କାଶ୍ମୀରରେ ସଵୁ ଠିକ ଠାକ ଚାଲିଛି ତ !

ଜୟନ୍ତ କୁମାର ଦାସ : ମୁନିଵଙ୍କ ନିର୍ଵାଚନ ପ୍ରଚାର କରିଵାକୁ ଯାଇଥିଵା ଅଵସରରେ ତାଙ୍କ ଅଧସ୍ତନ କର୍ମୀ ପ୍ରତିଶୃତି ଦେଵାସହ ଅଵ କି ଵାର ଟ୍ରମ୍ପ- – – – ପ୍ରଚାର କଲାପରେ ମୁନିଵ ଖୁସିରେ କହି ପକାଇଲେ ‘ତମେ ହିଁ ଭାରତର ଵାପ’ ଵାଃ ଵାଃ ।ଅଗଷ୍ଟ ୫ରୁ ଅକ୍ଟୋଵର ୫ ଦୁଇ ମାସ ଵିତି ଗଲାଣି।ଭାରତ ସମ୍ଵିଧାନକୁ ଅମାନ୍ଯ କରି ୩୭୦ଧାରା ଓ ୩୫(କ)ଧାରାକୁ ଅକାମି କରାଗଲା,ଜମ୍ମୁ କାଶ୍ମୀର ରାଜ୍ଯକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ସହ ଵ୍ରିଟିଶ ସାମ୍ରାଜ୍ଯରୁ ମୁକ୍ତି ଆନ୍ଦୋଳନ,ରାଜତନ୍ତ୍ର ଵିରୋଧୀ ତଥା ଭୂ ସଂସ୍କାର ଦାଵିର ଆନ୍ଦୋଳନ,ଭାରତରେ ମିଶି ନଥିଵା ଆଞ୍ଚଳିକ ରାଜ୍ଯ କାଶ୍ମୀର ଉପରେ ସାମରିକ ଆକ୍ରମଣ କରିଥିଵା ପାକିସ୍ଥାନର ଆକ୍ରମଣକାରୀ ସେନାଵାହିନୀକୁ ପ୍ରାଣପାତ କରି ପ୍ରତିରୋଧ କରିଥିଵା ଏଵଂ ଅହଂକାରୀ ରାଜା ହରି ସିଂ ଭାରତରେ କାଶ୍ମୀରକୁ ମିଶାଇଵା ପାଇଁ ଵାଧ୍ଯ କରିଥିଵା କାଶ୍ମୀରୀଙ୍କୁ ଦେଖିଵା ମୁଁ ତ୍ରେ ଗୁଳି,ପେଲେଟ ଗନର ଗୁଳି ଵର୍ଷଣ କରି ଅସଂଖ୍ଯ ଆଵାଳ ଵୃଦ୍ଧ ଵନୀତାଙ୍କୁ ଅନ୍ଧ କରାଇଵା,କାଶ୍ମୀରର ଗଣତନ୍ତ୍ର ଵିଶ୍ଵାସୀ ରାଜନେତାଙ୍କୁ ଅଜ୍ଞାତ ଜେଲ ଅଥଵା ନିଜ ନିଜ ଵାସଭଵନରେ ଵନ୍ଦୀ କରି ରଖିଵା,” ସଵୁ ଠିକ ଠାକ ଚାଲିଥିଵା ଜମ୍ମୁ କାଶ୍ମୀର ଅଞ୍ଚଳ”କୁ ଭାରତର ମୁକ୍ତି ସଂଗ୍ରାମ ଵିରୋଧୀ ଉଗ୍ରଵାଦୀ ସଂଗଠନର ଅନ୍ଯତମ ସରକାରୀ ସୂତ୍ରଧର ଅଜିତ ଡୋଭାଲ ଓ କାଶ୍ମୀରର ଜମି ଏଵଂ ଯୁଵତୀଙ୍କପ୍ରତି ହୀନ ଲାଳସାର ମାନସିକ ଵ୍ଯାଧିଗ୍ରସ୍ତ ଵିଜେପିର ନେତାମାନଙ୍କ ଵ୍ଯତିତ ଅନ୍ଯମାନଙ୍କ ପ୍ରଵେଶ ଵନ୍ଦ କରାଇ ଗଣତନ୍ତ୍ରପ୍ରେମୀ ନେତୃତ୍ଵଙ୍କ ଜେଲ ଯନ୍ତ୍ରଣା ର ସୁଯୋଗରେ ଵିଛିନ୍ନତାଵାଦୀମାନେ ଜନଗଣଙ୍କୁ ଵିଭ୍ରାନ୍ତ କରିଵାର ସୁଯୋଗ ଦେଵା ଇତ୍ଯାଦି ଅପରିଣାମଦର୍ଶୀ ପଦକ୍ଷେପ ଭାରତର ଭୂସ୍ବର୍ଗ କାଶ୍ମୀରକୁ ଭାରତରୁ ଵିଛିନ୍ନ ହେଵାର ସୁଯୋଗ ଦେଵା ଏକ ଯୋଜନାଵଦ୍ଧ ଷଡ଼ଯନ୍ତ୍ର ଅଟେ।ସଵୁ ଠିକ ଠାକ ଚାଲିଛି: ଘୋଷଣାର ଵାସ୍ତଵତା ଅନୁଧ୍ଯାନ ପାଇଁ କାଶ୍ମୀର ଗସ୍ତରେ ଯାଇଥିଵା ଗୋଲଡମ୍ଯାନ ଏନଭିରନମେଣ୍ଟ ଆଓ୍ଵାର୍ଡ ପ୍ରାପ୍ତ ଵିଶ୍ଵ ପରିଵେଶଵିତ ପ୍ରଫୁଲ୍ଲ ସାମନ୍ତରା,ସନ୍ଦୀପ ପାଣ୍ଡେ ଏଵଂ – – – – – କାଶ୍ମୀର ଵୀମାନ ଵନ୍ଦରରେ ପହଞ୍ଚିଵା କ୍ଷଣି ତାଙ୍କୁ ଅଟକ ରଖି ୯ଘଣ୍ଟା ପରେ ଫେରାଇ ଦେଵା ପ୍ରଧାନମନ୍ତ୍ରୀଙ୍କ ମିଥ୍ଯାର ପର୍ଦ୍ଦାଫାସ କରିଛି। ଏହି ପୃଷ୍ଠଭୂମିରେ କାଶ୍ମୀରର ସ୍ଥିତି ଭାରତୀୟ ଜନଗଣଙ୍କୁ ଲୁଚାଇଵା ପଛରେ ଆତଙ୍କଵାଦୀ ସଂଗଠନ ସୂତ୍ରଧର ଡୋଭାଲଙ୍କ ନ୍ଯସ୍ତ ସ୍ଵାର୍ଥ ଓ ମନ୍ଦ ଉଦ୍ଦେଶ୍ଯ ସ୍ପଷ୍ଟ ଅନୁମେୟ।ସେଠାରେ ଵିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ଚଳାଇଥିଵା ରାଷ୍ଟ୍ର ପ୍ରାୟୋଜିତ ଆତଙ୍କ ଵନ୍ଦ କରାଯାଉ। ସରକାର କାଶ୍ମୀରରେ ଚଳାଇଥିଵା ଷଡ଼ଯନ୍ତ୍ରମୂଳକ ପଦକ୍ଷେପ ଵନ୍ଦ କରିଵାକୁ ପ୍ରତ୍ଯେକ ଭାରତୀୟ ଜମ୍ମୁ କାଶ୍ମୀରସମେତ ଭାରତର ଯେକୌଣସି ଅଞ୍ଚଳକୁ ଯାତାୟତ କରିପାରିଵାର ସାମ୍ଵିଧାନିକ ଅଧିକାରକୁ ଖର୍ଵ କରିଥିଵାରୁ ଏହାକୁ ପ୍ରତିରୋଧ କରିଵା ଆଵଶ୍ଯକ।

Leave a Reply

Your email address will not be published. Required fields are marked *