସି ରହିଥିବା 2 ଡ୍ରାଇଭର ଙ୍କୁ ଉଦ୍ଧାର କରାଯାଇଛି । 2 ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟଜଣେ ଆହତ ଡ୍ରାଇଭଙ୍କୁ ମାଲକାନଗିରି ମେଡ଼ିକାଲ ରେ ଚିକିତ୍ସା କରାଯାଇଛି । ମାଲକାନଗିରି ରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଜୟପୁର ଅଭିମୁଖେ ଯାଉଥିବା ବେଳେ ଅପର ପର୍ଶ୍ଵରୁ ଏକ ହାଇବା ଗାଡିକୁ ଧକା ଦେଇଥିବାଯାଣିବାକୁ ମିଳିଛି ା
