ପ୍ରେମ ବାଟରେ କାମନା କଣ୍ଟା : ପଚି ଶଡି ମଉଳି ପଡୁଛନ୍ତି ପ୍ରେମିକ

ଆନ୍ଦୋଳନ ବ୍ୟୁର : ପ୍ରେମ , ପ୍ରତାରଣା , କାମନା , ପ୍ରେମ ଏବେ କଳଙ୍କିତ , ପ୍ରତାରଣା ଏବେ ପ୍ରେମର ନିର୍ଜାସ , କାମନା ଏକ ଶବ୍ଦ ନୁହେଁ ଏ କ ଆବଶ୍ୟକତା ଯାହା ପ୍ରେମକୁ ଧ୍ବଂଶ କରିଦେଉଛି ା ଭୁବନେଶ୍ବରର ପ୍ରିୟଙ୍କା ପ୍ରିୟଦର୍ଶିନୀ ଆଉ ଜଗନ୍ନାଥ ହୁଅନ୍ତୁ। ଅଥବା ମାନବ ପ୍ରେମୀ ଆଦିତ୍ୟ ଦାସ ନ ହେଲେ ଏବେ ପାରଳାଖେମୁଣ୍ଡିର ଘଟଣାରେ ଚର୍ଚ୍ଚାକୁ ଆସିଥିବା ବିଦ୍ୟାଭାରତି କି ଝରାଫୁଲ ସବୁଠି ପ୍ରେମହିଁ କାଠଗଡାରେ। ବଲାଙ୍ଗୀରିର ବିକ୍ରମ ପଣ୍ଡାଙ୍କ କାହାଣିବି କିଛି କମନଥିଲା ପ୍ରେମତ ଏଠି ଷ୍ଟାଟସ୍ ଖୋଜିଲା। ଯୋଉ କାରଣ ପାଇଁ ବିକ୍ରମ ପଣ୍ଡା ବନ୍ଧୁକ ଧରି ଘରେ ପଶିଲା। ଏ ସବୁଠି ପ୍ରେମ ଅବିଶ୍ବାସର କାଠ ଗଡାରେ ା ଅବଶ୍ୟ ତଦନ୍ତର ପରିଶରରେ ଥିବା ପ୍ରେମକୁ ନେଇ ଆମେ ଅଧିକ ସମାଲୋଚନା କି ଆଲୋଚନା କରୁନୁ କିନ୍ତୁ ନିର୍ଦିଷ୍ଟ କିଛି ଘଟଣା ଧିରେ ଧିରେ ପ୍ରମାଣିତ କରୁଛି ପ୍ରେମ ଏବେ ବଦନାମର ଅନ୍ଧାର ଗଳିରେ ା ଦିନେ କୁହାଯାଉଥିଲା ପ୍ରେମ ସାଶ୍ବତ ପ୍ରେମ ଚିରନ୍ତନ କିନ୍ତୁ ସେ ସବୁ ଆଜି ଜେମିତି ଲିଭି ଲିଭି ଯାଉଛି ବଦଳରେ କୁହାଯାଉଛି ପ୍ରେମ ଜନ୍ତ୍ରଣା ଦାୟକ ପ୍ରେମ କଠୋର ପ୍ରେମ ନିର୍ଦୟ ପ୍ରେମକରି କେହି ଏବେ ସାନ୍ତିରେ ନାହିଁ ା ଗୋଟେ କଥା ଏଠି ସାମ୍ନାକୁ ଆସୁଛି ପ୍ରେମପାଇଁ ସବୁଠି ବାପା ମା ପରିଣତ ବୟସରେ ନିର୍ଯାତିତ ହେଉଛନ୍ତି ା ସାହାରା ପାଲଟିଥିବା ରୋଜଗାରିଆ ପୁଅଟା ଜେତେବେଳେ ଚାଲିଜିବ କଉ ବାପା ମା ର ଛାତିଟା ସହନ୍ତାକି ? କେତେବେଳେ ପ୍ରେମ କାମନାର ଜୁଇରେ ଜଳି ଯାଉଛିତ ପୁଣି କେତେବେଳେ ପରକିଆ ପ୍ରତିର ଟାଣ ଖରାରେ ମଉଳି ଯାଇ ପଚିଶଡି ନଷ୍ଟ ହୋଇ ଯାଉଛି ା ତେବେ କେବେ ଏଇ ପ୍ରେମ ଜନିତ ଅଘଟଣର ପୂର୍ଣ୍ଣଛେଦ ପଡୁଛି ତାହା କେବଳ ସମୟ କହିବ ା

Leave a Reply

Your email address will not be published. Required fields are marked *