ପ୍ରେମ,ପ୍ରତାରଣା,ଉପଭୋଗ ପରେ ଝିଅ ସିଧାଘରେ

ସୋର : ପ୍ରେମ ପ୍ରତାରଣା ଉପଭୋଗ ପରେ ଯୁବତିଙ୍କୁ ଛାଡି ଯୁବକ ଫେରାର । ଯୁବକଙ୍କ ଘରକୁ ଆସିଥିବା ଯୁବତିଙ୍କୁ ପରିବାର ଲୋକଙ୍କ ନିର୍ଯାତନାପରେ ପ୍ରଘଟ ହେଲା ଘଟଣା । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ କରଞ୍ଜାବନ୍ଧାର ଅନନ୍ତ ଦାସ ଅନୁଗୁଳର ଏକ ହୋଟେଲରେ କାମ କରୁଥିଲେ ।ଏହି ସମୟରେ ସେଠାରେ କାର୍ଯ୍ୟରତ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା । ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।  ଏମିତିକି ଉଭୟ ଦୀର୍ଘ ଦିନ ଧରି ଗୋଟିଏ ଘରେ ରହିଥିଲେ । ଉଭୟଙ୍କ ମଧ୍ୟରେ ଶାରିରିକ ସମ୍ପର୍କଥିବା ବି ଯୁବତି କହିଛନ୍ତି ା ତେବେ ଅନନ୍ତ ତାଙ୍କୁ ବିବାହ ପାଇଁ ମନା କରିବାରୁ ଯୁବତୀ ଜଣକ ବାହାନଗା ଆସି ଅନନ୍ତଙ୍କ ଘର ଲୋକଙ୍କୁ ଜଣାଇଥିଲେ। ଯୁବତୀ ଜଣକ କହିଛନ୍ତି ଯେ, ସେ ମୋତେ ମ୍ୟାରେଜ୍‌ କରିବା ପାଇଁ କଥା ଦେଇଥିଲେ। ମୋ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ। ତେବେ ପୁଅ ଘର ଲୋକେ ରାଜି ନହେବାରୁ ଏଥିପାଇଁ ସେମାନଙ୍କୁ ବୁଝାଇବା ପାଇଁ ଆସିଥିଲେ। ହେଲେ ଅନନ୍ତଙ୍କ ପରିବାର ଲୋକେ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ମାରଧରକରିଥିଲେ।  ତେବେ ଯୁବତି ଜଣକ ନ୍ୟାୟ ପାଇବେକି ନାହିଁ ସମୟ କହିବ ଯେଉଁ ପରିବାର ଲୋକ ଯୁବତିଙ୍କୁ ବିରୋଧ କରୁଛନ୍ତି ସେମାନଙ୍କର ଜଦି ସେ ଝିଅ ହୋଇଥାନ୍ତା କି ନିଜର କେହି ଆତ୍ମିୟ ସ୍ରୁଜନ ହୋଇଥାନ୍ତା ! ତେବେ ଯୁବତି ଥାନାର ଦ୍ବାରସ୍ତ ହେଲା ପୁର୍ବରୁ ଯୁବକ ଫେରାର ହୋଇଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *