ଖଇରା : କଟକ ସାରଳା ଭବନ ପରିସରରେ ଗଞ୍ଜାମ ଜିଲ୍ଲା ପିତ୍ତଳ ଠାରେ ଆଜକୁ ୨୫ ବର୍ଷ ପୂର୍ବେ ଗଢି ଉଠିଥିବା ଚନ୍ଦ୍ରିକା ସାହିତ୍ୟ ଏକାଡେମିର ୨୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଥାରେ ଅଛି ରାଜାସିନା ପୂଜାପାଏ ଆପଣା ଦେଶରେ ହେଲେ ଜଣେ ସାମ୍ବାଦିକ ତାର କଲମ ମୁନରେ ସମାଜରେ ଘଟିଯାଉଥିବା ଘଟଣା,ର୍ଦୁଘଟଣା,ଅନ୍ୟାୟ,ଅତ୍ୟାଚାର,ର୍ଦୁନୀତି ସହିତ ବହୁ ବଡବଡ ଘୋଟାଲାର ଖୋଳତାଡକରି କୌଣସି ପ୍ରକାରେ ଲୋକାୟତ ଭାବରେ ରହିଯାଉଥିବା ଘଟଣାକୁ ଲୋକ ଲୋଚନକୁ ଆଣିଥାଏ । ବହୁ ବାଧାବିଘ୍ନ ସତ୍ୱେବି ନିଜ ଜୀବନକୁ ବାଜି ଲଗାଇ ଖରା,ବର୍ଷାକୁ ଓ ବିପଦକୁ ଖାତିରି ନକରି ନିଜ ଏରିଆରେ ଘୁରିବୁଲି ପ୍ରତିଟି ଖବର ସଂଗ୍ରହକରି ପ୍ରେସ୍କୁ ପଠାଇଥାଏ ପ୍ରକାଶନ ପାଇଁ । ସାମ୍ବାଦିକର କଲମ ମୁନରେ ପ୍ରକାଶିତ ହେଉଥିବା ଖବର ସମାଜର ପ୍ରତି କୋଣ ଅନୁକୋଣର ଜନସାଧାରଣ ତଥା ଦେଶ ବିଦେଶର ଲୋକମାନଙ୍କ ପାଖରେ ପହଂଚିପାରୁ ଥିବାରୁ ସେ ମଧ୍ୟ ସବୁଠାରେ ପରିଚିତ ହୋଇଥାଏ । ସତ୍ୟ,ର୍ନିଭିକ ଓ ନିସ୍ୱାର୍ଥପରତା ଭାବେ ଖବର ପ୍ରକାଶ କରି ସମସ୍ତଙ୍କର ଆଦରର ପାତ୍ର ପାଲଟି ଥିବା ଜଣେ ସାମ୍ବାଦିକକୁ ସମ୍ବର୍ଦ୍ଧନା ପାଇଁ ଲକ୍ଷରଖି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଦୈନିକ ଖବର କାଗଜ ଦିନଲିପିର ବ୍ଲକ ପ୍ରତିନିଧି(ସାମ୍ବାଦିକ) ଓ ସମାଜ ଆଇନା ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ଏହି ୨୫ତମ ବାର୍ଷିକ ଉତ୍ସବରେ ଚନ୍ଦ୍ରିକା ସାହିତ୍ୟ ଏକାଡେମି ପିତ୍ତଳ ଗଞ୍ଜାମର ସଂପାଦିକା ଜୟଲକ୍ଷ୍ମୀ ସେଠୀ ମାନପତ୍ର ଓ ଉପଢୌକନ ଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସ୍ମୃତି ସମ୍ମାନରେ ସମ୍ମାନିତ କରି ଏକାଡେମିକୁ ଧନ୍ୟ କରିଛନ୍ତି । ଶ୍ରୀ ବେହେରା କଟକ ଠାରେ ସମ୍ବର୍ଦ୍ଧିତ ହୋଇ ବ୍ଲକ

ତଥା ଜିଲ୍ଲା ପାଇଁ ଗୌରବ ଆଣି ଥିବାରୁ ବିଭିନ୍ନ ମହଲରୁ ଶୁଭେଛା ପାଉଛନ୍ତି । ଜଣେ କବି ତାର ସୁନ୍ଦର କବିତା ବଳରେ ସାରା ଜଗତରେ ପୂଜା ପାଇଲାପରି ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ ତାଙ୍କର ସୁନ୍ଦର କବିତା ରଚନା ଓ ଆବୃତି ପାଇଁ ମଧ୍ୟ ଚନ୍ଦ୍ରିକା ସାହିତ୍ୟ ଏକାଡେମିର ସଂପାଦିକାଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଏହି ୨୫ତମ ବାର୍ଷିକ ଉତ୍ସବ ୨ଗୋଟି ଅଧିବେଶନରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେସନରେ ବିଶିଷ୍ଟ ସାହିତ୍ୟକ ଓ ଗବେଷକ ନୀଳାଦ୍ରି ଜଗଦେବ ଉଦ୍୍ଘାଟକ ଓ ସଭାପତି ଭାବେ ଯୋଗଦେଇ ଥିବାବେଳେ ଓଡିଶା ଗ୍ରାମ୍ୟଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ମୀନକେତନ ଦାସ ମୁଖ୍ୟ ଅତିଥି,ଅବସରପ୍ରାପ୍ତ ଅଧ୍ୟକ୍ଷ ଓ ସଂପାଦକ ପଦ୍ମଲୋଚନ ମହାକୁଡ ମୁଖ୍ୟ ବକ୍ତା,ବିଶିଷ୍ଟ ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳ ସମ୍ମାନିତ ଅତିଥି,ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ହୋଟେଲ ମ୍ୟାନେଜମେଣ୍ଟ ସ୍କୁଲ ଓ ଡ୍ରିମ୍ସର ଅଧ୍ୟକ୍ଷ ଆଶିଷ କୁମାର ସ୍ୱାଇଁ,ବିଶିଷ୍ଟ ସାରସ୍ୱତ ସାଧିକା ଚିତ୍ରାରାଣୀ ପାତ୍ର,ସାହିତ୍ୟିକା ପ୍ରାଧ୍ୟାପକ ବିଦ୍ୟୁତ୍ କୁମାରୀ ଲାଲା ଯୋଗଦେଇଥିବା ବେଳେ ଅଜିତ୍ କୁମାର ସ୍ୱାଇଁ ଓ ବ୍ୟଙ୍ଗ କବି ସମ୍ପଦ ରଥ ସଂଯୋଜନା କରିଥିଲେ । ସେହିପରି ୨ୟ ଅଧିବେଶନକୁ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଉଦ୍ଘାଟନ କରିଥିବା ବେଳେ ଚନ୍ଦ୍ରିକା ସାହିତ୍ୟ ଏକାଡେମିର ମୁଖ୍ୟ ସଂପାଦକ ବିଚିତ୍ରାନନ୍ଦ ମୁନୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଭାବେ କଟକ ସାରଳା ଭବନର ପ୍ରତିଷ୍ଠାତା ଓ ସାରଳା ସାହିତ୍ୟ ସଂସଦର ସଭାପତି ପ୍ରଫେସର ଇଂ ପ୍ରଭାକର ସ୍ୱାଇଁ,ମୁଖ୍ୟଅତିଥି ଭାବେ ଓଡିଶା ପୋଲିସର ପୂର୍ବତନ ମହାନିର୍ଦ୍ଦେଶକ ଗୋପାଳ ଚନ୍ଦ୍ର ନନ୍ଦ ଓ ଓଡିଶା ସରକାରଙ୍କର ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ଇଂ ଦୀପ୍ତି ରଂଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ୨ୟ ଅଧିବେଶନର ମଂଚାସୀନ ଅତିଥିମାନେ ଚନ୍ଦ୍ରିକା ସାହିତ୍ୟ ଏକାଡେମିର ୨୫ତମ ବାର୍ଷିକ ଉତ୍ସବ ବିଷୟରେ ବକ୍ତବ୍ୟ ଦେଇଥିଲେ । ମୁଖ୍ୟ ଅତିଥି ଓ ମଂଚାସୀନ ଅତିଥି ମାନଙ୍କ ଦ୍ୱାରା ମୁଖପତ୍ର ଚନ୍ଦ୍ରିକା ଓ କବିତା ସଂକଳନ ଉନ୍ମୋଚିତ ହୋଇଥିଲା । ଏହି ରାଜ୍ୟ ସ୍ତରୀୟ କବି ସମ୍ମିଳନୀରେ କବି ଓ କବୟିତ୍ରୀ ମାନେ ନିଜ ନିଜର ସ୍ୱରଚିତ କବିତା ଆବୃତି କରିଥିଲେ । ଶେଷରେ ସଂପାଦିକା ଜୟଲକ୍ଷ୍ମୀ ସେଠୀ ଧନ୍ୟବାଦ ଦେଇଥିଲେ ।
