ସୋର : ମାଧବ ଧଡାଙ୍କୁ ସୋର ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ କରିବାକୁ ଦାବି କଲା କଂଗ୍ରେସର ଏକ ବଡଟିମ୍ ା ମାଧବ ଧଡା ବିଜେଡିରେ ଦିର୍ଘଦିନ ଧରି ରହିଥିବା ବେଳେ ତାଙ୍କୁ ୨୦୧୪ ନିର୍ବାଚନରେ ବିଜେଡିରୁ ଟିକଟ ମିଳିପାରି ନଥିଲା ସେବେଠୁ ସେ ଅସନ୍ତୁଷ୍ଟ ଥିଲେ ମଧ୍ୟ ବିଜେଡି ଛାଡି ନଥିଲେ ା
ତେବେ କଂଗ୍ରେସର ଜିଲ୍ଲା ସଭାପତି ଶରତ ରାଜ ଏବଂ ସୋରର ପୂର୍ବତନ ବିଧାଇକା ତଥା ସ୍ବର୍ଗତ କାର୍ତିକ ମହାପାତ୍ରଙ୍କ ପତ୍ନୀ ଇନ୍ଦୁରାଣୀ ମହାପାତ୍ରଙ୍କ ସହ ବହୁ ଆଗଧାଡିର କର୍ମି ମାଧବ ଧଡାଙ୍କୁ ସୋରରୁ ବିଧାୟକ ପ୍ରାର୍ଥୀ କରାଜିବାକୁ ରାଜ୍ୟ ପିସି ସିଙ୍କୁ ଏକ ଚିଠି ଲେଖିଛନ୍ତି ା ଅନ୍ୟପଟେ ଏହି ଚିଠି ସ୍ପଷ୍ଟ କରିଛିକି ସୋର କଂଗ୍ରେସର ଗୋଷ୍ଟି କନ୍ଦଳ ରହିଛି ା ତେବେ ଅନନ୍ତ , ମ୍ରୁତୁଞ୍ଜୟଙ୍କ ପରେ ଏବେ ମାଧଙ୍କ ନାମ କଂଗ୍ରେସ ତାଲିକାରେ ଯୋଡିହେଲା ା ତେବେ ସୁରେନ୍ଦଙ୍କୁ ସମର୍ଥନ କରୁଥିବା ମାଧବ ଧଡା ଜଦି କଂଗ୍ରେସରୁ ପ୍ରାର୍ଥୀ ହୁଅନ୍ତି ତାହୈଲେ ସୁରେନ୍ଦ୍ରଙ୍କ ଅବସ୍ତା କଣ ହେବ ା ଅନ୍ୟପଟେ ମାଧବ ଧଡା ଅଦ୍ୟାବଧି ବିଜେଡି ଛାଡିନଥିଲା ବେଳେ ଆଗାମି ଦିନରେ ମାଧବଙ୍କ ରାଜନୈତିକ ଅଙ୍କ କଣ ହେବ ତାହା ନିଶ୍ଚିତ ଦୁଇଦିନ ଭିତରେ ସ୍ପଷ୍ଟ ହେବା ଆଶା କରାଯାଏ ା
