ଖଇରା : ଆଜି ଏକ ସାମ୍ବାଦିକ ସମ୍ମିଳନିରେ ଗତକାଲି ଧାରଣାକୁ ବନ୍ଦ କରିଦିଆଗଲା ବୋଲି କହିଲେ ପଦ୍ମଲୋଚନ ପଣ୍ଡା । ତେବେ ଏହି ଧାରଣା ବନ୍ଦ ପଛର ବାସ୍ତବ ରହଶ୍ୟ ପଦାକୁ ଆସି ନଥିବା ବେଳେ ଲୋକ କହୁଛନ୍ତି ପଦ୍ମଲୋଚନ ଡରିଲେ ଲୋପାମୁଦ୍ରାଙ୍କୁ । ଅନ୍ୟପଟେ ପଦ୍ମ ଲୋଚନ କହୁଛନ୍ତି ଜ୍ୟେତି ଡତୁଛନ୍ତି ମୋତେ । ଏଥିସହ ସେ ନାବାଳିକାଙ୍କ ବିରୁଦ୍ଦରେ ଦେଇଥିବା ଅସାଳିନ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ଖଇରାରେ ଆଜି ବିଜେପି ନେତା ପଦ୍ମଲୋଚନ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ଡାକି, କହିଥିଲେ ମୁଁ କୌଣସି ଦିନ କି କୈଣସି ଜାଗାରେ କିମ୍ବା ସାମ୍ବାଦିକ ସମ୍ମିଳନୀରେ ପୀଡିତାଙ୍କ ବିଷୟରେ କିଛି କଟୁ ମନ୍ତବ୍ୟ ଦେଇନାହିଁ କି କେବେ ଦେବାର ମଧ୍ୟ ନାହିଁ । ଅଯଥାରେ ମୋତେ ବଦନାମ କରିବା ପାଇଁ ବର୍ତ୍ତମାନର ବିଧାୟକଙ୍କ ଏକ ଚକ୍ରାନ୍ତ । ମିଛଟାରେ ମୋନାମରେ ଅପପ୍ରଚାର କରୁଛନ୍ତି । ବର୍ତ୍ତମାନର ବିଧାୟକ ମୋତେ ଡରିଲେଣି ଯାହାଫଳରେ ହାରିଯିବା ଭୟରେ ତାଙ୍କ ପାଦତଳୁ ମାଟି ଖସି ଖସି ଗଲାଣି ସେ ଭୟରେ କିଛି ମହିଳାଙ୍କୁ ଧରି ଏଭଳି ନାଟକ କରୁଛନ୍ତି । ଶ୍ରୀ ପଣ୍ଡା କୁହନ୍ତି ପୀଡିତା ଦ୍ୱୟ ମୋ ଝିଅ ଭଳି, ଆମର ବିଜେପି ସରକାର ମହିଳା ମାନଙ୍କୁ ସମ୍ମାନ ଦେଉଛି । ମୁଁ ମଧ୍ୟ ମହିଳା ମାନଙ୍କୁ ସବୁବେଳେ ସବୁସ୍ଥାନରେ ମାଆର ସମ୍ମାନ ଦେଇ ଆସୁଛି । ମୁ ଁ କଟୁ ମନ୍ତବ୍ୟ ଦେଉଥିବାର ଯେଉଁ ଅପପ୍ରଚାର ଚାଲିଛି ତାକୁ ମୁଁ ଦୃଢ ଭାବରେ ଖଣ୍ଡନ କରୁଛି ବୋଲି ଶ୍ରୀ ପଣ୍ଡା କହିଥିଲେ । ଗତକାଲି ଏସପି ଓ ଏସଡିପିଓଙ୍କ ସହିତ ଗଣଧାରଣା ବାବଦରେ ପ୍ରାୟ ୧ଘଣ୍ଟାରୁ ଉର୍ଦ୍ଧ ଆଲୋଚନା ପରେ ନ୍ୟାୟ ମିଳିବାର ପ୍ରତିଶୃତି ମିଳିବାରୁ ଆସନ୍ତା କାଲି ଖଇରା ଥାନା ସମ୍ମୁଖରେ ହେବାକୁଥିବା ଗଣଧାରଣାକୁ ସ୍ଥଗିତ ରଖାଗଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା ଘୋଷଣା କରିଥିଲେ ।
