ମାରିଦେଇଥାଆନ୍ତା ଫାଲକନ : ୧୦୦ରୁ ଉର୍ଦ୍ଦମହିଳା ଗୁରୁତ୍ତର

ନୀଳଗିରି : ଫାଲକନ  ଚିଙ୍ଗୁଡି ପ୍ରୋସେସିଂ କମ୍ପାନିର ଅଣଗୁରିଆମି ପାଇଁ ୧୦୦ରୁ ଉର୍ଦ୍ଧ ମହିଳା ଗୁରୁତ୍ତର ା ପାଖ ଗାଁ ଲୋକଙ୍କୁ ଅଳିଆ ପାଣି ଛାଡି ଘା ବାଣ୍ଟୁଥିବା ଫାଲକନ ଏଥର ନିଜ କର୍ମଚାରିଙ୍କୁ ଦରମରା କରିଛି ା କମ୍ପାନିର ବେପରୁଆ ମନବ୍ରୁତି ପାଇଁ ୧୦୦ରୁ ଉର୍ଦ୍ଧ ମହିଳା ଏବେ ମରଣ ମୁଖରେ । ମିଳିଥିବା ଖବର ମୁଳେ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବା ଦ୍ୱାରା ପାଖାପାଖି ୧୦୦ ଜଣ କର୍ମଚାରୀ ଗୁରୁତ୍ତର ଅସୁସ୍ଥ ହୋଇଛନ୍ତି ।

ଗୁରୁତରଙ୍କୁ ପ୍ରଥମେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେମାନଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଘଟିଛି ବାଲେଶ୍ବର ଖନ୍ତାପଡା ଠାରେ ଥିବା ଫାଲକନ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ । ତେବେ ଆମୋନିଆ ଗ୍ୟାସ୍‌ ଲିକ୍‌ର କାରଣ ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ଏହାର ତଦନ୍ତ ଚାଲିଛି । ଅନେକ ଏବେ ସୁଦ୍ଧା ଚେତାଶୁନ୍ୟ ଅଛନ୍ତି । ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛି । ଅନ୍ୟପଟେ ଅସୁସ୍ଥଙ୍କୁ ଭେଟିବା ପାଇଁ ଜିଲ୍ଲାପାଳ,ଏସପି,ସିଡିଏମଓ  ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛନ୍ତି । ତେବେ ଏହି ସଂସ୍ଥା ବେପରୁଆମି ନେଇ ପୁର୍ବରୁ ବହୁଖବର ବାହାରି ଥିଲେବି ପ୍ରଶାସନ ଗୁରୁତ୍ବନଦେବାର ଫଳ ବୋଲି ସ୍ଥାନିୟ ଲୋକ କହୁଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ ଅଶନ୍ତୋଶ ଏବେ ଦେଖିବାକୁ ମିଳିିଛି ା

Leave a Reply

Your email address will not be published. Required fields are marked *